Advertisment

ରିଲିଜ୍ ହୋଇଛି ‘ବିକ୍ରମ ବେଧା’; ସନ୍ତୁଷ୍ଟ କରିପାରୁନି ହ୍ରିତିକ୍‌ଙ୍କ ଚରିତ୍ର

ତାଲିମ୍ ରିମେକ୍ ‘ବିକ୍ରମ ବେଧା’ ରିଲିଜ୍ ହୋଇଥିବା ବେଳେ ବାସ୍ତବ ଲାଗୁନି ହ୍ରିତିକ୍‌ଙ୍କ ଚରିତ୍ର। ତାଙ୍କର ମଇଳା ଚେହେରା, ଦାଢି ଓ ଚୁଟି ତାଙ୍କୁ ଫିଟ୍ ହେଉ ନଥିବା ଦେଖାଯାଏ। ତାମିଲ୍‌ର ମୂଳ ଫିଲ୍ମରେ ବେଧା ଚରିତ୍ର ଜଣେ ବାସ୍ତବ ଖଳନାୟକ ଭଲି ଲାଗୁଥିବା ବେଳେ ଏଥିରେ ସିନେମାଟିକ୍ ଖଳନାୟକ ଭଳି ଲାଗୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Vikram Vedha

How is Hrithik Roshan and Saif Ali Khan role in Vikram Vedha

ହ୍ରିତିକ ରୋଶନ ଓ ସୈଫ ଅଲି ଖାନଙ୍କ ଫିଲ୍ମ ‘ବିକ୍ରମ ବେଧା’ ମୁକ୍ତିଲାଭ କରିଛି। ଏହା ତାମିଲ ଫିଲ୍ମ 'ବିକ୍ରମ ବେଧା'ର ରିମେକ୍ ଯାହା ୨୦୧୭ ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମକୁ ମଧ୍ୟ ମୂଳ ଫିଲ୍ମ ନିର୍ମାଣ କରିଥିବା ଯୋଡି ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ତାମିଲ ଫିଲ୍ମଗୁଡିକରେ ଷ୍ଟାଇଲିସ୍ ଶୈଳୀ, ଅଭିନୟ ଏବଂ ସେଟ୍‌ଅପ୍ ହେତୁ ଏଗୁଡିକୁ ସଂସ୍କୃତି ଚଳଚ୍ଚିତ୍ର ମଧ୍ୟରେ ଗଣାଯାଏ।

Advertisment

ବର୍ତ୍ତମାନ ଯେତେବେଳେ ଏହି ‘ବିକ୍ରମ ବେଧା’ ଯୋଡି ବଲିଉଡ୍‌ରେ ନିଜର ଚକମା ଦେଖେଇବାକୁ ଆସିଲେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ। ଏହାକୁ ସେମାନେ ପୁରୁଣା ଫିଲ୍ମ ଭଳି କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଫିଲ୍ମ ବଲିଉଡ୍‌ର ଛାପରୁ ମୁକ୍ତି ପାଇ ନାହିଁ। ଏହି ଫିଲ୍ମ ଏକ ଦମଦାର ଗ୍ୟାଙ୍ଗଷ୍ଟାର୍ ଫିଲ୍ମ ହେଇଗଲା।

'ବିକ୍ରମ ବେଧା'ର କାହାଣୀ ପୋଲିସ ଅଧିକାରୀ ବିକ୍ରମ (ସୈଫ୍‌ ଅଲି ଖାନ) ଓ ବେଧା(ହ୍ରିତିକ ରୋଶନ୍)ଙ୍କ ଉପରେ ଆଧାରିତ। ଅପରାଧୀଙ୍କୁ ଶେଷ ସୀମାରେ ପହଞ୍ଚାଇବା ନେଇ ବିକ୍ରମ ଜଣାଶୁଣା। ବର୍ତ୍ତମାନ ବେଧା ହେଉଛି ତାଙ୍କର ଟାର୍ଗେଟ୍‌। କିନ୍ତୁ ବେଧା ବିକ୍ରମଙ୍କ ମୁଣ୍ଡ ସହିତ ଖେଳନ୍ତି ଏବଂ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଦେଖାଇ ବିକ୍ରମଙ୍କୁ ଚକମା ଦେଖାନ୍ତି।

