Advertisment

ପାଖରେ ଅଛି ଦାମୀ କାର୍; ହେଲେ କାହିଁକି ଅଟୋରେ ଗଲେ ହେମା ମାଳିନୀ

କୌଣସି ସେଲିବ୍ରିଟିଙ୍କୁ ଅଟୋରେ ଯିବା ପ୍ରାୟ ଦେଖିବାକୁ ମିଳେନି। କିନ୍ତୁ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପାଖରେ ତ ଦାମୀ ଓ ବିଳାସପୂର୍ଣ୍ଣ କାର୍‌ର ଅଭାବ ନାହିଁ। ହେଲେ ସେ କାହିଁକି ମେଟ୍ରୋ ଆଉ ଅଟୋର ସାହାରା ନେଲେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Hema Malini travel in Mumbai metro and take auto ride from dn nagar to juhu

Hema Malini travel in Mumbai metro and take auto ride from dn nagar to juhu

ଆଜିକାଲି ଯାହା ପାଖରେ ଟଙ୍କା ହୋଇଗଲା ସେମାନେ ଅଟୋ ଭଳି ସର୍ବସାଧାରଣ ଯାନରେ ଯିବାକୁ ନାକ ଟେକୁଛନ୍ତି। ଅଟୋରେ କେବଳ ସାଧାରଣ ଲୋକେ ଯାଆନ୍ତି ବୋଲି ସମସ୍ତଙ୍କ ଧାରଣ ହୋଇଛି। କିନ୍ତୁ ଯେତେବେଳେ ଆମେ ହଠାତ କୌଣସି ନାମିଦାମୀ ଲୋକଙ୍କୁ ଏଭଳି ସର୍ବସାଧାରଣ ଯାନରେ ଦେଖୁ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ।

Advertisment

ଗତ କିଛି ବର୍ଷ ହେଲା, ଅଟୋରେ ଯାତ୍ରା କରୁଥିବା ବଲିଉଡ୍‌ ସେଲିବ୍ରିଟିମାନଙ୍କ ଖବର ବାରମ୍ବାର ଚର୍ଚ୍ଚାକୁ ଆସୁଛି। ଆପଣମାନେ ଜାହ୍ନଭୀ କପୁର, ଆଲିଆ ଭଟ୍ଟ, ସନ୍ନି ଲିଓନଙ୍କ ପରି ଅନେକ ଅଭିନେତ୍ରୀଙ୍କୁ ବେଳେବେଳେ ଅଟୋରେ ଜିମ୍ କିମ୍ବା ରେଷ୍ଟୁରାଣ୍ଟକୁ ଯିବାର ଦେଖିଥିବେ। କିନ୍ତୁ ମୁମ୍ବାଇ ମେଟ୍ରୋରେ ଯାତ୍ରା କରୁଥିବା କୌଣସି ସେଲିବ୍ରିଟିଙ୍କୁ କ୍ୱଚିତ୍ ଦେଖିଥିବେ।

Advertisment

ଏହି ସେଲିବ୍ରିଟିମାନଙ୍କ ପାଖରେ ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର୍‌ ଅଛି, ତେବେ ସେମାନେ ସର୍ବସାଧାରଣ ଯାନରେ କାହିଁକି ବା ଯାତ୍ରା କରିବେ? କିନ୍ତୁ ଭେଟେରାନ ଅଭିନେତ୍ରୀ ତଥା ସାଂସଦ ହେମା ମାଳିନୀ ମୁମ୍ବାଇ ମେଟ୍ରୋରେ ଯାତ୍ରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ମୁମ୍ବାଇ ମେଟ୍ରୋରେ ଯାତ୍ରା କରୁଥିବା ହେମା ମାଳିନୀଙ୍କ ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଭେଟେରାନ ଅଭିନେତ୍ରୀ ନିଜେ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ହେମା ମାଳିନୀ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ପ୍ରଶଂସକଙ୍କ ସହ ତାଙ୍କ ଅଭିଜ୍ଞତା ଶେୟାର କରିଥିଲେ। ମେଟ୍ରୋ ପରେ ସେ ଅଟୋରେ ମଧ୍ୟ ଯାତ୍ରା କରିଛନ୍ତି।

