Advertisment

ରିଲିଜ୍ ହୋଇଛି ସାଉଥ୍‌ର ଏହି ଟ୍ରେଲର୍; ‘ଫାଇଟର୍‌’ ସହ କରିବ ଲଢେଇ

ସାଉଥ୍‌ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍‌’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।

author-image
Pramod Behera
hrithik roshan beware thangalaan is coming to collide with fighter

hrithik roshan beware thangalaan is coming to collide with fighter

ହ୍ରିତିକ ରୋଶନଙ୍କୁ ସତର୍କ ହେବାକୁ ପଡିବ। କାରଣ ସାଉଥ୍‌ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍‌’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।

Advertisment

ଏଥିରେ ଏମିତି ଏକ ଦୃଶ୍ୟ ଅଛି ଯାହା ସମସ୍ତଙ୍କ ହୋସ୍ ଉଡେଇଦେବ। ଏହୋ ଦୃଶ୍ୟରେ ଫିଲ୍ମର ହିରୋ ଏକ ବିଷାକ୍ତ ସାପକୁ ହାତରେ ଦୁଇ ଖଣ୍ଡ କରିଦେଇଉଥିବାର ନଜର ଆସିଛନ୍ତି। ରିଲିଜ୍ ହୋଇଥିବା ଏହି ଟିଜର ହେଉଛି ଚିୟାଂ ବିକ୍ରମଙ୍କ ଫିଲ୍ମ ‘ଥଙ୍ଗଲାନ୍’। ଏହି ଟିଜରକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

‘ଥଙ୍ଗଲାନ୍’ରେ ଚିଂୟା ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ପା. ରଞ୍ଜିତ। ଏହି ଚଳଚ୍ଚିତ୍ରରେ ବିକ୍ରମଙ୍କ ବ୍ୟତୀତ ପାର୍ବତୀ ଥିରୁଭୋଟୁ, ମାଳବିକା ମୋହନନ ଏବଂ ହରିକୃଷ୍ଣନ ପ୍ରମୁଖ ଭୂମିକାରେ ଅଛନ୍ତି। ଏଥିରେ ଦମଦାର ଆକ୍ସନ ଦେଖିବାକୁ ମିଳିବ। ଖାଲି ଆକ୍ସନ ନୁହେଁ ଏହାର କାହାଣୀ ମଧ୍ୟ କିଛି ଭିନ୍ନ ବୋଲି ବିଶ୍ୱାସ ରହିଛି।

Advertisment

ଚିୟାଂ ବିକ୍ରମ ତାଙ୍କର ଭିନ୍ନ ଭିନ୍ନ ଚଳଚ୍ଚିତ୍ର ପାଇଁ ସର୍ବଦା ଜଣାଶୁଣା। ସେ ପରଦାରେ ବିଭିନ୍ନ ପ୍ରକାରର ଅଭିନୟକୁ ସଫଳତାର ସହିତ କରିଛନ୍ତି। ଚିୟାଂ ବିକ୍ରମ ତାଙ୍କ ଫିଲ୍ମ ‘ଥଙ୍ଗଲାନ୍’ରେ ମଧ୍ୟ ସେମିତି କିଛି କରୁଥିବା ନଜର ଆସିଛନ୍ତି। ସେ କିନ୍ତୁ ଏଥିରେ ଭିନ୍ନ ରୂପରେ ନଜର ଆସନ୍ତି। ‘ଥଙ୍ଗଲାନ୍’ର ଟିଜର ଏକ ଆଦିବାସୀ ସମ୍ପ୍ରଦାୟର ଝଲକରୁ ଆରମ୍ଭ।

‘ଥଙ୍ଗଲାନ୍’ର ଦେଢ ମିନିଟ୍‌ର ଟିଜରରେ କେବଳ ଆକ୍ସନ ଆଉ ଆକ୍ସନ ହିଁ ଦେଖିବାକୁ ମିଳେ। ଏଥିରେ କୌଣସି ସଂଳାପ ନଥିବା ସତ୍ତ୍ୱେ ଟିଜର ମନକୁ ଆକର୍ଷିତ କରୁଛି। ଟିଜରରେ ଥିବା ଦମଦାର ଆକ୍ସନ ସମସ୍ତଙ୍କ ହୃଦୟକୁ ଜିତିଯାଏ। ‘ଥଙ୍ଗଲାନ୍’ ହେଉଛି ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ହିନ୍ଦୀ, କନ୍ନଡ, ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ।

ଅନ୍ୟପକ୍ଷରେ ‘ଫାଇଟର’ରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଏହାକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଏହା ୨୫ ଜାନୁଆରୀ ୨୦୨୪ରେ ମୁକ୍ତିଲାଭ କରିବ। ସେହିପରି ‘ଥଙ୍ଗଲାନ୍’ରେ ମଧ୍ୟ ସେହି ସମୟରେ ୨୬ ଜାନୁଆରୀ ୨୦୨୪ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ।

ଏହିପରି ଭାବେ ଦୁଇ ଫିଲ୍ମ ପରସ୍ପର ସହିତ ସଂଘର୍ଷ କରିବେ। ‘ଫାଇଟର’ରେ ଏରିୟଲ ଆକ୍ସନ ଦେଖିବାକୁ ମିଳିବାକୁ ଥିବାବେଳେ ‘ଥଙ୍ଗଲାନ୍’ରେ ମାଟି ସହିତ ଜଡିତ ଏକ କାହାଣୀ ଦେଖିବାକୁ ମିଳିବ। ତେବେ ଦୁଇ ଫିଲ୍ମର ମୁକାବିଲା ନିଶ୍ଚିତ ମଜ୍ଜାଦାର ହେବ ବୋଲି ବିଶ୍ୱାସ କରାଯାଏ।

Bollywood Hritik Roshan South Indian Film Industry
Advertisment
Advertisment