Advertisment

ଦର୍ଶକଙ୍କୁ ନବରାତ୍ରି ଗିଫ୍ଟ, ଏହି ତାରିଖ ପର୍ଯ୍ୟନ୍ତ ୧୦୦ ଟଙ୍କାରେ ଦେଖିପାରିବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶକଙ୍କୁ ନବରାତ୍ରି ଉପହାର ଦେଇଛନ୍ତି। ଦର୍ଶକ ଏବେ ଆୟନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brahmastra

Now Book Brahmastra Tickets Only Rs 100

ମାତ୍ର ୭୫ ଟଙ୍କାରେ ଟିକେଟ୍‌ କିଣି ଦର୍ଶକମାନେ ସିନେମା ଦିବସ(National Cinema Day)ରେ ଫିଲ୍ମ ଦେଖିବାର ସୁଯୋଗ ପାଇଥିଲେ। କମ୍‌ ଦାମ୍‌ରେ ଟିକେଟ୍‌ କିଣି ଫିଲ୍ମ ଦେଖିବାର ମଜା କିଛି ଅଲଗା ଥିଲା। ଯାହାର କ୍ରେଜ୍‌ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ ‘ ବ୍ରହ୍ମାସ୍ତ୍ର (Brahmastra)’ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ (Ayan Mukerji) ଦର୍ଶକଙ୍କୁ ନବରାତ୍ରି ଉପହାର ଦେଇଛନ୍ତି। ଦର୍ଶକ ଏବେ ଆୟନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ। 

Advertisment

ଏନେଇ ଆୟନ ନିଜେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍‌ ଆଜିଠୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଦର୍ଶକ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ। କୁହାଯାଉଛି ଯେ, ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଲାଗି ଆୟନ ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

ଆୟନଙ୍କ ନବରାତ୍ରି ଗିଫ୍ଟ...

ଇନ୍‌ଷ୍ଟାଗ୍ରାମରେ ଆୟନ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଏକ ଭିଡିଓ ଶେଆର କରିଛନ୍ତି। ଏହାସହ ସେ ଲେଖିଛନ୍ତି, ‘ଜାତୀୟ ସିନେମା ଦିବସରେ ଆମେ ଏହା ଶିଖିଲୁ ଯେ, ଉଚିତ୍‌ ଟିକେଟ୍‌ ଦାମ୍‌ରେ ଅଧିକରୁ ଅଧିକ ଦର୍ଶକଙ୍କୁ ଫିଲ୍ମ ଦେଖିବାର ସୁଯୋଗ ଦିଆଯାଇପାରିବ। ଏହାଦ୍ୱାରା ଅଧିକରୁ ଅଧିକ ଦର୍ଶକ ହଲ୍‌ ଆସି ଫିଲ୍ମ ଦେଖିବାର ମଜା ଉଠାଇ ପାରିବେ। ନୂଆ କଥା ଶିଖିବା ଓ ଏହାକୁ ପ୍ରୟୋଗ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଆଶା କରୁଛୁ, ଏଭଳି ନୂଆ ସ୍କିମ୍‌ରୁ କିଛି ନୂଆ ଶିଖିବାକୁ ମିଳିବ। ନବରାତ୍ରି ସେଲିବ୍ରେସନ୍‌ ସହ ଦର୍ଶକ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମଜା ଉଠାନ୍ତୁ। 

ଆୟନଙ୍କ ଏଭଳି ନିଷ୍ପତ୍ତିକୁ ଅନ୍ୟ ଫିଲ୍ମ ମେକର୍ସ ପସନ୍ଦ କରିଛନ୍ତି। ସେପ୍ଟେମ୍ବର ୨୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚୁପ୍‌’ ଓ ‘ଧୋକା’କୁ ମଧ୍ୟ ଏବେ ନବରାତ୍ରି ସ୍ପେଶାଲ୍‌ ଅଫର୍‌ ଆଧାରରେ ୧୦୦ ଟଙ୍କାରେ ଦର୍ଶକ ଦେଖିପାରିବେ।  ‘ଚୁପ୍‌’ ବର୍ତ୍ତମାନ ସୁଦ୍ଧା ୫ କୋଟି ଟଙ୍କାର ବିଜ୍‌ନେସ୍‌ କରିଥିବା ବେଳେ ‘ଧୋକା’ ଅଢ଼େଇ କୋଟିର ବିଜ୍‌ନେସ୍‌ କରିଛି। 

ଯଦି ଆମେ ‘ବ୍ରହ୍ମାସ୍ତ୍ର’ କଥା କହିବା ତା’ହେଲେ ଏହା ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇସାରିଛି। ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରୟ ପ୍ରମୁଖ ଅଭିନୟ କରିଛନ୍ତି। ସେପ୍ଟେମ୍ବର ୯ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। 

Brahmastra
Advertisment
Advertisment