Advertisment

IMDB ଟପ୍‌ ୧୦ ତାଲିକା; ପ୍ରଥମ ଧନୁଷ, ଦ୍ୱିତୀୟ ଆଲିଆ ଭଟ୍ଟ

IMDB ୨୦୨୨ର ସବୁଠାରୁ ଅଧିକ ଲୋକପ୍ରିୟ ଭାରତୀୟ ତାରକାଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସାଉଥ୍ ଷ୍ଟାର୍ ଧନୁଷ ଟପ୍‌ରେ ଅଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ। ଜାଣନ୍ତୁ ଅନ୍ୟମାନେ କିଏ, କେଉଁ ସ୍ଥାନରେ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
IMDb Most Popular Indian Stars of 2022

Imdb most popular Indian celebs top 10 list of 2022

ଫିଲ୍ମ, ଟିଭି ଏବଂ ସେଲିବ୍ରିଟି ସହ ଜଡିତ ବିଷୟବସ୍ତୁ ପାଇଁ IMDB ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ସ୍ୱୀକୃତିପ୍ରାପ୍ତ ଉତ୍ସ। ଫିଲ୍ମ, ଟିଭି, ସେଲିବ୍ରିଟିର ଏବଂ ସିରିଜ୍ ସମ୍ବନ୍ଧୀୟ ପ୍ରାୟ ସମସ୍ତ ସୂଚନା ଏଠାରେ ଉପଲବ୍ଧ। IMDB ଆଜି ୨୦୨୨ର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିର ତାଲିକା ପ୍ରକାଶ କରିଛି।

Advertisment

ଏହି ତାଲିକାର ଶୀର୍ଷରେ ପାନ୍ ଇଣ୍ଡିଆ ତାରକା ଧନୁଷ ଅଛନ୍ତି। ଧନୁଷ ଦର୍ଶକଙ୍କୁ 'ଦି ଗ୍ରେ ମ୍ୟାନ୍' ଏବଂ ଥିରୁଚିତ୍ରାମ୍ବଲମ୍ ସହିତ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏସବୁ ଫିଲ୍ମ ଅନେକ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ରାଙ୍କିଙ୍ଗ୍‌କୁ ସାରା ବିଶ୍ୱର ୨୦୦ମିଲିୟନ ଲୋକ ପ୍ରଦାନ କରିଛନ୍ତି।

IMDB ଏହି ରାଙ୍କିଙ୍ଗକୁ ଏହାର ସାଇଟ୍‌ରେ ପ୍ରତି ମାସରେ ଆସୁଥିବା ୨୦୦ ମିଲିୟନ ଭିଜିଟର୍‌ଙ୍କ ପେଜ୍ ଭିୟୁ ଉପରେ ଆଧାର କରିଛି। ତାହା ହେଉଛି, ଏହି ୨୦୦ ମିଲିୟନ ଲୋକ ଏହିସବୁ ସେଲିବ୍ରିଟିମାନଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ୨୦୨୨ର IMDB ଟପ୍ ୧୦ ସର୍ବାଧିକ ଲୋକପ୍ରିୟ ଭାରତୀୟ ତାରକା ତାଲିକାରେ ଏମିତି ତାରକାମାନେ ସାମିଲ ହୋଇଛନ୍ତି, ଯେଉଁମାନେ ଚଳିତ ବର୍ଷ IMDB ସାପ୍ତାହିକ ରାଙ୍କିଙ୍ଗ୍ ତାଲିକାର ଶୀର୍ଷରେ ରହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ OMG 2 ଦେବ ଯୌନ ଶିକ୍ଷା

