Advertisment

ବିମାନ ଦୁର୍ଘଟଣାରେ ଦୁଇ ଝିଅ ସହ ପ୍ରାଣ ହରେଇଲେ ଏହି ପ୍ରସିଦ୍ଧ ଅଭିନେତା

ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Hollywood Actor Killed in Plane Crash

Hollywood Actor Killed in Plane Crash

ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ପୋଲିସର କହିବାନୁସାରେ ଏହି ବିମାନଟି କାରିବିଆନ୍ ସାଗରରେ ଯାଇ ପଡ଼ିଥିଲା।

Advertisment

"ଦି ଗୁଡ୍ ଜର୍ମାନ" ଏବଂ ୨୦୦୮ର ଆକ୍ସନ୍-କମେଡି ଫିଲ୍ମ "ସ୍ପିଡ୍ ରେସର୍" ରେ ଜର୍ଜ କ୍ଲୁନିଙ୍କ ସହ ଖ୍ରୀଷ୍ଟିଆନ ଓଲିଭର ବଡ ପରଦାରେ ନଜର ଆସିଥିଲେ। ରୟାଲ ସେଣ୍ଟ୍‌ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୋଲିସ୍‌ ଫୋର୍ସ ଏକ ବିବୃତ୍ତିରେ କହିଛନ୍ତି ଯେ ସେ ଯାତ୍ରା କରୁଥିବା ବ୍ୟକ୍ତିଗତ ଏବଂ ସିଙ୍ଗଲ ଇଂଜିନ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଅଭିନେତାଙ୍କ ବିମାନ ସମୁଦ୍ରରେ ପଡ଼ିବା ମାତ୍ରେ ମତ୍ସ୍ୟଜୀବୀ, ସ୍ଥାନୀୟ ଡାଇଭର ଏବଂ କୋଷ୍ଟ୍‌ଗାର୍ଡମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ସେଠାରୁ ଚାରିଟି ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ବିମାନ ଦୁର୍ଘଟଣାରେ ୫୧ ବର୍ଷିୟ ଓଲିଭର ଏବଂ ତାଙ୍କର ଦୁଇ ଝିଅ ମଦିତା (୧୦ ବର୍ଷ) ଏବଂ ଏନ୍ନିକ୍ (୧୨ ବର୍ଷ) ଏବଂ ପାଇଲଟ୍ ରବର୍ଟ ସାକ୍ସଙ୍କର ମୃତ୍ୟୁ ହୋଇଛି।

Advertisment

ତାଙ୍କ ବିମାନ ଗ୍ରେନାଡାଇନ୍ସର ଏକ ଛୋଟ ଦ୍ୱୀପ ବେକିଆରୁ ଗୁରୁବାର ଅପରାହ୍ନରେ ସେଣ୍ଟ୍‌ ଲୁସିଆ ଅଭିମୁଖେ ଯାଉଥିଲା। ସୂଚନା ଅନୁଯାୟୀ, ଅଭିନେତା ନିଜ ପରିବାର ସହିତ ଛୁଟି କାଟିବାକୁ ଯାଉଥିଲେ।

କିଛି ଦିନ ପୂର୍ବରୁ ହଲିଉଡ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ଇନଷ୍ଟାଗ୍ରାମରେ ଏକ ସମୁଦ୍ରକୂଳର ଫଟୋ ପୋଷ୍ଟ୍‌ କରିଥିଲେ। ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ, "ପାରାଡାଇସ୍‌ରୁ ଶୁଭକାମନା! ଲଭ୍... ୨୦୨୪, ଆମେ ଆସୁଛୁ!" ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମଧ୍ୟ ଟମ୍‌ କ୍ରୁଜ୍‌ଙ୍କ ଫିଲ୍ମ "ୱାଲ୍‌କିରୀ" ରେ ଏକ ଛୋଟ ଭୂମିକା ସମେତ ୬୦ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି।

ଓଲିଭର୍ ଟିଭି ଧାରାବାହିକ "ସେଡ୍ସ ବାଏ ଦ ବେଲ୍ : ଦି ନ୍ୟୁ କ୍ଲାସ୍" ଏବଂ ଚଳଚ୍ଚିତ୍ର "ଦ ବେବି-ସିଟର୍ସ କ୍ଲବ୍" ରେ କାମ କରିଛନ୍ତି। ସେ ଜର୍ମାନୀର ପ୍ରସିଦ୍ଧ ପୋଲିସ୍ ଶୋ’ "ଆଲାର୍ମ ଫର୍ କୋବ୍ରା ୧୧"ର ଦୁଇଟି ସିଜନ୍‌ରେ ମଧ୍ୟ ଅଭିନୟ କରି ଭଲ ପାଇବା ପାଇଛନ୍ତି।

Hollywood Hollywood Actor
Advertisment
Advertisment