Advertisment

Ganpath Teaser: ଆସିଲା 'ଗଣପତ'ର ଦମଦାର ଟିଜର୍; ଫିଲ୍ମ ଦେବ ଅନେକ ସର୍‌ପ୍ରାଇଜ୍

'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍‌ ଲଞ୍ଚ ହୋଇଯାଇଛି। ଟିଜର୍‌ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।

author-image
Pramod Behera
ଅଦ୍ୟତନ ହୋଇଛି
ganptah teaser out tiger shroff action impress you

ganptah teaser out tiger shroff action impress you

ଟାଇଗର ଶ୍ରଫ ଏବଂ କ୍ରିତି ସାନନ ଷ୍ଟାରର 'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍‌ ଲଞ୍ଚ ହୋଇଯାଇଛି। ଟିଜର୍‌ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।

Advertisment

ଏହାର ଭିଜୁଆଲ୍ ଇଫେକ୍ଟଗୁଡିକ ଏକ ନୂଆ ଷ୍ଟାଣ୍ଡାର୍ଡ ସେଟିଂ କରିବା ପରି ମନେହୁଏ। ଫିଲ୍ମର ଟିଜର ୨୦୭୦ A.D ଲେଖାରୁ ଆରମ୍ଭ ହୋଇଛି। ଏଥିରେ ଟାଇଗର ଶ୍ରଫ୍ କ୍ୟାମେରା ଆଡକୁ ପଛ କରି ବସିଛନ୍ତି। ଏହି ଚଳଚ୍ଚିତ୍ରରେ ଟାଇଗର ଗଣପତି ଭୂମିକାରେ ଅଭିନୟ କରିଛନ୍ତି।

ଟିଜର୍‌ର ଆରମ୍ଭରୁ ଏହା ଲାଗୁଛି ଯେ ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ ହୋଇଥିବ। ଟିଜରଟିରେ ହା‍ଇଟେକ୍ ବିଲ୍ଡିଂ ସବୁ ଦେଖିବାକୁ ମିଳୁଛି। ମାର୍ଭେଲ ୟୁନିଭର୍ସର ଚଳଚ୍ଚିତ୍ର ପରି ହା‍ଇଟେକ୍ ପ୍ଲାନ୍ ଦେଖିବାକୁ ମିଳୁଛି। ଟିଜରରେ ରୋବଟ୍ ଫାଇଟର୍‌ମାନେ ମଧ୍ୟ ନଜର ଆସିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ଦେଖାଯାଇ ନାହିଁ। ଏହାଠାରୁ ଅଧିକ ପ୍ରଭାବଶାଳୀ ହେଉଛି ଫିଲ୍ମର ଆକ୍ସନ୍।

Advertisment

'ଗଣପତ'ର ଆକ୍ସନ୍‌ଗୁଡିକୁ ଦେଖିଲେ ଲାଗେ ଯେ ଏଥିରେ ଯୋଗ ଏବଂ ମାର୍ଶଲ ଆର୍ଟ ସହିତ ଅନେକ ଫର୍ମ ବ୍ୟବହାର କରାଯାଇଛି। ଟାଇଗରଙ୍କ ସହ କ୍ରିତି ସାନନ୍ ମଧ୍ୟ ଦମଦାର ଆକ୍ସନ୍ କରୁଥିବା ନଜର ଆସିଛନ୍ତି। ଏଥିରେ ବକ୍ସିଂ ରିଙ୍ଗ୍‌ ସହ ଗନ୍ସ ଫାଇଟ୍ ମଧ୍ୟ ମିକ୍ସ କରାଯାଇଛି। ହାଇଟେକ୍ ଟୁଲ୍ସ ସହିତ ମଧ୍ୟ ଫାଇଟ୍ ଦେଖିବାକୁ ମିଳେ। ଏହା ବ୍ୟତୀତ ଅମିତାଭ ବଚ୍ଚନଙ୍କ ଲୁକ୍ ମଧ୍ୟ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି।

‘ଗଣପତ’କୁ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ଏହା ପୂଜା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଏବଂ ଜ୍ୟାକି ଭଗନାନୀଙ୍କ ଦ୍ୱାରା ନିର୍ମିତ। ଫିଲ୍ମକୁ ନେଇ ଜ୍ୟାକି ଭଗନାନୀ କହିଛନ୍ତି, “ଆମେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ। ‘ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ’କୁ ଏକ ଉତ୍ସାହ ଏବଂ ଏକ ନିଆରା ଦୃଷ୍ଟିକୋଣରେ ତିଆରି କରାଯାଇଛି। ଏହା ଦର୍ଶକଙ୍କୁ ଅନେକ ସରପ୍ରାଇଜ୍ ଦେବ।” ଏହି ଫିଲ୍ମ ୨୦ ଅକ୍ଟୋବର ୨୦୨୩ରେ ମୁକ୍ତିଲାଭ କରିବ।

Bollywood Tiger Shroff
Advertisment
Advertisment