Advertisment

ଏହିପରି ଭାବରେ ବିକ୍ରମ ବେତାଲର ପ୍ରାଚୀନ କାହାଣୀକୁ ମଧ୍ୟ ଦର୍ଶାଯାଇଛି। ଏହାରି ଭିତରେ ଫିଲ୍ମଟି ଏତେ ଲମ୍ବା ହୋଇଯାଇଛି ଯେ ଲାଗୁଛି କେତେବେଳେ ସରିବ। ଏହାପରେ ତାମିଲ ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟରର ଯେଉଁ ଦେଶୀପଣ ଥିଲା ତାହା ହିନ୍ଦି ଫିଲ୍ମରେ ହଜିଯାଇଛି। ଏଥିରେ ଥିବା ଗ୍ୟାଙ୍ଗ୍‌ଷ୍ଟର୍‌କୁ ଏକ ଆକ୍ସନ୍ କିଙ୍ଗ ପରି ଦେଖିବାକୁ ମିଳୁଛି। ଲାଗୁଛି ପୂରା ସିନେମାଟିକ୍ ଭିଲେନ୍।

'ବିକ୍ରମ ବେଧା'ର ଅଭିନୟ ବିଷୟରେ କହିବାକୁ ଗଲେ ବଲିଉଡ୍‌ ଏପରି ଏକ ସ୍ଥାନ ଯେଉଁଠାରେ ଅଭିନୟ ଅପେକ୍ଷା ଅଧିକ ଷ୍ଟାର୍‌ ପାୱାର୍‌ କାମ କରେ। ହ୍ରିତିକ ରୋଶନଙ୍କ ଷ୍ଟାର୍‌ ପାୱାର୍ ଯଥେଷ୍ଟ ଏବଂ ଏହି ଫିଲ୍ମରେ ମଧ୍ୟ ସେମିତି ଦେଖିବାକୁ ମିଳିଛି। ଏଥିରେ ହ୍ରିତିକ ରୋଶନଙ୍କୁ ମଇଳା ଚେହେରାରେ ଦେଖିବାକୁ ମିଳେ। କିନ୍ତୁ ଯଦି ତାମିଲର ବେଧାକୁ ଦେଖାଯାଏ ତେବେ ଏହା ଅତ୍ୟନ୍ତ ସ୍ୱାଭାବିକ ମନେହୁଏ। କିନ୍ତୁ ହ୍ରିତିକଙ୍କ ଚୁଟି ଓ ଦାଢି ପୂରା ମିସ୍‌ଫିଟ୍ ଲାଗୁଛି।

ଯଦି ଦେଖାଯାଏ ତେବେ ଫିଲ୍ମରେ ସୈଫ୍‌ ଅଲି ଖାନ ବିକ୍ରମଙ୍କ ଚରିତ୍ରରେ ଖାପ ଖାଉଛନ୍ତି। ତାଙ୍କୁ ଦେଖିବା ପରେ ତାଙ୍କ ଚିରିତ୍ର ବାସ୍ତବରେ ଠିକ ଲାଗୁଛି। ଯଦି ଫିଲ୍ମରେ ବେଧାର ଚରିତ୍ର ହିଁ ସବୁକିଛି ସେ ଦୃଷ୍ଟିରୁ ହ୍ରିତିକଙ୍କ ଚରିତ୍ର ସେତେ ସନ୍ତୋଷଜନକ ହୋଇପାରିନି। ବାକି ସବୁ ଚରିତ୍ର ଠିକଠାକ ଥିବା ଲାଗୁଛି।

ତେବେ ଫିଲ୍ମର ସଙ୍ଗୀତ ସେତେ ସ୍ୱତନ୍ତ୍ର ନୁହେଁ। ଗୀତଗୁଡ଼ିକ ମନଗଢା ପରି ଲାଗୁଛି। ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ସେମିତି ଠିକଠାକ୍ ଲାଗୁନି। ଯେତେବେଳେ ଏହି ମ୍ୟୁଜିକ୍ ବାଜୁଛି, ଲାଗୁଛି ସତେଯେମିତି ଏଠି ବେଧାର ଏଣ୍ଟ୍ରି ହେବ। ଏଠାରେ ହିନ୍ଦିବାଲା ବେଧାର ଚିତ୍ର ମନକୁ ଆସୁନି ବରଂ ବିଜୟ ସେତୁପତୀଙ୍କ ଚିତ୍ର ଆଖି ସାମ୍ନାରେ ଝଲସି ଉଠେ।

ତେବେ ଯେଉଁମାନେ ‘ବିକ୍ରମ ବେଧା’ର ମୂଳ ଫିଲ୍ମ ଦେଖି ନାହାଁନ୍ତି ଏବଂ ହ୍ରିତିକଙ୍କ ପ୍ରଶଂସକ, ସେମାନେ ଏହି ଫିଲ୍ମକୁ ନିଶ୍ଚିତ ପସନ୍ଦ କରିବେ। ଯଦି ଆପଣ ବାକି ସବୁ ଦେଖିବେ ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଟିକେ ଝଟ୍‌କା ଲାଗିପାରେ।

Bollywood Hritik Roshan Vikram Vedha
Advertisment
Advertisment