Advertisment

Gadar 2 review: ଉଭୟ କାହାଣୀ ଏବଂ ନିର୍ଦ୍ଦେଶନାରେ କିଛି ନୂଆ ନାହିଁ; ସନି ଦେଓଲ ହିଁ ସବୁକିଛି...

‘ଗଦର ୨’ ରିଲିଜ୍ ହୋଇଛି। ଏହା ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଦେଖିବାକୁ ଯିବା ପୂର୍ବରୁ ଆସନ୍ତୁ ଜାଣିନେବା କିପରି ହୋଇଛି ଗଦର ୨ ।

author-image
Pramod Behera
ଅଦ୍ୟତନ ହୋଇଛି
Gadar 2 Movie Review

Gadar 2 review sunny deol ameesha patel movie is average

‘ଗଦର’ ହେଉଛି ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ଯାହା ୨୦୦୧ରେ ମୁକ୍ତିଲାଭ କରିଥିଲା।​| ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅନିଲ ଶର୍ମା। ସେହି ସମୟରେ ଏହା ବକ୍ସ ଅଫିସରେ ଆମୀର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲଗାନ’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ତଥାପି ଏହା ବକ୍ସ ଅଫିସରେ ଛାଇଯାଇଥିଲା।

Advertisment

ବର୍ତ୍ତମାନ ‘ଗଦର ୨’ ରିଲିଜ୍ ହୋଇଛି। ଏହା ମଧ୍ୟ ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା।

ଅଧିକ ପଢ଼ନ୍ତୁ: ସିନେମା ହଲ୍‌ରେ ହେବ ଜୋରଦାର ଲଢ଼େଇ, ଅକ୍ଷୟ କୁମାର Vs ସନ୍ନି ଦେଓଲ

ଏହି ଚଳଚ୍ଚିତ୍ରରେ ସନି ଦେଓଲ, ଅମିଶା ପଟେଲ, ଉତ୍କର୍ଷ ଶର୍ମା ଏବଂ ମନୀଷ ବାଧୱା ପ୍ରମୁଖ ଭୂମିକାରେ ଅଛନ୍ତି। ପୁଣି ଥରେ ତାରା ସିଂହ ଚରିତ୍ରରେ ସନି ଦେଓଲ ପରଦାରେ ହଙ୍ଗାମା ସୃଷ୍ଟି କରିଛନ୍ତି। ସେ ପୁଣି ଥରେ ପାକିସ୍ତାନ ମିଶନରେ ଯାତ୍ରା କରିଛନ୍ତି। ତେବେ ‘ଗଦର’ ଭଳି ‘ଗଦର ୨’ ବି କ’ଣ ଯାଦୁ ସୃଷ୍ଟି କରିବାରେ ସଫଳ ହୋଇଛି ? ଆସନ୍ତୁ ଜାଣିବା ସନୀ ଦେଓଲଙ୍କ ଗଦର ୨ କିପରି ହୋଇଛି।

Advertisment

କାହାଣୀ:

‘ଗଦର’ର କାହାଣୀ ସନୀ ଦେଓଲ, ଅମିଶା ପଟେଲ ଏବଂ ତାଙ୍କ ପୁଅ ଉତ୍କର୍ଷ ଶର୍ମାଙ୍କର। ଯେଉଁମାନେ ଶାନ୍ତିରେ ସେମାନଙ୍କ ଜୀବନ ବିତାଉଛନ୍ତି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ରହିଛି। ଏଭଳି ପରିସ୍ଥିତିରେ ତାରା ସିଂହ ବା ସନୀ ଦେଓଲଙ୍କୁ କିଛି କାମରେ ଯିବାକୁ ପଡେ। ତା’ପରେ ଏପରି କିଛି ହୁଏ ଯେ ପୁଅ ଜିତେ ବା ଉତ୍କର୍ଷଙ୍କୁ ମଧ୍ୟ ଏକ ମିଶନରେ ଯିବାକୁ ପଡେ। କିନ୍ତୁ ପରିସ୍ଥିତି ଏପରି ହୁଏ ଯେ ସନୀ ଦେଓଲଙ୍କୁ ପୁଣି ଥରେ ପାକିସ୍ତାନୀ ଜେନେରାଲଙ୍କ ସହ ଲଢିବାକୁ ପଡେ।

ଚଳଚ୍ଚିତ୍ର ବହୁତ ଲମ୍ବା ଏବଂ ଯେଉଁମାନେ ‘ଗଦର’କୁ ଦେଖିଥିବେ ସେମାନେ ବୁଝିଯିବେ ଯେ ‘ଗଦର ୨’ ରେ ଏପରି କିଛି ସିନ୍ ଅଛି ଯାହାକୁ ଦେଖି ଲୋମ ତାଙ୍କୁରି ଉଠିବ। ତେବେ ମୋଟ ଉପରେ ଦେଖିବାକୁ ଗଲେ ଅନିଲ ଶର୍ମା କାହାଣୀରେ କିଛି ନୂଆ କରିବାକୁ ଚେଷ୍ଟା କରିନାହାଁନ୍ତି। ‘ଗଦର’ ଭଳି ଏକ କଲ୍ଟ ଚଳଚ୍ଚିତ୍ର ପାଇଁ, ‘ଗଦର ୨’ ଭଳି ଏକ ସିକ୍ୱେଲ ଦର୍ଶକଙ୍କୁ ଟିକିଏ ନିରାଶା କରେ।