ଫଟୋ ଏବଂ ଭିଡିଓ ଶେୟାର କରି ହେମା ମାଳିନୀ କହିଛନ୍ତି ଯେ କାର୍‌ ଯୋଗେ ମୁମ୍ବାଇର ଦହିସର ସହରରେ ପହଞ୍ଚିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଛି। ଫଳରେ ସେ ବହୁତ ଥକି ଯାଇଥିଲେ। ତେଣୁ, ସେ ଫେରିବା ବେଳେ ମେଟ୍ରୋ ଯୋଗେ ଯାତ୍ରା କରିବାକୁ ପସନ୍ଦ କରିଥିଲେ। ଯେଉଁ ରାସ୍ତାରେ ତାଙ୍କୁ ୨ ଘଣ୍ଟା ଲାଗିଥିଲା, ମେଟ୍ରୋ ହେତୁ ସେ ଅଧ ଘଣ୍ଟା ମଧ୍ୟରେ ପହଞ୍ଚିଗଲେ।

ହେମା ମାଳିନୀ ଗୋଟିଏ ପୋଷ୍ଟ୍‌ରେ ଲେଖିଛନ୍ତି, “ମୁଁ ଆପଣମାନଙ୍କ ସହିତ ମୋର ଅନନ୍ୟ, ଅଦ୍ଭୁତ ଅନୁଭୂତି ବାଣ୍ଟିବାକୁ ଚାହୁଛି। କାର୍‌ରେ ଦହିସର ପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିଲା, ଏହା ଖୁବ୍ ଯନ୍ତ୍ରଣାଦାୟକ ଥିଲା! ସନ୍ଧ୍ୟାରେ ମୁଁ ମେଟ୍ରୋରେ ଯିବାକୁ ସ୍ଥିର କଲି। ପ୍ରକୃତରେ ଏହା ଅତ୍ୟନ୍ତ ଆରାମଦାୟକ ଏବଂ ଆନନ୍ଦଦାୟକ ଥିଲା। ଆରମ୍ଭରୁ ଟିକେ ଅସୁବିଧା ହୋଇଥିଲା, କିନ୍ତୁ ଏହା ଚାଲିବା ପରେ ଅତି ଦ୍ରୁତ ଆଉ ଆରାମରେ ଗଲା ଆଉ ଅଧ ଘଣ୍ଟା ମଧ୍ୟରେ ଜୁହୁରେ ପହଞ୍ଚିଗଲା।”

ହେମା ମାଳିନୀ ମେଟ୍ରୋରେ ଯାତ୍ରା କରି ବହୁତ ଖୁସି ହୋଇଥିଲେ। ସେ ମେଟ୍ରୋ ଡୋର୍‌ ଦେଖି ସେ ସନ୍ଦେହରେ ପଡ଼ିଯାଇଥିଲେ। ମେଟ୍ରୋର କବାଟ କିପରି ଖୋଲିବେ ସେ ଜାଣି ନଥିଲେ। ଏନେଇ ସେ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ନେଇଥିଲେ। ସେ ଏହାର ଟ୍ରିକ୍ସ କହିଦେଇଥିଲେ। କବାଟ ଖୋଲିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ ତାଙ୍କର ଆଉ ଏକ ପୋଷ୍ଟ୍‌ରେ କହିଛନ୍ତି ଯେ ମେଟ୍ରୋରେ ଯାତ୍ରା କରିବା ପରେ ସେ ଡିଏନ୍ ନଗରରୁ ଜୁହୁକୁ ଯିବା ପାଇଁ ଏକ ଅଟୋ ନେଇଥିଲେ।

ତେବେ ସବୁଠାରୁ ମଜା କଥା ହେଲା ମେଟ୍ରୋ ଭିତରେ ହେମାଙ୍କୁ ଦେଖି ପ୍ରଶଂସକମାନେ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ। ତାଙ୍କ ସହ ସେଲ୍ଫି ନେବାର ସୁଯୋଗକୁ ହାତଛଡା କରିନଥିଲେ। ଭିଡିଓ ଦେଖିଲେ ଆପଣ ଜାଣିପାରିବେ ସେମାନେ କେତେ ଖୁସି ହୋଇଯାଉଛନ୍ତି ଆଉ ହେମାଙ୍କ ସହ ଫଟୋ ଉଠାଉଛନ୍ତି।

Hema Malini
Advertisment
Advertisment