/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656073990.jpg)
Raimohan Parida
ମୃତ୍ୟୁ ପୂର୍ବରୁ ଝିଅ ଓ ପତ୍ନୀଙ୍କୁ ଦେଇଥିଲେ ଶେଷ ମେସେଜ୍ । ଆଉ ମେସେଜ୍ରେ କହିଥିଲେ ବାଏ । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ଜଣେ ମଇଲଖୁଣ୍ଟ ରାଇମୋହନ ପରିଡ଼ା । ତାଙ୍କ ବିୟୋଗରେ ଆଜି ପୁରା ଓଲିଉଡ୍ ଜଗତ ସ୍ତବ୍ଧ ହୋଇପଡ଼ିଛି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ ଭଳି ମାଡ଼ି ଯାଇଥିଲା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଖବର ।
ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତ୍ୟା କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତ୍ୟା କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ ।
ଅନ୍ୟପଟେ ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ପୋଲିସ ଦେଇଛି ଏଭଳି ଏକ ଭାବବିହ୍ୱଳ ଖବର । ଆତ୍ମହତ୍ୟା ପୂର୍ବରୁ ମୋବାଇଲ ଜରିଆରେ ନିଜ ୨ ଝିଅଙ୍କ ନାଁ ନେଇ ବାଏ ଜଣାଇଛନ୍ତି ରାଇମୋହନ । ଏମିତିକି ମେସେଜରେ ପତ୍ନୀଙ୍କୁ ମଧ୍ୟ ବାଏ ଜଣାଇଥିବା ମଞ୍ଚେଶ୍ୱର ପୋଲିସ୍ ସୂଚନା ଦେଇଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏଦିଗରେ ଖୋଲତାଡ଼ ଆରମ୍ଭ କରିଛି ପୋଲିସ୍ । କାରଣ ଏଭଳି ମେସେଜ୍ରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, କୌଣସି ନା କୌଣସି କାରଣରୁ ରାମୋହନ ଭାରାକ୍ରାନ୍ତ ଥିଲେ ବା ମାନସିକ ଚାପରେ ଥିଲେ । ଆଉ ଏହି ଚାପ ଦିନେ କି ଦୁଇ ଦିନର ନୁହେଁ । ଅନେକ ଦିନରୁ ସେ ଏଭଳି କିଛି ମାନସିକ ଚାପରେ ଥିଲେ ବୋଲି ଆଶଙ୍କା କରାଯାଇପାରେ ।
ସେହିଭଳି ତାଙ୍କ ଆତ୍ମହତ୍ୟା ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି । କାରଣ ଗତକାଲି ପର୍ଯ୍ୟନ୍ତ ତାଙ୍କ ମୁହଁରେ ସବୁଦିନ ଭଳି ସେମିତି ହସ ଭରି ରହିଥିଲା । ସବୁବେଳେ ବିନ୍ଦାସ ମିଜାଜ୍ରେ ରହୁଥିବା ରାଇମୋହନ ଆତ୍ମହତ୍ୟାର ଦିନକ ପୂର୍ବରୁ ମଧ୍ୟ ବିନ୍ଦାସ ଥିଲେ । ଏଭଳି ସୂଚନା ଦେଇଛନ୍ତି ରାଇମୋହନଙ୍କ ପଡ଼ୋଶୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)