Advertisment

ମୁମ୍ବାଇ ଏୟାରପୋର୍ଟରେ ଅସଲି ବନାମ ନକଲି ଗୋବିନ୍ଦା

ମୁମ୍ବାଇ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରକୃତ ଗୋବିନ୍ଦାଙ୍କ ସହ ଆଉଅ ଜଣେ ନକଲି ଗୋବିନ୍ଦାଙ୍କୁ ଦେଖିବାକୁ ମିଳିଛି। ତାଙ୍କ ଚେହେରା ଏତେ ମିଶିଯାଉଛି ଯେ ଆପଣ ଦ୍ୱନ୍ଦ୍ୱରେ ପଡିଯିବେ କିଏ ଅସଲି, କିଏ ନକଲି।

ଅଦ୍ୟତନ ହୋଇଛି
Govinda Doppelganger

Govinda doppelganger photo viral at mumbai airport

Advertisment

ଗୋବିନ୍ଦା ଶନିବାର ଦିନ ପତ୍ନୀ ସୁନୀତା ଆହୁଜାଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଗୋବିନ୍ଦା ତାଙ୍କ କାର୍‌ରୁ ଓହ୍ଲାଇବା କ୍ଷଣି ଜଣେ ଲୋକ ହାତରେ ଫୁଲତୋଡା ଧରି ତାଙ୍କ ଆଡକୁ ମାଡିଆସୁଛି। ସେ ଲୋକକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଭାଇରାଲ ଭିଡିଓ ରେ ଦେଖାଯାଉଥିବା ଏହି ବ୍ୟକ୍ତି ଜଣଙ୍କ ଅବିକଳ ଗୋବିନ୍ଦାଙ୍କ ଭଳି। ସେ ପ୍ରକୃତ ଗୋବିନ୍ଦାଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ତାଙ୍କୁ ଫୁଲତୋଡା ଦେଉଥୁବା ଦେଖାଯାଏ। ସେମାନଙ୍କୁ ଏକାଠି ଦେଖି ପତ୍ନୀ ସୁନୀତା ମଧ୍ୟ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ସେ ପାପାରାଜିଙ୍କୁ କହିଥିଲେ, 'ଏହି ଦୁହେଁ କାର୍ବନ କପି।' 

ଗୋବିନ୍ଦାଙ୍କ ଏବଂ ତାଙ୍କ ନକଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଉଭୟେ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି।
ପ୍ରକୃତ ଗୋବିନ୍ଦା କଳା ପ୍ୟାଣ୍ଟ ସହିତ କଳା ସାର୍ଟ ପିନ୍ଧିଥିବା ବେଳେ ଏକ ମ୍ୟାଚିଂ ଷ୍ଟଲ୍ ପକେଇଛନ୍ତି। ତାଙ୍କ ଡୁପ୍ଲିକେଟ୍ ଏକ ନାଲି ସୁଟ୍ ସହିତ ଧଳା ସାର୍ଟ ପିନ୍ଧିଛନ୍ତି।

Advertisment

ଏହି ଭିଡିଓରେ, ଗୋବିନ୍ଦାଙ୍କ ଡୁପ୍ଲିକେଟ୍ ତାଙ୍କୁ ହିନ୍ଦୀରେ କିଛି କହୁଥିବାର ଶୁଣିବାକୁ ମିଳେ ଯେ "ସାର୍, ମୁଁ ଆପଣଙ୍କୁ ବହୁ ବର୍ଷ ପୂର୍ବେ ଭେଟିଥିଲି।" ତା’ପରେ ସେ ନିଜର ପୁରୁଣା ଫଟୋକୁ ମୋବାଇଲ୍ ଫୋନରୁ ଦେଖାଇଲେ, ଯାହା ୨୩ ବର୍ଷ ପୂର୍ବେ କ୍ଲିକ୍ କରାଯାଇଥିଲା। ଅଭିନେତା ଉତ୍ତର ଦେଇ କହିଥିଲେ, ଖୁବ ସୁନ୍ଦର।

ଏହା ପରେ ସେ ଯେତେବେଳେ ସୁନୀତାଙ୍କ ସହ ବିମାନବନ୍ଦର ଫାଟକ ଆଡକୁ ଗଲେ ଗୋବିନ୍ଦା ପାପାରାଜିଙ୍କୁ କହିଥିଲେ ଯେ ମୁଁ ଏହା ଅନୁଭବ କରୁଛି। ଇନଷ୍ଟାଗ୍ରାମରେ ଜଣେ ପାପାରାଜିଙ୍କ ଆକାଉଣ୍ଟରେ ଶେୟାର ହୋଇଥିବା ଗୋବିନ୍ଦାଙ୍କ ଏହି ଭିଡିଓରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ବ୍ୟକ୍ତି ପଚାରିଥିଲେ, ଭାଇ କିଏ ଅସଲି?

Advertisment

ପ୍ରକାଶଥାଉ ଯେ ଗୋବିନ୍ଦା ଓ ସୁନୀତା ଆହୁଜା  ସେମାନଙ୍କ ଝିଅ ଟିନା ଆହୁଜାଙ୍କ ସହ ନିକଟରେ ସଂଗିତ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ୧୩' ରେ ଅତିଥି ଭାବରେ ନଜର ଆସିଥିଲେ। 

ଗୋବିନ୍ଦା ଏବଂ ସୁନୀତା ୧୧ ମାର୍ଚ୍ଚ ୧୯୮୭ରେ ବିବାହ କରିଥିଲେ। ଟିନା ୨୦୧୫ରେ 'ସେକେଣ୍ଡ ହ୍ୟାଣ୍ଡ ହଜବ୍ୟାଣ୍ଡ'ରେ ବଲିଉଡରେ ଡେବ୍ୟୁ କରିଥିଲେ। ଗୋବିନ୍ଦା ୧୯୮୬ରେ ଚଳଚ୍ଚିତ୍ର 'ଇଲଜାମ' ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ୧୬୫ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