Advertisment

ଚଳଚ୍ଚିତ୍ର ନିର୍ମାତାଙ୍କ ପର୍ଦାଫାସ୍ କଲେ ହେମା ମାଲିନୀ: କହିଲେ ସେ ଚାହୁଁଥିଲେ ଶାଢିର ପିନ୍ ଖୋଲିବାକୁ

ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

author-image
Pramod Behera
Hema malini opened up about how a filmmaker made a deplorable demand about her saree

Hema malini opened up about how a filmmaker made a deplorable demand about her saree

ଆଜିକାଲି କାଷ୍ଟିଂ କାଉଚ୍‌କୁ ନେଇ ମନୋରଂଜନ ଜଗତ ସବୁବେଳେ ବିବାଦରେ ରହୁଛି। ନାୟିକାମାନଙ୍କ ସହିତ ଫିଲ୍ମ ନିର୍ମାତା ହୁଅନ୍ତୁ କି ନିର୍ଦ୍ଦେଶକ ଅଶାଳୀନ ବ୍ୟବହାର କରିବା ସାମ୍ନାକୁ ଆସୁଛି। ତେବେ ମନୋରଂଜନ ଦୁନିଆରେ ଏହା ନୂଆ ନୁହେଁ। ଦିନେ ହେମା ମାଲିନୀ ମଧ୍ୟ ଏଭଳି ଶିକାର ହୋଇଥିବା କହିଛନ୍ତି।

Advertisment

ବଲିଉଡ୍‌ର 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ପରଦାରୁ ରାଜନୀତି ପର୍ଯ୍ୟନ୍ତ ହେମା ଏକ ସଫଳ ଯାତ୍ରା କରିଛନ୍ତି। ଆଜିକାଲି ଅନେକ ସମୟରେ ଦେଖାଯାଏ ଯେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବଲିଉଡକୁ ନେଇ ଅନେକ ଖୋଲାଖୋଲି ମତ ଦେଇ ଚର୍ଚ୍ଚାରେ ଆସିବାର।

ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

Advertisment

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ହେମା ମାଲିନୀ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ନାଁ ନ ନେଇ ତାଙ୍କ ପର୍ଦାଫାସ୍ କରିବାକୁ ଯାଇ କହିଛନ୍ତି ଯେ ସେ କିପରି ଚାହୁଁଥିଲେ ଯେ ଅଭିନେତ୍ରୀ ତାଙ୍କ ଶାଢିର କାନିରୁ ପିନ୍ କାଢନ୍ତୁ ବୋଲି। ହେମା ମାଲିନୀ କହିଛନ୍ତି, “ସେ ଏପରି ଏକ ସିନ୍‌ର ସୁଟିଂ କରିବାକୁ ଚାହୁଁଥିଲେ। ମୁଁ ସବୁବେଳେ ମୋ ଶାଢିରେ ପିନ୍ ମାରେ। ମୁଁ କହିଲି – ଶାଢି ତଳକୁ ଖସିଯିବ। ସେ କହିଲେ ମୁଁ ଏହା ହିଁ ଚାହୁଁଛୁ।”

ହେମା ଏହା ମଧ୍ୟ କହିଛନ୍ତି ଯେ ଆଜିର ଚଳଚ୍ଚିତ୍ର ନିର୍ମାତାମାନେ ନିଜ ତାରକାଙ୍କୁ ସୁନ୍ଦର ଦେଖାଇବାକୁ ବ୍ୟଗ୍ର ହୁଅନ୍ତି ନାହିଁ। ହେମା ମାଲିନୀ କହିଛନ୍ତି ଯେ ଆଜିକାଲି ସୁଟିଂ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଯାଇଛି। ତାଙ୍କୁ ଲାଗୁନି ଯେ ସେ ପୁଣି କାମ କରିବାକୁ ଚାହିଁବେ। ଏହା ବ୍ୟତୀତ ହେମା ପ୍ରକାଶ କରିଛନ୍ତି ଯେ ରାଜ କପୁର କିପରି 'ସତ୍ୟମ୍ ଶିବମ୍ ସୁନ୍ଦରମ୍'ରେ କାମ କରିବାକୁ ତାଙ୍କ ନିକଟକୁ ଆସିଥିଲେ, ଯଦିଓ ସେ ଜାଣିଥିଲେ ଯେ ସେ ଏପରି ଫିଲ୍ମ କରିବେ ନାହିଁ।

'ସତ୍ୟମ୍ ଶିବମ୍ ସୁନ୍ଦରମ୍' କୁ ନେଇ ହେମା ମାଲିନୀ କହିଛନ୍ତି ଯେ ରାଜ କପୁର କିପରି ଆସି ତାଙ୍କୁ ଫିଲ୍ମ ବିଷୟରେ କହିଥିଲେ। ମାଳିନୀ କହିଛନ୍ତି, “ସେ କହିଲେ ଏହା ଏମିତି ଏକ ଫିଲ୍ମ ଯାହା ତୁମେ କରିବ ନାହିଁ, କିନ୍ତୁ ମୁଁ ଆଗ୍ରହୀ ଯେ ତୁମେ ଏହା କର।” ହେମା ମାଲିନି କହିଛନ୍ତି ଯେ ଏହି ସମୟରେ ତାଙ୍କ ମା’ ମଧ୍ୟ ତାଙ୍କ ପାଖରେ ବସିଥିଲେ ଏବଂ ସେ ଅସନ୍ତୁଷ୍ଟ ହୋଇ ମୁଣ୍ଡ ହଲାଇ ନା କଲେ।

Bollywood Casting Couch Hema Malini
Advertisment
Advertisment