Advertisment

ମୃତ୍ୟୁ ପୂର୍ବରୁ କିପରି ସମୟ କାଟୁଥିଲେ ଦିବ୍ୟା ଭାରତୀ

ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ଅନେକ ବର୍ଷ ବିତିଗଲାଣି। ଲୋକେ ଆଜି ବି ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାତିରେ ଦିବ୍ୟା କ’ଣ କରୁଥିଲେ? କିଏ କିଏ ତାଙ୍କ ସହ ଥିଲେ? ବିବାହର ମାତ୍ର ଏକ ବର୍ଷ ଭିତରେ କିପରି ଦିବ୍ୟାଙ୍କ ମୃତ୍ୟୁ ହେଲା?

author-image
Pramod Behera
How Divya bharti spent hours before her untimely death

How Divya bharti spent hours before her untimely death

ଦିବ୍ୟା ଭାରତୀ ହେଉଛନ୍ତି ବଲିଉଡ ସେହି ଅଭିନେତ୍ରୀ, ଯିଏ ଡେବ୍ୟୁ ଫିଲ୍ମରୁ ହିଁ ଅନ୍ୟ ଅଭିନେତ୍ରୀମାନଙ୍କର ଝାଳ ବୁହାଇ ଦେଇଥିଲେ। ସ୍କୁଲ ଯିବାକୁ ପଡିବ ନାହିଁ ବୋଲି ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ୧୯୯୨ରେ, ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ ଏବଂ ଗୋଟିଏ ପରେ ଗୋଟିଏ ଫିଲ୍ମ ଦେଇ ଚାଲିଥିଲେ। ଦିବ୍ୟାଙ୍କ ଭାଗ୍ୟର ତାରକା ଏତେ ଉଜ୍ଜ୍ୱଳ ଥିଲା ଯେ ଅଭିନେତ୍ରୀ ଆଉ ପଛକୁ ଚାହିଁ ନଥିଲେ। କିନ୍ତୁ, ହଠାତ୍ ସବୁ କିଛି ଶେଷ ହୋଇଯାଇଥିଲା। ୫ ଏପ୍ରିଲ୍ ୧୯୯୩ ଦିବ୍ୟାଙ୍କ ଜୀବନର ଶେଷ ଦିନ ଥିଲା।

Advertisment

ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ପ୍ରାୟ ୩ ଦଶନ୍ଧି ପୂରଣ ହେବାକୁ ଯାଉଛି। କିନ୍ତୁ ଏତେ ସମୟ ଅତିବାହିତ କରିବା ପରେ ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଆଜି ମଧ୍ୟ ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଏହି ମୃତ୍ୟୁ ଏକ ଦୁର୍ଘଟଣା ଥିଲା ନା ହତ୍ୟା। ସେଦିନ ରାତିରେ ଦିବ୍ୟାଙ୍କ ସହିତ କ’ଣ ହୋଇଥିଲା? କିଏ ସେମାନଙ୍କ ସହିତ ଥିଲେ। ବିବାହର ଏକ ବର୍ଷ ମଧ୍ୟରେ କିପରି ଦିବ୍ୟାଙ୍କ ମୃତ୍ୟୁ ହେଲା?

ଦିବ୍ୟା ସାଉଥ୍ ଚଳଚ୍ଚିତ୍ରରେ ଦୃଢ ଅଭିନୟ କରିଥିଲେ, ଏହା ପରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ତାଙ୍କ ନିକଟକୁ ଆସିବା ଆରମ୍ଭ କରିଥିଲେ। ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ବିଶ୍ୱତ୍ମା'ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଚଳଚ୍ଚିତ୍ରଟି ସେତେ ଖାସ୍ କରିପାରି ନଥିଲା ସତ କିନ୍ତୁ ରାତାରାତି ଦିବ୍ୟାଙ୍କୁ ବହୁତ ଲୋକପ୍ରିୟତା ମିଳିଯାଇଥିଲା।

