Advertisment

Himesh Reshammiya: ପତ୍ନୀ କହିଦେଲେ ହିମେଶ୍ ରେଶମିୟାଙ୍କ ବାଥ୍‌ରୁମ୍ ସିକ୍ରେଟ୍; ଆଶ୍ଚର୍ଯ୍ୟ ହେଲେ ସିଙ୍ଗର୍

ହିମେଶ୍ ରେଶମିୟାଙ୍କ ପତ୍ନୀ ବର୍ତ୍ତମାନ ‘ଦ ସୋନିଆ କପୁର’ ନାମରେ ଏକ ପୋଡ୍‌କାଷ୍ଟ ଆରମ୍ଭ କରିଛନ୍ତି। ଏଠାରେ ସୋନିଆ ଅତିଥି ଭାବରେ ହିମେଶଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସନ୍ତି। ଏହି ସମୟରେ ସେ ହିମେଶଙ୍କର ଏକ ବାଥ୍‌ରୁମ୍ ସିକ୍ରେଟ୍‌କୁ କହିଦେଇଛନ୍ତି।

ଅଦ୍ୟତନ ହୋଇଛି
Himesh Reshammiya wife reveals his husband bathroom secret

Himesh Reshammiya wife reveals his husband bathroom secret

Advertisment

ବଲିଉଡ୍ ଫିଲ୍ମ ‘ବ୍ୟାଡେସ୍ ରବି କୁମାର’ର ହିଟ୍‌ମେକର ହିମେଶ୍ ରେଶମିୟାଙ୍କ ପତ୍ନୀ ବର୍ତ୍ତମାନ ‘ଦ ସୋନିଆ କପୁର’ ନାମରେ ଏକ ପୋଡ୍‌କାଷ୍ଟ ଆରମ୍ଭ କରିଛନ୍ତି, ଯେଉଁଠାରେ ସୋନିଆ ଅତିଥି ଭାବରେ ହିମେଶଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସନ୍ତି। ଏହି ସମୟରେ ସେ ହିମେଶଙ୍କର ଏକ ବାଥ୍‌ରୁମ୍ ସିକ୍ରେଟ୍‌କୁ କହିଦେଇଛନ୍ତି।

Advertisment

ଶୋ’ରେ କଥାବାର୍ତ୍ତା ବେଳେ ସୋନିଆ ମଜ୍ଜାରେ ମଜ୍ଜାରେ ହିମେଶଙ୍କୁ ପଚାରିଥିଲେ, “ତୁମେ ୪ ଘଣ୍ଟା ବାଥ୍‌ରୁମ୍‌ରେ ନିଜକୁ ଦେଖିବା ବ୍ୟତୀତ ଆଉ କ’ଣ ପସନ୍ଦ କର ?” ଏହି ପ୍ରଶ୍ନ ଶୁଣିବା ମାତ୍ରେ ହିମେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ କହିଥିଲେ “ତୁମକୁ TRP ଦରକାର, ସେଥିପାଇଁ ତୁମେ ମୋ ନାଁରେ ଏମିତି କହୁଛ ନା।”

Advertisment

ଅଧିକ ପଢ଼ନ୍ତୁ: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍

Advertisment

ସୋନିଆ ଏହାପରେ ହସନ୍ତି ଆଉ ନିଜ କଥା ରଖି କୁହନ୍ତି ଯେ ସେ ତଥ୍ୟ ଛତା ଆଉ କିଛି କହୁ ନାହାଁନ୍ତି। ସେ ପୁଣି କୁହନ୍ତି, “ତୁମେ ସେପରି କି, ଯଦି ତୁମର ଫ୍ଲାଇଟ୍ ସକାଳ ୯ ଟାରେ ଥାଏ, ତୁମେ ଭୋର୍ ୩ ଟାରେ ଉଠିପଡ, ଏମିତି କିଏ କରେ?”

ଏହାର ଜବାବରେ ହିମେଶ କହିଛନ୍ତି ଯେ ତାଙ୍କୁ ତରବର ହେବା ପସନ୍ଦ ନୁହେଁ ଏବଂ ପ୍ରସ୍ତୁତ ହେବାକୁ ତାଙ୍କୁ ଅଧିକ ସମୟ ଦରକାର ହୁଏ। ଏହା ଉପରେ ସୋନିଆ ପୁଣି ମଜ୍ଜାକରି କୁହନ୍ତି, “ଯାହାଫଳରେ ତୁମେ ନିଜକୁ ୨ ଘଣ୍ଟା ଦର୍ପଣରେ ଦେଖିପାରିବ!” ଏହା ପରେ ହିମେଶ ଅସହଜ ହୋଇଯାଆନ୍ତି ଆଉ କୁହନ୍ତି, “ତେବେ ଏଥିରେ କ’ଣ ଅଛି?”

ଅଧିକ ପଢ଼ନ୍ତୁ: ରିଲିଜ୍ ହୋଇଛି ରେଶମିଆଙ୍କ ଫିଲ୍ମ 'ବ୍ୟାଡେସ୍ ରବି କୁମାର'; ଦେଖିବା ପୂର୍ବରୁ ପଢନ୍ତୁ

ଏହା ପରେ ସୋନିଆ ତାଙ୍କର ଏହି ବାଥ୍‌ରୁମ୍ ସିକ୍ରେଟ୍‌କୁ ପଦାରେ ପକାଇଦେଇଥିବାରୁ କ୍ଷମା ମାଗନ୍ତି ଆଉ ଶୋ’କୁ ଆଗକୁ ଜାରି ରଖନ୍ତି। ଯଦି ଆମେ ଏହି ଭିଡିଓର କମେଣ୍ଟ୍ ସେକ୍ସନ୍‌କୁ ଯିବା, ତେବେ ଲୋକମାନେ ଏହାକୁ ବ୍ୟାଡେସ୍ ରବି କୁମାରଙ୍କ ଅଭିନନ୍ଦନ ଏବଂ ହିମେଶଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ପ୍ରକାଶଥାଉ ଯେ ହିମେଶ ରେଶମିୟା ୨୦୧୮ରେ ସୋନିଆ କପୁରଙ୍କୁ ବିବାହ କରିଥିଲେ। ଏହା ଭିତରେ ସେମାନଙ୍କର ଏକ ପୁଅ ମଧ୍ୟ ଅଛି, ଯାହାର ନାଁ ସ୍ୱୟଂ।

ଏହା ବ୍ୟତୀତ ହିମେଶ ରେଶମିୟା ତାଙ୍କର ବ୍ୟବସାୟିକ ସଫଳ ଚଳଚ୍ଚିତ୍ର ‘ବ୍ୟାଡେସ୍ ରବି କୁମାର’କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହା ହୁଏତ ବକ୍ସ ଅଫିସରେ ସେମିତି ଭଲ ଟଙ୍କା ରୋଜଗାର କରିନି, କିନ୍ତୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ଫିଲ୍ମ କିନ୍ତୁ ରିଲିଜ ହେବା ପୂର୍ବରୁ ଭଲ ରୋଜଗାର କରିଥିଲା।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Himesh Reshammiya Bollywood Podcast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