Advertisment

Housefull 5 Trailer: ଆସିଲା 'ହାଉସଫୁଲ୍‌ ୫'ର ଟ୍ରେଲର୍‌; ହିରୋଇନଙ୍କ ସହ ଅକ୍ଷୟଙ୍କ ଡବଲ୍ ମିନିଙ୍ଗ ଜୋକ୍ସ

ରିଲିଜ୍ ହେଲା 'ହାଉସଫୁଲ୍‌ ୫'ର ଟ୍ରେଲର୍‌। ପୁଣିଥରେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ଯୋଡ଼ି ଫିଲ୍ମରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଏହା ସହିତ, ଏଥର ହାସର ନୂଆ ତଡ୍‌କା ଦେବା ପାଇଁ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
Housefull 5 trailer released review double meaning jokes

Housefull 5 trailer released review double meaning jokes

Advertisment

ବଲିଉଡ୍‌ର ସବୁଠାରୁ ହିଟ୍ କମେଡି ଫ୍ରାଞ୍ଚାଇଜ୍ ମଧ୍ୟରୁ ଗୋଟିଏ, ‘ହାଉସଫୁଲ୍’ ପୁଣିଥରେ ଦର୍ଶକଙ୍କୁ ହସର ଫୁଲ୍ ଡୋଜ୍ ଦେବାକୁ ପ୍ରସ୍ତୁତ। 'ହାଉସଫୁଲ୍‌ ୫'ର ଟ୍ରେଲର୍‌ ଏବେ ରିଲିଜ୍ ହୋଇଛି ଏବଂ ଏହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।

Advertisment

ପୁଣିଥରେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ଯୋଡ଼ି ଫିଲ୍ମରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଏହା ସହିତ, ଏଥର ହସର ନୂଆ ତଡ୍‌କା ଦେବା ପାଇଁ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖଙ୍କଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍, ନର୍ଗିସ୍ ଫଖରୀ, ସୋନମ୍ ବାଜୱାଙ୍କୁ ଦେଖିବାକୁ ମିଳିଛି।

ସାଜିଦ ନାଡିଆଡ୍‌ୱାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ତରୁଣ ମନ୍‌ସୁଖାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଟ୍ରେଲର୍‌ ବିଷୟରେ କହିବାକୁ ଗଲେ, ଏହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୋରଞ୍ଜନରେ ପରିପୂର୍ଣ୍ଣ। ଟ୍ରେଲର୍‌ରେ କମିକ୍ ଟାଇମିଂ, ରଙ୍ଗୀନ ଲୋକେସନ୍ ଏବଂ ଫୁଲ୍ ମସଲା ଦେଖିବାକୁ ମିଳେ।

Advertisment

ଅଧିକ ପଢ଼ନ୍ତୁ:ମୋଦିଙ୍କ ନେକ୍‌ଲେସ୍ ପିନ୍ଧି କାନ୍ସରେ ଚକ୍‌ମା ଦେଖାଇଲେ ଭାରତୀୟ ମଡେଲ୍; ରାତାରାତି ଭାଇରାଲ୍

ଫିଲ୍ମର ଟ୍ରେଲର୍‌ରେ ଅଭିଷେକ ବଚ୍ଚନ, ରିତେଶ ଏବଂ ଅକ୍ଷୟଙ୍କ ମଧ୍ୟରେ ‘ଜୋଲି’ ହେବା ନେଇ ସଂଘର୍ଷ ଦେଖାଯାଏ। ପ୍ରକୃତରେ, ରଞ୍ଜିତ ତାଙ୍କ ପୁଅ ‘ଜୋଲି’ଙ୍କ ଜନ୍ମଦିନରେ ତାଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ ଏହି ତିନିଜଣ ନିଜକୁ ‘ଜୋଲି’ ବୋଲି କହୁଛନ୍ତି। ଏହି ସମୟରେ, କ୍ରୁଜ୍‌ରେ ତିନି ଜଣଙ୍କ ପ୍ରେମିକାଙ୍କ ଅଦଳବଦଳର ଏକ ଘଟଣା ଘଟେ, ଯାହା ପରେ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱ ଦେଖାଯାଏ।

Advertisment

ଯଦି ଆମେ ସୁନ୍ଦରୀଙ୍କ ବିଷୟରେ କଥା ହେବା, ତେବେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍, ସୌନ୍ଦର୍ଯ୍ୟା ଶର୍ମା, ସୋନମ ବାଜୱା, ନର୍ଗିସ୍ ଫାଖରୀ, ଚିତ୍ରାଙ୍ଗଦା ଭଳି ଅଭିନେତ୍ରୀଙ୍କୁ ଏଥିରେ ଦେଖିବାକୁ ମିଳିବ। ଟ୍ରେଲରରେ ସମସ୍ତଙ୍କର ସୁନ୍ଦର ଦୃଶ୍ୟ ମଧ୍ୟ ଅଛି। କେବଳ ଏତିକି ନୁହେଁ, ଅକ୍ଷୟ କୁମାର ଏବଂ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟରେ ଏମିତି ଏକ ସିନ୍ ଅଛି ଯାହା ହସେଇ ହସେଇ ବେଦମ କରିବ।

ଏହି ସିନ୍‌ରେ ଅଭିନେତ୍ରୀ ଜଣକ ଟାୱେଲ୍ ପିନ୍ଧିଥିବା ବେଳେ ଅକ୍ଷୟ ଡବଲ୍ ମିନିଙ୍ଗ୍ ପଞ୍ଚ୍ ମାରିଛନ୍ତି। ଯଦି ଆମେ ଅଭିନେତ୍ରୀମାନଙ୍କ କାମକୁ ନେଇ କଥା ହେବା, ତେବେ ଟ୍ରେଲର୍‌ରେ ସେମାନଙ୍କର କୌଣସି ବିଶେଷ ଭୂମିକା ଦେଖାଯାଉ ନାହିଁ। ନାୟିକାମାନଙ୍କୁ କେବଳ ଷ୍ଟିମ ସିନ୍ ଏବଂ ଗ୍ଲାମରସ୍ ପାଇଁ ବ୍ୟବହାର କରାଯାଇଛି।

ଏକ ବିଶାଳ ଷ୍ଟାର୍‌କାଷ୍ଟ ସହିତ ଏହି ଫିଲ୍ମଟି ଆସନ୍ତା ମାସ ୬ ଜୁନ୍‌ରେ ମୁକ୍ତିଲାଭ କରିବ। ଏଥର ସଞ୍ଜୟ ଦତ୍ତଙ୍କ ପ୍ରବେଶ ଏକ ଭିନ୍ନ ରଙ୍ଗ ଆଣିଛି। ଟ୍ରେଲରରେ ସେ ତାଙ୍କର ଶକ୍ତିଶାଳୀ ସଂଳାପ ଏବଂ ହାସ୍ୟରସ ଶୈଳୀରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଜ୍ୟାକ୍‌ଲିନ୍ ଏବଂ ନର୍ଗିସ୍ ଇଭେଣ୍ଟରେ ଗ୍ଲାମର ଯୋଡ଼ିବାରେ କୌଣସି ମୌକା ଚାଡି ନାହାଁନ୍ତି।

ଅଧିକ ପଢ଼ନ୍ତୁ:କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲାଲ ଗାଉନରେ ଛାଇଗଲେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍

Riteish Deshmukh Bollywood Akshay Kumar Housefull Jacqueline Fernande Abhisek Bachchan Housefull 5
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