• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳଚ୍ଚିତ୍ର ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ସରକାର ନେଲେ ବଡ଼ ପଦକ୍ଷେପ । ମାର୍ଚ୍ଚ ୧୫ ତାରିଖ ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଚଳଚ୍ଚିତ୍ର ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ପାଇଁ କେନ୍ଦ୍ର ସରକାର ସିନେମାଟୋଗ୍ରାଫ୍ ନିୟମ, ୨୦୨୪ କୁ ଲାଗୁ କରିଛନ୍ତି । ଶୁକ୍ରବାର ଏନେଇ ଏକ ସରକାରୀ ବିବୃତ୍ତି ମଧ୍ୟ ଜାରି କରିଛନ୍ତି ।

ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ନୂଆ ନିୟମ ଦ୍ୱାରା ସିନେମା ଜଗତରେ ଅନେକ ସଂସ୍କାର ଆସିବ । ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ଉତ୍ତମ ସାବ୍ୟସ୍ତ ହେବ । ଏଥିରେ ସ୍ୱଚ୍ଛତା ରହିବ । ଫିଲ୍ମଗୁଡ଼ିକ ଭଲ ବ୍ୟବସାୟ କରିବାରେ ଏହା ସହଯୋଗ ହେବ । ତେଣୁ ଏହି ଅନଲାଇନ୍ ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାକୁ ଆପଣାଇବା ପାଇଁ ଚେଷ୍ଟା କରନ୍ତୁ ।

ସିନେମାଟୋଗ୍ରାଫ୍ ୨୦୨୪ ନିୟମ ଫିଲ୍ମର ପରଦର୍ଶିତା ବୃଦ୍ଧି ଏବଂ ସମସ୍ତ ବାଧାକୁ ଶେଷ କରିବା ସହାୟକ ହେବ । ଚଳଚ୍ଚିତ୍ରର ପ୍ରିମିୟର ପାଇଁ ମଧ୍ୟ ଏକ ନିୟମ ପ୍ରତିଷ୍ଠା ହେବ । ବିବୃତ୍ତିରେ କୁହାଯାଇଛି ଯେ ଏହି ନିୟମ ଦ୍ୱାରା ଫିଲ୍ମ ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାର ସମୟ ସୀମା ମଧ୍ୟ ହ୍ରାସ କରିବ । ଏହା ସହିତ, ସମସ୍ତ ନେଣଦେଣ ମଧ୍ୟ ଅନ୍‌ଲାଇନ୍‌ ଜରିଆରେ କରାଯିବ । ତେଣୁ ଏହି ପରିବର୍ତ୍ତନକୁ ସମସ୍ତେ ଆପଣାଇବା ପାଇଁ ଚେଷ୍ଟା କରନ୍ତୁ । ଡିଜିଟାଲିକରଣ ଦ୍ୱାରା ନେଣଦେଣର ସମୟସୀମା ମଧ୍ୟ ହ୍ରାସ ପାଇବ ।

ଏହି ନିୟମରେ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଜଣେ ଭିନ୍ନକ୍ଷମ କିଭଳି ଫିଲ୍ମ ଦେଖିବାକୁ ଆଗ୍ରହୀ ହେବେ ସେନେଇ ତାଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଯେଉଁମାନେ ଆଂଶିକ ଦୃଷ୍ଟିହୀନ ବା ବଧିର ସେମାନଙ୍କ ପାଇଁ ମଧ୍ୟ ଫିଲ୍ମ ଦେଖିବାକୁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ବଧିରଙ୍କ ପାଇଁ ସାଇନ୍‌ ଲାଙ୍ଗୁଏଜ୍‌ ବା ସବ୍‌ଟାଇଟଲର ବ୍ୟବସ୍ଥା ମଧ୍ୟ ରହିବ ।

ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ସିନେମାଟୋଗ୍ରାଫ୍ ସଂଶୋଧନ ଅଧିନିୟମ, ୨୦୨୩ ଅନୁଯାୟୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସିନେମାଟୋଗ୍ରାଫ୍ ସାର୍ଟିଫିକେସନ୍ ନିୟମ, ୧୯୮୩କୁ ବଦଳାଇ ସିନେମାଟୋଗ୍ରାଫ୍ ସାର୍ଟିଫିକେସନ୍ ନିୟମ, ୨୦୨୪ ଲାଗୁ କରିଛି।