Advertisment

ହୀନା କାଟିଲେ କେଶ, କାନ୍ଦିଲେ ମାଆ..ଭିଡିଓ ଭାଇରାଲ

ଗୋଟିଏ ମା ପାଇଁ ୟାଠୁ ଅଧିକ କଷ୍ଟ କ’ଣ ହୋଇପାରେ। ବର୍ଷ ବର୍ଷ ଧରି ପରୀଟିଏ ପରି ସଜେଇ ହେଉଥିବା ତା ଝିଅକୁ ସେ ଦେଖିଆସିଛି। ହେଲେ ଆଜି ଏରୋଗ ସବୁ ସାରିଦେଲା। ଝିଅକୁ ତାର ସବୁଠାରୁ ମୁଲ୍ୟବାନ ଆଭୂଷଣ କାଟିବାକୁ ପଡିଲା।

author-image
Manoranjan Behera
ଅଦ୍ୟତନ ହୋଇଛି
Hina Khan Cuts Her Long Hair Amid Breast Cancer Treatment

Hina Khan

ଝିଅର କଷ୍ଟ ସହି ପାରୁନି ମାଆ। ସେ କେବେବି କଳ୍ପନା କରିନଥିଲେ ତା ପରୀଟିଏ ପରି ଝିଅକୁ ସେ ଦିନେ ଏମିତି ଦେଖିବେ। ହେଲେ କଥାରେ ଅଛି ପା ବିଧିର ବିଧାନ କେ କରିବ ଆନ। ବିଗବସ୍ ଫେମ ତଥା ଟେଲିଭିଜନ ଅଭିନେତ୍ରୀ ହିନା ଖାନ। କିଛିଦିନ ତଳେ ତାଙ୍କୁ ସ୍ତନ କର୍କଟ ହେବା ନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସମସ୍ତଙ୍କୁ ଝଟକା ଦେଇଥିଲେ ହିନା। ଯେଉଁଥିରେ ତାଙ୍କର ଏବେ କ୍ୟାନ୍ସର ଚିକିତ୍ସା ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅନୁପମ୍‌ଙ୍କ ବଡ଼ପଣିଆ; ଆସିଷ୍ଟାଣ୍ଟଙ୍କ ଝିଅ ବାହାଘରକୁ ଗଲେ..ଫଟୋ ସେୟାର କଲେ

ତେବେ ଚିକିତ୍ସାର ଅପଡେଟ ଦେଇ ସେ ଏକ ନୂତନ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ କର୍କଟ ଚିକିତ୍ସା ପାଇଁ କେମୋଥେରାପି ନେବା ପୂର୍ବରୁ ସେ ନିଜର କେଶ କାଟୁଥିବା ଦେଖାଯାଇଛି। ଏହି ଭିଡିଓରେ ତାଙ୍କ ମାଆ କାନ୍ଦୁଥିବା ଦେଖିବାକୁ ମିଳିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଗୋଟିଏ ମା ପାଇଁ ୟାଠୁ ଅଧିକ କଷ୍ଟ କ’ଣ ହୋଇପାରେ। ବର୍ଷ ବର୍ଷ ଧରି ପରୀଟିଏ ପରି ସଜେଇ ହେଉଥିବା ତା ଝିଅକୁ ସେ ଦେଖିଆସିଛି। ହେଲେ ଆଜି ଏରୋଗ ସବୁ ସାରିଦେଲା। ଝିଅକୁ ତାର ସବୁଠାରୁ ମୁଲ୍ୟବାନ ଆଭୂଷଣ କାଟିବାକୁ ପଡିଲା। ହେଲେ ହିନା ନିଜ ମାଙ୍କୁ ନକାନ୍ଦିବା ପାଇଁ ବୁଝାଉଛନ୍ତି। ମା’ ମଧ୍ୟ ତାଙ୍କୁ କୋଳାଇ ନେଇ ଗେଲ କରିଦେଉଛନ୍ତି।

ହିନା ନିଜ ହାତରେ ନିଜ କେଶ କାଟୁଛନ୍ତି। ଏହାର କାପ୍ସନରେ ସେ ଲେଖିଛନ୍ତି, ଆପଣମାନେ ମୋ ମାଆର କାନ୍ଦିବା ଶବ୍ଦ ଶୁଣିପାରୁଥିବେ। ସେ ମୋତେ ଏହି ରୂପରେ କେବେ ଦେଖିବେ ବୋଲି କଳ୍ପନା କରିନଥିଲେ। କର୍କଟ ରୋଗ ସହ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ। ଅଧିକାଂଶ ଲୋକଙ୍କ ପାଇଁ କେଶ ମୁକୁଟ ସଦୃଶ୍ୟ। ଯାହାକୁ ସେମାନେ କେବେ କାଟିବାକୁ ଚାହାଁନ୍ତି ନାହିଁ। ହେଲେ ଏଭଳି କଠିନ ସମୟରେ ଆମକୁ ନିଜ ମୁକୁଟ ହରାଇବାକୁ ପଡ଼ିଥାଏ। ଆପଣ ଜିତିବାକୁ ଚାହୁଁଥିଲେ ଏଭଳି କଠିନ ନିଷ୍ପତ୍ତି ନେବାକୁ ପଡ଼େ ବୋଲି ହିନା ଖାନ କହିଛନ୍ତି।

ଅଧିକ ପଢ଼ନ୍ତୁ: ଏହି ମେକ୍‌ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !

Hina Khan Breast Cancer
Advertisment
Advertisment