/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705135035.jpg)
Guntur karaam worldwide box office collection day 1
ଜାନୁୟାରୀ ୧୨ରେ ବକ୍ସ ଅଫିସରେ ୫ଟି ସାଉଥ୍ ଫିଲ୍ମ୍ ମୁକ୍ତିଲାଭ କରିଛି, ​​ଯେଉଁଥିରେ ମହେଶ ବାବୁଙ୍କ ‘ଗୁଣ୍ଟୁର କରାମ’, ତେଜା ସଜ୍ଜାଙ୍କ ‘ହନୁମାନ’, ‘ଆୟlଲାନ’, ‘କ୍ୟାପ୍ଟେନ୍ ମିଲର’ ଏବଂ ‘ମେରୀ ଖ୍ରୀଷ୍ଟମାସ’ ମୁକ୍ତିଲାଭ କରିଛି। ଲଉଡି ଏବଂ ମକର ସକ୍ରାନ୍ତି ଅବସରରେ ଏସବୁ ଫିଲ୍ମକୁ ପ୍ରଶଂସକଙ୍କ ଦ୍ୱାରା ବହୁତ ଭଲ ପାଇବା ମିଳୁଛି। ଏହାରି ଭିତରେ ‘ଗୁଣ୍ଟୁର କାରମ’ର ପ୍ରଥମ ଦିନର ବିଶ୍ୱବ୍ୟାପୀ ରୋଜଗାର ସାମ୍ନାକୁ ଆସିଛି, ଯାହା ଏକ ବ୍ଲକବଷ୍ଟର ଓପେନିଂ ହୋଇଛି।
ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ‘ଗୁଣ୍ଟୁର କରାମ’ର ପ୍ରଥମ ଦିନର ବକ୍ସ ଅଫିସ ରୋଜଗାରକୁ ଶେୟାର୍ କରିଛନ୍ତି। ସେ X ରେ ଶେୟାର୍ କରି ଏହାର କ୍ୟାପ୍ସନ୍ରେ ‘ଗୁଣ୍ଟୁର କରାମ’ ବର୍ଷର ସବୁଠାରୁ ବଡ ଓପେନିଂ ବୋଲି ଲେଖିଛନ୍ତି। ମହେଶ ବାବୁ ମଧ୍ୟ ବଡ ଭିଡ ଭିତରେ ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିଛନ୍ତି। ଯାହା ବି ହେଲେ ସେ ସୁପର୍ଷ୍ଟାର୍।
ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସ ଭାରତରେ ମୋଟ ୫୪.୨୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ବିଦେଶରେ ୨୭.୮୫ କୋଟି ରୋଜଗାର କରିଛି। ଏହାର ମୋଟ୍ ରୋଜଗାର ୮୨.୦୮କୋଟି ବୋଲି ମନୋବାଲା ବିଜୟବାଲାନଙ୍କ ସୂଚନାରୁ ଜଣାପଡିଛି।
ତେବେ ମହେଶ ବାବୁ, ପୂଜା ହେଗ୍ଡେ, ଶ୍ରୀଲୀଲା, ଜନ୍ ଆବ୍ରହାମ, ଜଗପତି ବାବୁ, ମୀନାକ୍ଷୀ ଚୌଧରୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀନିବାସ। ତେବେ କୁହାଯାଉଛି ଯେ ତେଜା ସଜ୍ଜାଙ୍କ ହନୁମାନ ଦ୍ୱିତୀୟ ଦିନରେ ‘ଗୁଣ୍ଟୁର କରାମ’କୁ ପଛରେ ପକେଇଦେବ, କାରଣ ସୁପରହିଟ୍ ଫିଲ୍ମ ‘ହନୁମାନ୍’ ଅଗ୍ରୀମ ବୁକିଂ କ୍ଷେତ୍ରରେ ଆଗକୁ ବଢୁଥିବା ଦେଖାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)