Advertisment

ଏହା ପରେ ଦ୍ୱିତୀୟ ଚଳଚ୍ଚିତ୍ର 'ଦିଲ୍ କା କସୁର' ରିଲିଜ୍ ହେବା ପରେ ଏହା ମଧ୍ୟ ଫ୍ଲପ୍ ହୋଇଥିଲା। ତା’ପରେ ଦିବ୍ୟା ଡେଭିଡ୍‌ ଧାୱନଙ୍କ ଚଳଚ୍ଚିତ୍ରରେ କାମ କରିଥିଲେ, ଏହାର ଥିଲା 'ଶୋଲା ଔର୍‌ ଶବନମ', ଏଥିରେ ସେ ଗୋବିନ୍ଦାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହା ଥିଲା ଦିବ୍ୟାଙ୍କର ପ୍ରଥମ ବଡ ହିଟ୍ ଫିଲ୍ମ। ୧୯୯୨ରେ ଦିବ୍ୟା 'ଦିୱାନା', 'ଜାନ ସେ ପ୍ୟାରା', 'ଦିଲ୍‌ ଆଶନା ହେ', 'ବଲୱାନ', 'ଦିଲ ହି ତୋ ହେ', 'ଦୁଷ୍ମନ ଜମାନା', 'ଗୀତ ମେ ନଜର ଆଇ' ଚଳଚ୍ଚିତ୍ରରେ କାମ କରିଥିଲେ।

ଫିଲ୍ମ 'ଶୋଲା ଔର୍‌ ଶବନମ୍'ର ସୁଟିଂ ସମୟରେ ଗୋବିନ୍ଦା ସାଜିଦ୍‌ ନାଡିୟାଡୱାଲାଙ୍କ ସହ ଦିବ୍ୟାଙ୍କୁ ପରିଚିତ କରାଇଥିଲେ। ଏଠାରୁ ହିଁ ଦୁହେଁ ବନ୍ଧୁ ହୋଇଥିଲେ ଏବଂ ପ୍ରେମରେ ପଡ଼ିଥିଲେ। ଦୁହେଁ ମଧ୍ୟ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ। ସାଜିଦଙ୍କୁ ବିବାହ କରିବା ପୂର୍ବରୁ ଦିବ୍ୟା ଇସ୍‌ଲାମ ଧର୍ମ ଗ୍ରହଣ କରି ସନା ନାମରେ ପରିଚିତ ହୋଇଥିଲେ।

ମେ ୧୦, ୧୯୯୨ରେ ଉଭୟଙ୍କର ଗୁପ୍ତ ବିବାହ ହୋଇଥିଲା। ମୁମ୍ବାଇର ତୁଳସୀ ବିଲ୍‌ଡିଂରେ ହୋଇଥିବା ଏହି ବିବାହରେ କେବଳ ଦିବ୍ୟାଙ୍କ ହେୟାର୍‌ଡ୍ରେସର୍, ବନ୍ଧୁ ସନ୍ଧ୍ୟା, ସନ୍ଧ୍ୟାଙ୍କ ସ୍ୱାମୀ କାଜୀ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ, ୧୯୯୩ ମସିହାରେ ସାଜିଦ୍ ମୁମ୍ବାଇର ଭର୍ସୋଭାରେ ପଞ୍ଚମ ମହଲାରେ ଦିବ୍ୟାଙ୍କ ପାଇଁ ଏକ ଫ୍ଲାଟ୍‌ ଭଡାକୁ ନେଇଥିଲେ। ଏଠାରେ ତାଙ୍କ ସମ୍ପର୍କୀୟମାନେ ବାରମ୍ବାର ଆସୁଥିଲେ। ୫ ଏପ୍ରିଲ ୧୯୯୩ରେ ଦିବ୍ୟା ହାଇଦ୍ରାବାଦରୁ ମୁମ୍ବାଇ ଫେରୁଥିଲେ ଏବଂ ସେହିଦିନ ଏକ ଚାରି ବଖରା ବେଡ୍‌ରୁମ୍ ବିଶିଷ୍ଟ୍ ଏହି ଫ୍ଲାଟ୍ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିବାରୁ ସେ ବହୁତ ଖୁସି ହୋଇଯାଇଥିଲେ।