ନିର୍ଦ୍ଦେଶନା:

ଅନିଲ ଶର୍ମା ଉଭୟ କାହାଣୀ ଏବଂ ନିର୍ଦ୍ଦେଶନାରେ କିଛି ନୂଆ କରିନାହାନ୍ତି। ସିନ୍‌ଗୁଡ଼ିକ ବହୁତ ପୁରୁଣା ଭଳି ଲାଗେ। ଆକ୍ସନ ମଧ୍ୟ ସେତେ ଉଚ୍ଚକୋଟିର ନୁହେଁ। ସର୍ବପ୍ରଥମେ ‘ଗଦର’ ଭଳି ଏକ ଚଳଚ୍ଚିତ୍ରର ସିକ୍ୱେଲ ପାଇଁ କାହାଣୀ ଆହୁରି ଧମାକେଦାର ହେବାରେ ଥିଲା। କିନ୍ତୁ ଅନିଲ ଶର୍ମା ଏଠାରେ ଏହାକୁ ହରେଇଛନ୍ତି। ମୋଟ ଉପରେ ସନୀ ଦେଓଲ୍ ହେଉଛନ୍ତି ଫିଲ୍ମର ସବୁକିଛି। କିନ୍ତୁ ଏଠାରେ ଉତ୍କଳ ଶର୍ମାଙ୍କୁ ପୁଣି ଥରେ ଲଞ୍ଚ କରାଯାଉଛି, ତେଣୁ ତାଙ୍କର ସ୍କ୍ରିନ୍ ସ୍ପେସ୍ କମିଯିବା ଭଳି ଲାଗେ।

ଅଭିନୟ:

‘ଗଦର ୨’ ରେ ଯଦି କୌଣସି ଅଭିନେତାଙ୍କୁ ପୂରା ଫର୍ମରେ ଦେଖିବାକୁ ମିଳେ ତେବେ ସେ ହେଲେ ସନୀ ଦେଓଲ୍। ତାରା ସିଂହଙ୍କ ଚରିତ୍ରକୁ ପରଦାରେ ଆଣିବା ପାଇଁ ସେ ସବୁକିଛି କରନ୍ତି। ୬୬ ବର୍ଷ ବୟସରେ, ତାଙ୍କର ଫିଟନେସ୍ ବାସ୍ତବରେ ଆଶ୍ଚର୍ଯ୍ୟଜନକ। କିନ୍ତୁ ବାକି ତାରକା ଅମିଶା ପଟେଲ, ଉତ୍କର୍ଷ ଶର୍ମା ଏବଂ ମନୀଷ ବାଧୱା ତାଙ୍କୁ ସମର୍ଥନ କରିବାରେ ସକ୍ଷମ ନୁହଁନ୍ତି। ମୋଟ ଉପରେ ଚଳଚ୍ଚିତ୍ରଟି ଆଭରେଜ୍ ବୋଲି ପ୍ରମାଣିତ କରେ।

ମତାମତ:

୨୦୦୧ରେ ଯେତେବେଳେ ଗଦର ଆସିଲା, ଏହା ହଙ୍ଗାମା ଖେଳେଇଦେଲା। ଚଳଚ୍ଚିତ୍ରର ପ୍ରେମ କାହାଣୀ, ବିଭାଜନ ସମୟର ଲୋମ ଟାଙ୍କୁରା ଦୃଶ୍ୟ ଏବଂ ପାକିସ୍ତାନରେ ତାରା ସିଂହ ଚିତ୍କାରର କୌଣସି ତୁଳନା ନାହିଁ। କିନ୍ତୁ ଏଥିରେ ଯେତେବେଳେ ପୁଣି ଥରେ ତାରା ସିଂହ ପାକିସ୍ତାନ ଯାଇଛନ୍ତି ଏ ସବୁ ବହୁତ କୃତ୍ରିମ ଆଉ ଦେଖାଣିଆ ଭଳି ହୋଇଛି। ଏପରି ଅନେକ ଦୃଶ୍ୟ ଅଛି ଯାହାକୁ ଗ୍ରହଣ କରିବା ଭଳି ନୁହେଁ।

ତେବେ ସନୀ ଦେଓଲଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିପାରିବେ, କିନ୍ତୁ ଯେଉଁମାନେ ‘ଗଦର’ ଦେଖିଛନ୍ତି, ସେମାନେ ନିଶ୍ଚିତ ଭାବରେ ନିରାଶ ହୋଇପାରନ୍ତି।

ଅଧିକ ପଢ଼ନ୍ତୁ: ଆସୁଛି ‘ଡନ୍-୩’; ଶାହରୁଖ୍ ନୁହେଁ କି ଅମିତାଭ ନୁହେଁ, ଡନ୍ ହେବେ ନୂଆ ନାୟକ

Bollywood Sunny Deol Gadar-2
Advertisment
Advertisment