Advertisment

ମତେ ଫସାଯାଇଛି, ମୁଁ ସମସ୍ତଙ୍କର ଖୁଲାସା କରିବି : ଗହନା

ଅଶ୍ଳୀଳତା ମାମଲାରେ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିସାରିଛି ସେହି ସମୟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ନୂଆ ଅଡୁଆରେ ଛନ୍ଦି ହେବାକୁ ପଡିଛି। ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ୍‌ର ପ୍ରପର୍ଟୀ ସେଲର ସାମ୍ନା କରିବାକୁ ହୋଇଛି। ଏହି ଅବସରରେ ସେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରି ଅଶ୍ଳୀଳତା ମାମଲାକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହାର ଏକ ଭିଡିଓ ଏବେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
Gehna Vashisht

Gehna Vashisht

ନୂଆଦିଲ୍ଲୀ : ଅଶ୍ଳୀଳତା ମାମଲାରେ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିସାରିଛି ସେହି ସମୟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ନୂଆ ଅଡୁଆରେ ଛନ୍ଦି ହେବାକୁ ପଡିଛି। ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ୍‌ର ପ୍ରପର୍ଟୀ ସେଲର ସାମ୍ନା କରିବାକୁ ହୋଇଛି। ଏହି ଅବସରରେ ସେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରି ଅଶ୍ଳୀଳତା ମାମଲାକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହାର ଏକ ଭିଡିଓ ଏବେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
Gehna Vashisht appeared before crime branchକ୍ରାଇମବ୍ରାଞ୍ଚ୍‌ର ପ୍ରପର୍ଟୀ ସେଲରେ ଗହନା

ସେଲିବ୍ରିଟି ଫଟୋଗ୍ରାଫର ବିରଲ୍ ଭୟାନୀଙ୍କ ଦ୍ୱାରା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ସେ ଏହି ଭିଡିଓରେ କହିଛନ୍ତି ଯେ ଝିଅମାନଙ୍କୁ ଜବରଦସ୍ତୀ ବ୍ଲାକମେଲ୍ କରି ମୋ ନାମରେ କେସ୍ କରିବାକୁ କୁହାଯାଇଛି। ଏହା ନ କଲେ ସେମାନଙ୍କୁ ଅଭିଯୁକ୍ତ କରିଦିଆଯିବ ବୋଲି ଧମକ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ସେ କୁହନ୍ତି ଯେ ଫିଲ୍ମଗୁଡିକ୍ ହେଉଛି ରୋମାଣ୍ଟିକ, ଫିଲ୍ମ ହେଉଛି ବୋଲ୍ଡ। କୌଣସି ବି ଫିଲ୍ମ ପର୍ଣ୍ଣ କାଟାଗୋରୀରେ ଆସୁନି। ବାର ବାର ପର୍ଣ୍ଣ କହିଲେ ଏହା ସେମିତି ହୋଇଯାଏନି।

Advertisment

ଗହନା ଆହୁରି କହିଛନ୍ତି ଯେ ସତ ସବୁବେଳେ ସତ ହିଁ ରହିବ। ମୋ ପାଖରେ ସବୁ କିଛିର ପ୍ରମାଣ ଅଛି। କିନ୍ତୁ ସମସ୍ୟା ଏହା ହେଉଛି ଯେ ଏହି ପ୍ରୁଫ୍ ମୁଁ ସେତେବେଳେ ହିଁ ଦେଖେଇ ପାରିବି ଯେତେବେଳେ କେସ୍ ଖୋଲିବ। ଯେତେବେଳେ କେସ୍ ଖୋଲିବ ସେତେବେଳେ ସବୁ ସତ ଆପେ ଆପେ ସାମ୍ନାକୁ ଆସିଯିବ ଯେ କେଉଁଭଳି ଭାବେ ମତେ ଫ୍ରେମ୍ କରାଯାଇଛି ଆଉ କିଭଳି ଭାବେ ମତେ ଫସା ଯାଇଛି।

ଗହନା ନିଜକୁ ନିର୍ଦୋଷ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ ପ୍ଲାଟ୍‌ଫର୍ମ ପାଇଁ ଏପର୍ଯ୍ୟନ୍ତ କୌଣସି ସେନ୍ସରସିପ୍ ହୋଇ ନାହିଁ। ଯଦି କୌଣସି ଭିଡିଓ ବନ୍ଦ କୋଠରୀରେ କରାଯାଏ ତେବେ ଏନେଇ ଅନୁମତିର ଆବଶ୍ୟକ ଦରକାର ନାହିଁ। ମୋ ବିରୋଧରେ ଅଭିଯୋଗ କରିବା ନେଇ ଝିଅମାନଙ୍କୁ ବ୍ଲାକମେଲ୍ କରାଯାଇଛି। ମୁଁ ସେ ସବୁର ଖୁଲାସା କରିବି। ମୁଁ ନିଜକୁ ଠିକ୍ ପ୍ରମାଣିତ କରିବା ନେଇ ମୋ ପାଖରେ ଫିଲ୍ମର ର’ ଫୁଟେଜ୍ ଅଛି, ଯାହାକୁ ମୁ ଦେଖେଇ ପାରିବି।

ମୁଁ ଶେଷ ପର୍ଯ୍ୟନ୍ତ ଲଢିବି। ସୁପ୍ରିମକୋର୍ଟ ମତେ ଆଶ୍ୱସ୍ତୀ ଦେଇଛନ୍ତି ଏବଂ ମୁଁ ମୋ ବୟାନ ଦେବାକୁ ଆସିଛି। ଏବେ ମୁଁ ରାଜ କୁନ୍ଦ୍ରାଙ୍କ ଉପରେ କିଛି କହିବାକୁ ଚାହୁନି। କିନ୍ତୁ ମୁଁ ଏତିକି କହିପାରିବି ଯେ ଆମେ ସେଭଳି କିଛି କରୁ ନ ଥିଲୁ ଯାହାକୁ ପର୍ଣ୍ଣ ବୋଲି କୁହାଯିବ।

Entertainment Gehana Vashista
Advertisment
Advertisment