Advertisment

‘ଆନିମଲ୍’ରେ ନିଜ ରେପ୍ ସିନ୍‌କୁ ନେଇ ମୁହଁ ଖୋଲିଲେ ମାନସୀ; କହିଲେ ଆଶା ନ ଥିଲା…

‘ଆନିମଲ୍’ରେ ବବି ଦେଓଲଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ। ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି। ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍‌କୁ ନେଇ ଖୁଲାସା କରିଛନ୍ତି।

author-image
Pramod Behera
In animal bobby deols onscreen wife mansi broke her silence on the rape scene

In animal bobby deols onscreen wife mansi broke her silence on the rape scene

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ରେକର୍ଡ ଭଙ୍ଗା ରୋଜଗାର କରୁଛି। ପ୍ରାୟ ସବୁ ବଡ ବଡ ରେକର୍ଡକୁ ଭାଙ୍ଗିସାରିଲାଣି। ଫିଲ୍ମରେ ରଣବୀର କପୁରଙ୍କ ସହିତ ବବି ଦେଓଲଙ୍କୁ ମଧ୍ୟ ପସନ୍ଦ କରାଯାଉଛି। ଏଥିରେ ବବି ଦେଓଲ ଏକ ଭୟଙ୍କର ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମରେ ଏମିତି ଅନେକ ସିନ୍ ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ।

Advertisment

ଏହି ଫିଲ୍ମରେ ବବି ଦେଓଲ ଅବରାର୍ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ। ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି। ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍‌କୁ ନେଇ ଖୁଲାସା କରିଛନ୍ତି। ମାନସୀ ତାଙ୍କ ବିବାହ ଦିନର ସିନ୍ ବିଷୟରେ କହିଛନ୍ତି।

ଏହି ସିନ୍‌ରେ ନିଜ ଭାଇର ମୃତ୍ୟୁ ଖବର ଶୁଣିବା ପରେ ବବି ଦେଓଲ ପାଗଳ ହୋଇ ବିବାହ ଷ୍ଟେଜ୍‌ରେ ହିଁ ନିଜ ପତ୍ନୀଙ୍କୁ ବଳାତ୍କାର କରିବା ଆରମ୍ଭ କରିଦିଅନ୍ତି।

Advertisment

ଏହାକୁ ନେଇ ମାନସୀ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ “ମୋ ବିବାହରେ ଏପରି ଘଟଣା ଘଟିବାକୁ ମୁଁ କେବେବି ଚାହେଁ ନାହିଁ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା। ବିବାହ ଏହିପରି ଶେଷ ହେବ ବୋଲି କେହି ଆଶା କରି ନଥିଲେ।”

ସେ ପୁଣି କହିଛନ୍ତି ଯେ “ଯେତେବେଳେ ବିବାହ ଆରମ୍ଭ ହୁଏ, ସବୁକିଛି ଭଲ ଥାଏ, ସାଜସଜ୍ଜା ବହୁତ ଭଲ, ସେ ନିଜେ ସୁନ୍ଦର ଲାଗୁଥିଲେ। ଆପଣ ସେହି ମ୍ୟୁଜିକ୍ ଶୁଣନ୍ତୁ ଯାହା ଇନଷ୍ଟାଗ୍ରାମରେ ଏତେ ଭାଇରାଲ ହେଉଛି। କିନ୍ତୁ ହଠାତ୍ ଏମିତି କିଛି ହେଇଯାଉଛି ଯାହା ଖୁବ ଆଶ୍ଚର୍ଯ୍ୟଜନକ।”

ମାନସୀ ପୁଣି କହିଛନ୍ତି ଯେ “ଏଠାରେ ଲୋକଙ୍କୁ କହିବାର ଥିଲା ଯେ କୌଣସି ଏକ ପଶୁ ଆସୁଛି। ଯଦି ଆପଣ ରଣବୀର କପୁରଙ୍କୁ ଏହିପରି ଭାବୁଚ୍ଛନ୍ତି, ତେବେ ଆପଣ ଆଶା କରିପାରିବେ ଯେ ଖଳନାୟକ ତାଙ୍କ ଅପେକ୍ଷା ଆହୁରି ଖରାପ ହେଇପାରେ। ଲୋକଙ୍କ ମଧ୍ୟରେ ବବି ସାର୍‌ଙ୍କ ଚରିତ୍ରକୁ ପ୍ରତିଷ୍ଠା କରିବା ପାଇଁ ଏହା କରାଯାଇଥିଲା। ତଥାପି, ମୁଁ ମୋ ବିବାହରେ ଏହା ଘଟିବାକୁ କେବେବି ଚାହିଁବି ନାହିଁ!”

ମାନସୀ ଏହି ରେପ୍ ସିନ୍‌କୁ ନେଇ କୁହନ୍ତି ଯେ, 'ଅବରାରଙ୍କୁ ଆଶା ନଥିଲା ଯେ ନିଜ ବିବାହରେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ଆସିବ। ଏହି ଖରାପ ଖବର ଚରିତ୍ରକୁ ଏପରି ଏକ ସ୍ଥିତିକୁ ନେଇଯାଉଛି ଯେଉଁଠାରେ ସେ କିଛି ବି ଭାବିପାରୁ ନାହାନ୍ତି। ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ନିଜର ଭାବନା ପ୍ରକାଶ କରିବାକୁ ଆସନ୍ତି, ସେ ସେହି ସ୍ଥିତିକୁ ଚାଲିଯାଆନ୍ତି। ମତେ ଲାଗୁ ନାହିଁ ଯେ ଏହାର ଉଦ୍ଦେଶ୍ୟ କୌଣସି ପ୍ରକାର ଆକ୍ରମଣତ୍ମକ ଥିଲା। ମୁଁ ଏଭଳି ସେଟ୍ କିମ୍ବା ସ୍କ୍ରିପ୍ଟରେ ଅନୁଭବ କରି ନାହିଁ।”

ଏହି ସିନ୍‌କୁ ନେଇ ଚାଲିଥିବା ବିବାଦକୁ ନେଇ ମାନସୀ କହିଛନ୍ତି ଯେ "ଯେତେବେଳେ ଆପଣମାନେ ଏହା ପୂର୍ବର ଦୃଶ୍ୟ ଦେଖନ୍ତି, ବିବାହର ଦୃଶ୍ୟ, ଯଦି ଆପଣ ଆମ ମଧ୍ୟରେ ସେହିଭଳି କେମେଷ୍ଟ୍ରୀ ଦେଖୁଛନ୍ତି, ଆମ ପାଖରେ ଥିବା ଆଖିର ମିଳନ... ଏହା ଆପଣଙ୍କୁ ପଛର ସିନ୍ କହିବ। ସେମାନେ ପରସ୍ପରକୁ ଭଲ ପାଉଥିବାରୁ ସେମାନେ ବିବାହ କରୁଛନ୍ତି।” ମାନସୀଙ୍କ ଏହି ମତ ଖୁବ ଚର୍ଚ୍ଚାରେ ଏବେ।

Rashmika Mandanna Bollywood Ranbir Kapoor Bobby Deol
Advertisment
Advertisment