ଏହି ତାଲିକାରେ ଆଲିଆ ଭଟ୍ଟ ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବେ ଅଛନ୍ତି। ଚଳିତ ବର୍ଷ ସେ 'ଗଙ୍ଗୁବାଇ କାଠିଆୱାଡି' ପରି ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେ 'RRR' ରେ ମଧ୍ୟ କାମ କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କର ହଲିଉଡ୍‌ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସେ 'ହାର୍ଟ ଅଫ୍ ଷ୍ଟୋନ୍‌' ଫିଲ୍ମର ସୁଟିଂକୁ 'ୱାଣ୍ଡର ଓମେନ୍' ଫେମ୍ ଗେଲ୍ ଗାଡୋଟ୍ ସହିତ ପୂରା କରିଛନ୍ତି। ଆଲିଆ ଚଳିତ ବର୍ଷ ବିବାହ କରିଛନ୍ତି ଏବଂ ସେ ମା’ ମଧ୍ୟ ହୋଇଛନ୍ତି। ଧନୁଷଙ୍କ ପରେ ଆଲିଆ ଦ୍ୱିତୀୟ ଚର୍ଚ୍ଚିତ ଭାରତୀୟ ସେଲିବ୍ରିଟି ଭାବେ ରହିଛନ୍ତି।

ଆଲିଆ ଭଟ୍ଟ ଚଳିତ ବର୍ଷର IMDB ତାଲିକାରେ ସାମିଲ ହେବାକୁ ନେଇ କହିଛନ୍ତି, “ଏପର୍ଯ୍ୟନ୍ତର ଚଳଚ୍ଚିତ୍ର ଦୁନିଆରେ ୨୦୨୨ ମୋ ପାଇଁ ସ୍ମରଣୀୟ ବର୍ଷ ହୋଇପାରିଛି - ଦର୍ଶକଙ୍କ ଦ୍ୱାରା ଦିଆଯାଇଥିବା ଭଲପାଇବା ପାଇଁ ମୁଁ ଚିରଦିନ ପାଇଁ କୃତଜ୍ଞ ରହିବି। ଚଳିତ ବର୍ଷ ମୋର ଫିଲ୍ମ ଏବଂ ଆମ ଦେଶର ଭଲ ଫିଲ୍ମ ନିର୍ମାତା ଏବଂ କଳାକାରମାନଙ୍କ ସହଯୋଗ ପାଇ ମୁଁ ସମ୍ମାନିତ ଅନୁଭବ କରୁଛି।”

ଏଥି ସହିତ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର 'PS-1' ଚଳିତ ବର୍ଷ ମୁକ୍ତିଲାଭ କରିଥିଲା।​ ଏହି ଫିଲ୍ମ ମାଧ୍ୟମରେ ସେ ଦୀର୍ଘ ଦିନର ବ୍ୟବଧାନ ପରେ ବଡ ପରଦାକୁ ଫେରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ କାନ୍ସ ୨୦୨୨ ଲୁକ୍ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲେ। ତେବେ ଏହି ତାଲିକାରେ ସାମନ୍ଥା ରୁଥ୍ ପ୍ରଭୁ ଚତୁର୍ଥ ସ୍ଥାନରେ, ହ୍ରିତିକ ରୋଶନ ପଞ୍ଚମ ସ୍ଥାନରେ ଅଛନ୍ତି।

୨୦୨୨ ବର୍ଷର IMDB ସର୍ବାଧିକ ଲୋକପ୍ରିୟ ଭାରତୀୟ ତାରକାମାନଙ୍କ ତାଲିକା:

  • ଧନୁଷ
  • ଆଲିଆ ଭଟ୍ଟ
  • ଐଶ୍ୱର୍ଯ୍ୟା ରାୟ ବଚ୍ଚନ
  • ରାମ ଚରଣ
  • ସାମନ୍ଥା ରୁଥ୍ ପ୍ରଭୁ
  • ହ୍ରିତିକ ରୋଶନ
  • କିୟା ଆଡଭାଣୀ
  • ଜୁନିୟର୍ ଏନ୍‌ଟିଆର୍
  • ଅଲ୍ଲୁ ଅର୍ଜୁନ
  • ୟଶ୍‌
Dhanush Bollywood Alia Bhatt Aishwarya Rai Bachchan IMDB Top 10 Films 2022
Advertisment
Advertisment