/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664270184.jpg)
DID Super Mom-3
ଦିନେ ପରିବାର ପ୍ରତିପୋଷଣ ପାଇଁ ସ୍ୱାମୀଙ୍କ ସହ ମିଶି ମୂଲ ଲାଗୁଥିଲେ, ଆଜି ଦେଶର ଟପ୍ ରିଅଲିଟି ଶୋ’ DID ସୁପର୍ ମମ୍ ସିଜିନ୍-୩ର ବିଜେତା ମୁକୁଟ ପିନ୍ଧିଛନ୍ତି । ଡ୍ୟାନ୍ସିଂ ରିଅଲିଟି ଶୋ ଡିଆଇଡି ସୁପର୍ ମମ୍ର ଟ୍ରଫି ଜିତିଛନ୍ତି ହରିୟାଣାର ବର୍ଷା ବୁମ୍ରା । ସେ ଫାଇନାଲରେ ଅନିଲା ରଞ୍ଜନ, ସାଧନା ମିଶ୍ର, ରିଦ୍ଧି ତିୱାରୀ, ଅଳ୍ପନା ପାଣ୍ତେ ଓ ସାଦିକା ଖାନ୍ଙ୍କୁ ହରାଇ ଫାଇଲାଲ୍ ଟ୍ରଫି ଜିତିଛନ୍ତି । ସେ ଏହି ଶୋ’କୁ ଆସିବା ପୂର୍ବରୁ ଦିନ ମଜୁରୀ କରୁଥିଲେ । ନିଜର ପ୍ରତିଭା ବଳରେ ଚମତ୍କାର ଡ୍ୟାନ୍ସ କରି ଲୋକଲୋଚନକୁ ଆସିଥିଲେ ।
ପେଟ ପାଇଁ ନାଟ । ମଣିଷ ପରିସ୍ଥିତିରେ ପଡ଼ି ଚାହୁଁନଥିବା କାମ କରିବାକୁ ବାଧ୍ୟ ହୁଏ । ଯେତେବେଳେ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ମିଳେ, ସେ ନିଶ୍ଚୟ ସେହି ମୁହୂର୍ତ୍ତକୁ ସଫଳ କରିବାକୁ ଚେଷ୍ଟା କରିଥାଏ । ଠିକ୍ ସେହିପରି ଜଣେ ପ୍ରତିଭାବାନ ମାଆ ହେଉଛନ୍ତି ବର୍ଷା ବୁମ୍ରା । ଚଳିତ ବର୍ଷ ବହୁଚର୍ଚ୍ଚିତ ଶୋ’ ଡିଆଇଡି ସୁପର ମମ୍ର ତୃତୀୟ ସିଜିନ୍ରେ ସେ ବିଜୟୀ ହୋଇଛନ୍ତି । ଫାଇନାଲ ଟ୍ରଫି ଜିତିବା ସହ ବିଜୟୀ ରାଶି ୭.୫ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି । ସେ ଜିତିଥିବା ରାଶିକୁ ନିଜ ପୁଅର ପାଠପଢାରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।
ଡିଆଇଡି ସୁପର ମମ୍ ସିଜିନ୍-୩ ରେ ଫିଲ୍ମ ନିର୍ମାତା ରେମୋ ଡିସୁଜା, ଅଭିନେତ୍ରୀ ଭାଗ୍ୟଶ୍ରୀ ଓ ଉର୍ମିଳା ମାତୁଣ୍ତକର୍ ଆଦି ଜଜ୍ ରହିଥିଲେ । ତେବେ ଏହି ଶୋ’ ରେ ଅନେକ ମହିଳା ଭାଗ ନେଇ ନିଜର ପ୍ରତିଭା ଦେଖାଇଥିଲେ । ସେମାନଙ୍କ ମଧ୍ୟରୁ ଅନିଲା ରଞ୍ଜନ, ସାଧନା ମିଶ୍ର, ରିଦ୍ଧି ତିୱାରୀ, ଅଳ୍ପନା ପାଣ୍ତେ, ସାଦିକା ଖାନ୍ ଓ ବର୍ଷା ବୁମ୍ରା ଫାଇନାଲ୍ ପାଇଁ ଚୟନ ହୋଇଥିଲେ । ସମସ୍ତଙ୍କୁ ହରାଇ ବର୍ଷା ଏହି ଟାଇଟଲ୍ ଜିତିଛନ୍ତି । ତେବେ ଦିନ ମଜୁରୀରୁ ଆଜି ଏତେ ବଡ଼ ରିଅଲିଟି ଶୋ’ ଜିତିବା ପରେ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)