• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡର ଏଭରଗ୍ରୀନ୍‌ ନାୟିକା ହେମା ମାଳିନୀ ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି । ବୟସ ତାଙ୍କ ସୌନ୍ଦର୍ଯ୍ୟକୁ ଆଦୌ ଫିକା କରିପାରିନି । ଆଜି ବି ତାଙ୍କ ସୁନ୍ଦରତାର କୌଣସି ତୁଳନା ନାହିଁ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୧୦୦ରୁ ଅଧିକ ଚଳଚ୍ଚିତ୍ର ଅଭିନୟ କରି ସାରିଥିବା ହେମା କେବେ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ମା’ ଜୟଲକ୍ଷ୍ମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଚଳଚ୍ଚିତ୍ର ଜଗତର ପାଦ ଥାପିଥିଲେ ।

ଝିଅକୁ ସିନେ ଦୁନିଆରେ ପ୍ରବେଶ କରାଇବା ପାଇଁ ପ୍ରଥମେ  ହେମାଙ୍କୁ ତାଙ୍କ ମା’ ଶାସ୍ତ୍ରୀୟ ନୃତ୍ୟ ଶିଖାଇ ଥିଲେ । ମାଟ୍ରିକ୍‌ ପଢ଼ି ସାରିବା ପରେ ହେମାଙ୍କର ଅଧିକାଂଶ ସମୟ ନୃତ୍ୟ ଅଭ୍ୟାସରେ କଟୁଥିଲା । ଆଉ ଅଳ୍ପ ବୟସରୁ ହିଁ ସେ ସିନେ ଦୁନିଆରେ ଏଣ୍ଟ୍ରି କରିବାକୁ ଚାହୁଁଥିଲେ, ବି ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ପ୍ରଥମ କାରଣ ଥିଲା ହେମା ବହୁତ ପତଳା ଥିଲେ । ଆଉ ଦ୍ୱିତୀୟଟି ହେଲା ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକ ତାଙ୍କ ନାମକୁ ହିଁ ପସନ୍ଦ କରୁନଥିଲେ । ତେବେ ଏଥିରେ ହେମାଙ୍କ ଅପେକ୍ଷା ତାଙ୍କ ମା ଉପରେ ଅଧିକ ଥିଲା ପ୍ରତ୍ୟାଖ୍ୟାନର ପ୍ରଭାବ । ଆଉ ସେଥିପାଇଁ ହିଁ ମା’ଙ୍କ ଖୁସି ଲାଗି ସେ ନିଜକୁ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ କରିଥିଲେ । ଆଉ ଆଜି ହେମା ମାଳିନୀ ଚଳଚ୍ଚିତ୍ର ଜଗତର ଏକ ପ୍ରତିଷ୍ଠିତ ନାମ ।

ତାମିଲନାଡ଼ୁର ଜିୟାପୁରମଠାରେ ୧୬ ଅକ୍ଟୋବର ୧୯୪୮ରେ ହେମା ମାଳିନୀଙ୍କ ଜନ୍ମ । ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ ଥିଲେ । ସେ ତାମିଲ ଚଳଚ୍ଚିତ୍ର "ଇଥୁ ସାଥିୟମ"ରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ଆଉ ତା’ରେ ୧୯୬୮ ମସିହାରେ ରାଜ କପୁରଙ୍କ ସିନେମା "ସପ୍ନୋ କା ସୌଦାଗର ଚଳଚ୍ଚିତ୍ରରେ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ହେମା ମାଳିନୀଙ୍କୁ ସେହି ସମୟରେ ଡ୍ରିମ୍ ଗାର୍ଲ ରୂପେ ସମ୍ବୋଧନ କରି ତାଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । ୧୯୭୭ରେ ସେ ଏହି ନାମର ଏକ ଚଳଚ୍ଚିତ୍ର କରିଥିଲେ ।

ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସୁନ୍ଦର ସୁନ୍ଦ ଚଳଚ୍ଚିତ୍ର ଭେଟି ଦେଇଥିଲେ ଫ୍ୟାନ୍ସଙ୍କୁ । ସୋଲେ, ତ୍ରିଶୂଲ, କ୍ରାନ୍ତି, ସତ୍ତେ ପେ ସତ୍ତା, ନସିବ, ରଜିଆ ସୁଲତାନ, ବାଗବାନ୍, ବିର ଜାରା ଏବଂ ଆରକ୍ଷଣ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆଜି ବି ଦର୍ଶକଙ୍କ ହୃତଦୟର ଡ୍ରିମ ଗାର୍ଲ ସାଜିଛନ୍ତି ହେମା ।