Advertisment

‘ଗଦର ୨’ରେ ତାରା ସିଂହ ପାଇଁ ସନୀ ଦେଓଲ ନେଇଛନ୍ତି ଏତେ କୋଟି…

‘ଗଦର ୨’ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଜାନୁଆରୀ ୨୬ରେ ‘ଗଦର ୨’ ର ରିଲିଜ୍ ତାରିଖ ଏବଂ ପୋଷ୍ଟର’ ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ବହୁତ ଖୁସି ଥିବା ଜଣାଯାଏ। ଏଥିରେ ତାରା ସିଂହ ପାଇଁ ସନୀ ଦେଓଲ କରିଥିବା ଚାର୍ଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

author-image
Pramod Behera
Gadar 2 starcast fees sunny deol

Gadar 2 starcast fees sunny deol

ସନୀ ଦେଓଲଙ୍କ ‘ଗଦର ଏକ ପ୍ରେମ କଥା’ ବ୍ଲକବଷ୍ଟର ରୂପେ ପରିଣତ ହୋଇଥିବାରୁ ବଡ଼ ପରଦାରେ ସନ୍ନି ଦେଓଲ ଅଭିନୀତ ‘ଗଦର ୨’ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଜାନୁଆରୀ ୨୬ରେ ‘ଗଦର ୨’ ର ରିଲିଜ୍ ତାରିଖ ଏବଂ ପୋଷ୍ଟର’ ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ବହୁତ ଖୁସି ଥିବା ଜଣାଯାଏ।

Advertisment

ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ‘ଗଦର’ରେ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ହୃଦୟ ଜିତିଥିଲା।​| ଏଥର ମଧ୍ୟ ଲୋକମାନେ ସମାନ କାହାଣୀ ଆଶା କରୁଛନ୍ତି। ତେବେ ଆସନ୍ତୁ ଏହି ଚଳଚ୍ଚିତ୍ରର ଷ୍ଟାର୍‌ କାଷ୍ଟ୍‌ର ଫି’ ବିଷୟରେ ଜାଣିନେବା।

ଏବେ ‘ଗଦର ୨’ ଫିଲ୍ମ ସହିତ ଜଡିତ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି। ଏହି ଫିଲ୍ମରେ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କ ଯୋଡି ମଧ୍ୟ ନଜର ଆସିବେ। ଖବର ଅନୁଯାୟୀ, ଏଥିରେ ତାରା ସିଂହ ଭୂମିକାରେ ଅଭିନୟ କରିବା ପାଇଁ ସନୀ ଦେଓଲ ୫ କୋଟି ଟଙ୍କା ନେଇଛନ୍ତି। ସେହିପରି ଅମିଷା ପଟେଲ ସକିନାଙ୍କ ଭୂମିକାରେ ଅଭିନୟ କରିବା ନେଇ ୨ କୋଟି ଟଙ୍କା ଚାର୍ଜ କରିଛନ୍ତି।

Advertisment

‘ଗଦର ୨’ ରେ ଉତ୍କର୍ଷ ଶର୍ମା ସନୀ ଦେଓଲଙ୍କ ପୁଅ ଭୂମିକାରେ ନଜର ଆସିବେ। ଉତ୍କର୍ଷ ହେଉଛନ୍ତି ସିଏ ଯିଏ ‘ଗଦର ଏକ ପ୍ରେମ କଥା’ରେ ବି ସନୀ ଦେଓଲଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ସେ ବହୁତ ଛୋଟ ଥିଲେ, ବର୍ତ୍ତମାନ ଉତ୍କର୍ଷ ବହୁତ ବଡ ହୋଇଯାଇଛନ୍ତି। ସେ ଏହି ଚଳଚ୍ଚିତ୍ର ପାଇଁ ୧ କୋଟି ଟଙ୍କା ନେଇଛନ୍ତି। ସେହିପରି ‘ଗଦର ୨’ ପାଇଁ ସିମରତ କୌର ୮୦ ଲକ୍ଷ ଟଙ୍କା, ମନୀଷ ୱାଦଭା ୬୦ ଲକ୍ଷ ଟଙ୍କା ନେଇଛନ୍ତି।

‘ଗଦର ୨’ରେ ସଜ୍ଜାଦ ଡେଲାଫୁଜ୍ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ର ପାଇଁ ସେ ୪୦ ଲକ୍ଷ ଟଙ୍କା ନେଇଛନ୍ତି। ଗୌରବ ଚୋପ୍ରା ୨୫ ଲକ୍ଷ ନେଇଥିବା ବେଳେ ଲଭ୍‌ ସିହ୍ନା ୬୦ ଲକ୍ଷ ଟଙ୍କା ନେଇଛନ୍ତି।

Bollywood Sunny Deol Gadar-2
Advertisment
Advertisment