Advertisment

ସୁସ୍ମିତା ଓ ଲାରାଙ୍କୁ ଭାବପ୍ରବଣ କଲା ହର୍‌ନାଜ୍ ସାନ୍ଧୁଙ୍କ ଗାଉନ୍

ହର୍‌ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍‌ନାଜ୍‌ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Harnaaz Sandhu tributes to sushmita sen lara dutt by dream gown

Harnaaz Sandhu tributes to sushmita sen lara dutt by dream gown

ସୁସ୍ମିତା ସେନ୍ ଏବଂ ଲାରା ଦତ୍ତଙ୍କ ପଦାଙ୍କ ଅନୁସରଣ କରି ହର୍‌ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଗଲେ ମିସ୍ ୟୁନିଭର୍ସ। ନିକଟରେ ହର୍‌ନାଜ୍‌ ୨୦୨୨ ବର୍ଷ ପାଇଁ ଆମେରିକାର ସୌନ୍ଦର୍ଯ୍ୟ ରାଣୀ ମୁକୁଟ ପିନ୍ଧିଥିଲେ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍‌ନାଜ୍‌ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ, ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ। ଉଭୟ ହର୍‌ନାଜ୍‌ଙ୍କ ଉପରେ ପ୍ରେମ ବର୍ଷା କରିଥିଲେ। ଆସନ୍ତୁ ଏହାର କାରଣ ଜାଣିବା।

Advertisment

ହର୍‌ନାଜ୍ ପିନ୍ଧିଥିବା ଗାଉନ୍‌ରେ ସୁସ୍ମିତା ସେନ୍ ଏବଂ ଲାରା ଦତ୍ତଙ୍କ ଚିତ୍ର କରାଯାଇଥିଲା। ସେ ଏହା କରିବା ପଛରେ ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ଥିଲା। ହର୍‌ନାଜ୍ ଏହି ଗାଉନ୍ ପିନ୍ଧି ରାମ୍ପର ଫଟୋ ଶେୟାର କରି କହିଥିଲେ ଯେ “ମିସ୍ ୟୁନିଭର୍ସରେ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗୌରବର ବିଷୟ। ମିସ୍ ୟୁନିଭର୍ସ ଭାବରେ ମୋର ଅନ୍ତିମ ଯାତ୍ରା ପାଇଁ ଏହି ସ୍ୱପ୍ନର ଗାଉନ୍ ତିଆରି କରିଥିବାରୁ ମୁଁ @Officialsaishashinde ଏବଂ ତାଙ୍କ ଟିମ୍‌ ପାଖରେ କୃତଜ୍ଞ।”

Harnaaz Sandhu tributes to sushmita sen lara dutt by dream gownହର୍‌ନାଜ୍‌ଙ୍କ ଗାଉନ୍‌ରେ ଲାରା ଦତ୍ତ ଓ ସୁସ୍ମିତା ସେନ୍

ହର୍‌ନାଜ୍ ଲେଖିଛନ୍ତି, “ମିସ୍ ୟୁନିଭର୍ସ ହେବା ପରେ ଦେଶକୁ ଗର୍ବିତ କରୁଥିବା ଭାରତର ଏହି ଦୁଇ ମହିଳା ସୁସ୍ମିତା ସେନ୍ ଏବଂ ଲାରା ଦତ୍ତଙ୍କୁ ମୋର ପ୍ରେମ। ମୁଁ ପ୍ରକୃତରେ ଆପଣ ଦୁହିଁଙ୍କୁ ବହୁତ ଭଲ ପାଏ।”

Advertisment

ହର୍‌ନାଜଙ୍କ ଏହି କଥାକୁ ନେଇ ସୁସ୍ମିତା ସେନ୍ ଏତେ ଖୁସି ହୋଇଯାଇଥିଲେ ଯେ ଏକ ଶୋ’ରେ ତାଙ୍କୁ ପ୍ରଶଂସା କରିବାବେଳେ ସେ କହିଥିଲେ, “ମୁଁ ତାଙ୍କ ଗାଉନ୍ ଦେଖିଛି, ଏହା ଏକ ସୁନ୍ଦର ଭେଟି। ଧନ୍ୟବାଦ ଜଣାଇବାକୁ ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଆଲିଙ୍ଗନ କରିବାକୁ ଅପେକ୍ଷା କରିଛି।

Harnaaz Sandhu tributes to sushmita sen lara dutt by dream gownଚର୍ଚ୍ଚାରେ ହର୍‌ନାଜ୍ ସାନ୍ଧୁଙ୍କ ଗାଉନ୍

ପ୍ରକାଶଥାଉ ଯେ ୧୯୯୪ରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ ଏବଂ ଭାରତର ସମସ୍ତ ସୁନ୍ଦରୀଙ୍କ ମନରେ ସ୍ୱପ୍ନ ସୃଷ୍ଟି କରିଥିଲେ। ସୁସ୍ମିତା ସେନଙ୍କ ଷ୍ଟାଇଲ୍, ଜୀବନ ଜୀଇବାର ତରିକା ​​ସବୁକିଛି ଏକ ଉଦାହରଣ ପରି।

ହର୍‌ନାଜ୍ ମଧ୍ୟ ତାଙ୍କ ଗାଉନରେ ଲାରା ଦତ୍ତଙ୍କ ଚିତ୍ର କରିଥିଲେ। ଏହି ପୋଷ୍ଟର ପ୍ରତିକ୍ରିୟାରେ ଲାରା ଭାବପ୍ରବଣ ହୋଇ ଲେଖିଥିଲେ, “ତୁମେ ସବୁବେଳେ ହୀରା ପରି ଉଜ୍ଜ୍ୱଳ ହୁଅ। ମୁଁ ତୁମ ଭିତରେ ଏକ ପିଲାଳିଆମି ଦେଖୁଛି... ଶୁଭକାମନ…।” ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧି ବିଶ୍ୱରେ ଭାରତର ନା’କୁ ପୁଣିଥରେ ଚମକେଇଥିଲେ।

Miss Universe Harnaaz Sandhu Miss Universe Harnaaz Kaur
Advertisment
Advertisment