ଏହିଦିନ ଦିବ୍ୟା ସନ୍ଧ୍ୟାରେ ତାଙ୍କ ଫ୍ଲାଟ୍‌ରେ ପହଞ୍ଚିଥିଲେ। ତାଙ୍କ ସହ ଫ୍ୟାଶନ ଡିଜାଇନର୍ ନୀତା ଲୁଲ୍ଲା ଏବଂ ତାଙ୍କ ସ୍ୱାମୀ ଶ୍ୟାମ ଲୁଲ୍ଲା ମଧ୍ୟ ଥିଲେ। ଏଥିସହିତ କାମାବାଲୀ ଅମୃତା ପିଲାଦିନରୁ ଦିବ୍ୟାଙ୍କୁ ଜାଣିଥିଲେ, ସେ ଅତିଥିମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ଦିବ୍ୟା ଉଠି ରୋଷେଇ ଘରକୁ ଯାଇ ସେଠାରେ ଥିବା ଝରକା ଉପରେ ବସିବାକୁ ଚେଷ୍ଟା କରୁଥିଲେ।

ସେହି ଝରକା ଉପରେ କୌଣସି ଗ୍ରିଲ୍ ନଥିଲା ଏବଂ ହଠାତ୍ ସେ ପଞ୍ଚମ ମହଲାରୁ ଖସିପଡିଥିଲେ। ସେ ଖସିଯିବା ମାତ୍ରେ ତାଙ୍କ କାମବାଲୀ ଜୋର୍‌ରେ ପାଟି କରିବାକୁ ଲାଗିଲେ। ସେତେବେଳେ ଡ୍ର‍‍ଇଂରୁମ୍‌ରେ ବସିଥିବା ନୀତା ଏବଂ ଶ୍ୟାମ ତଳକୁ ଦଉଡିଥିଲେ। ଏହା ପରେ ଦିବ୍ୟାଙ୍କୁ ନିକଟସ୍ଥ କୁପର୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରଖାନା ନିଆଯିବା ପରେ ସେ ଜୀବିତ ଥିଲେ ମଧ୍ୟ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଦିବ୍ୟାଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପିଗଲା। କିଛି ଲୋକ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ହତ୍ୟା ବୋଲି କହିଥିଲେ। ଦିବ୍ୟାଙ୍କ ମୃତ୍ୟୁ ପରେ ଭର୍ସୋଭା ପୋଲିସ ଷ୍ଟେସନର ଅଧିକାରୀମାନେ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ କରିଥିଲେ। ପୋଷ୍ଟ୍‌ମର୍ଟମ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ ଦିବ୍ୟାଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା। ଅତ୍ୟଧିକ ମଦ୍ୟପାନ ହେତୁ ସେ ନିଜକୁ ସମ୍ଭାଳି ପାରିନଥିଲେ ଏବଂ ଝରକା ଉପରୁ ଖସିପଡିଥିଲେ। ୭ ଏପ୍ରିଲ ୧୯୯୩ରେ ଦିବ୍ୟାଙ୍କୁ ଶବଦାହ କରାଯାଇଥିଲା।

ଦିବ୍ୟାଙ୍କ ମୃତ୍ୟୁର ୫ ବର୍ଷ ପରେ, ଆନୁଷ୍ଠାନିକ ଭାବେ ଏହା ପ୍ରମାଣିତ ହେଲା ଯେ ଦିବ୍ୟଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା। ଏହି ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା ​​ଏବଂ ଯେତେବେଳେ କିଛି ମିଳିନଥିଲା ସେତେବେଳେ ଦିବ୍ୟାଙ୍କ ସ୍ୱାମୀ ସାଜିଦ୍‌ ନାଦିୟାଡୱାଲାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପୋଲିସ୍ କ୍ଲିନ୍ ଚିଟ୍ ଦେଇଥିଲା।

Bollywood Bollywood Actress
Advertisment
Advertisment