Advertisment

ବାହାରିଲା IMDbର ଟପ୍ ୧୦ ଫିଲ୍ମ ତାଲିକା, ‘ସମ୍ରାଟ ପୃଥ୍ୱୀରାଜ’ ବି ସାମିଲ

ପ୍ରକାଶ ପାଇଛି IMDb ଚଳିତ ବର୍ଷର ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ରର ତାଲିକା। ଆଗ ଧାଡିରେ ଅଛନ୍ତି ସାଉଥ୍ ଫିଲ୍ମା। ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

author-image
Pramod Behera
IMDB top 10 films of 2022

IMDB top 10 films of 2022

IMDb ଚଳିତ ବର୍ଷର ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜାନୁଆରୀ ୧ ରୁ ଜୁଲାଇ ୫ ମଧ୍ୟରେ ମୁକ୍ତିଲାଭ କରିଥିବା ଫିଲ୍ମଗୁଡିକ ସାମିଲ ଅଛି। ଏଥିରେ ଏହିସବୁ ଫିଲ୍ମ ସାମିଲ ହୋଇଛି ଯେଉଁଗୁଡିକ IMDb ରେ ୭ରୁ ଅଧିକ ରେଟିଂ ପାଇଛି। ତେବେ ଏହି ତାଲିକାରେ ସାଉଥ୍ ସିନେମାଗୁଡିକର ଧମାକା ଦେଖିବାକୁ ମିଳିଛି। ପ୍ରଥମ ସ୍ଥାନରେ ‘ବିକ୍ରମ’ ଥିବାବେଳେ ଦ୍ୱିତୀୟ ସ୍ଥାନରେ KGF ୨ ରହିଛି। ତେବେ ଆସନ୍ତୁ ଏହି ତାଲିକାରେ ଥିବା ଅନ୍ୟାନ୍ୟ ଫିଲ୍ମ ଉପରେ ନଜର ପକେଇ ନେବା।

Advertisment

ବିକ୍ରମ:

IMDb ତାଲିକାରେ ତାମିଲ ସୁପର୍‌ଷ୍ଟାର କମଲ ହାସନ, ବିଜୟ ସେତୁପତି ଏବଂ ଫହାଦ ଫସିଲ ଷ୍ଟାରର ଓ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ଫିଲ୍ମ ବିକ୍ରମ ପ୍ରଥମ ସ୍ଥାନରେ ରହିଛି। IMDb ରେଟିଂରେ ଏହାକୁ ୮.୬ ମିଳିଛି।

KGF ୨:

କନ୍ନଡ ସୁପର୍‌ଷ୍ଟାର ୟଶଙ୍କ ନିକଟରେ ରିଲିଜ୍ ହୋଇଥିନା KGF ୨ ସାରା ଦେଶରେ ବକ୍ସ ଅଫିସ ସଫଳତାକୁ ହାସଲ କରିଥିଲା। ଏହି ଫିଲ୍ମ IMDb ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରେଟିଂରେ ୮.୫ ରେ ରହିଛି।

Advertisment

ଦ କାଶ୍ମୀର ଫାଇଲ୍ସ:

ଏହି ତାଲିକାରେ IMDb ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀ ଷ୍ଟାରର ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’କୁ ତୃତୀୟ ସ୍ଥାନରେ ରଖିଛି। ଏହି ଫିଲ୍ମ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର କରୁଣ କାହାଣୀ କହୁଥିବା ବେଳେ ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। IMDb ରେଟିଂରେ ଏହାକୁ ୮.୩ ମିଳିଛି।

ହୃଦୟମ୍:

ଏହି ତାଲିକାରେ ପ୍ରଣବ ମୋହନଲାଲ ଏବଂ କଲ୍ୟାଣୀ ପ୍ରିୟଦର୍ଶନଙ୍କ ଅଭିନୀତ ସାଉଥ୍‌ ଫିଲ୍ମ ‘ହୃଦୟମ୍‌’ ୪ର୍ଥ ସ୍ଥାନରେ ରହିଛି। ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। IMDb ରେଟିଂରେ ଏହାକୁ ୮.୧ ମିଳିଛି।

RRR:

ସେହିପରି ଜୁନିୟର ଏନ୍‌ଟିଆର୍ ଓ ରାମ ଚରଣ ଷ୍ଟାରର ଓ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଫିଲ୍ମ RRR ଏହି ତାଲିକାରେ ୫ମ ସ୍ଥାନ ଅଧିକାର କରିଛି। IMDb ରେଟିଂରେ ଏହାକୁ ୮.୦ ମିଳିଛି।

ଏ ଥର୍ସଡେ:

ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ ‘ଏ ଥର୍ସଡେ’ ମଧ୍ୟ IMDb ର ଶ୍ରେଷ୍ଠ ୧୦ଟି ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ଏହି ଫିଲ୍ମ ତାଲିକାରେ ୬ଷ୍ଠ ସ୍ଥାନରେ ଥିବା ବେଳେ IMDb ରେଟିଂରେ ଏହାକୁ ୭.୮ ମିଳିଛି।

ଝୁଣ୍ଡ୍:

ଅମିତାଭ ବଚ୍ଚନ ଷ୍ଟାରର ଓ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେଙ୍କ ଫିଲ୍ମ ‘ଝୁଣ୍ଡ୍’ ବକ୍ସ ଅଫିସ୍‌ ଗେମ୍‌ରେ ସଫଳତା ପାଇନି ସତ କିନ୍ତୁ ଏହି ଫିଲ୍ମ ଏହି ତାଲିକାରେ ୭ମ ସ୍ଥାନ ହାସଲ କରିଛି। IMDb ରେଟିଂରେ ଏହାକୁ ୭.୪ ମିଳିଛି।

ରନ୍‌ୱେ ୩୪:

ଏହି ତାଲିକାରେ ବଲିଉଡ୍‌ ତାରକା ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ରନ୍‌ୱେ ୩୪’ ମଧ୍ୟ ସାମିଲ ଅଛି। ଫିଲ୍ମଟି ଅଷ୍ଟମ ସ୍ଥାନରେ ରହିଛି। IMDb ରେଟିଂରେ ଏହାକୁ ୭.୨ ମିଳିଛି।

ଗଙ୍ଗୁବାଇ କାଠିୟାୱାଡି:

ଅଭିନେତା ଆଲିଆ ଭଟ୍ଟଙ୍କ ଅଭିନିତ ଓ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ମଧ୍ୟ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଥିଲା। ଏହି ଫିଲ୍ମଟି ଏହି ତାଲିକାରେ ୯ମ ସ୍ଥାନରେ ଅଛି। IMDb ରେଟିଂରେ ଏହାକୁ ୭.୦ ମିଳିଛି।

ସମ୍ରାଟ ପୃଥ୍ୱୀରାଜ:

ଆଶ୍ଚର୍ଯ୍ୟର କଥା ହେଉଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ଫିଲ୍ମଟି ଏହି ତାଲିକାରେ ୧୦ ସ୍ଥାନରେ ରହିଛି। IMDb ରେଟିଂରେ ଏହାକୁ ୭.୦ ମିଳିଛି।

IMDB Top 10 Films 2022 Bollywood
Advertisment
Advertisment