Advertisment

Gadar 2: ‘ଗଦର ୨’ ରଚିଲା ଇତିହାସ; ଆଗରୁ କେହି କରି ନାହାନ୍ତି କି ଆଗକୁ କରିବେ ନାହିଁ!

ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।

ଅଦ୍ୟତନ ହୋଇଛି
Gadar 2 Screening In New Parliament Building

Gadar 2 is first film screened at new parliament house

Advertisment

ସନ୍ନି ଦେଓଲ ଏବଂ ଅମିଷା ପଟେଲ ସେମାନଙ୍କର ଫିଲ୍ମ ‘ଗଦର ୨’ ଦ୍ୱାରା ସବୁ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ଏହି ଫିଲ୍ମର କ୍ରେଜ୍ ଏମିତି ହୋଇଯାଇଛି ଯେ ୧୫ ଦିନ ପରେ ବି ପ୍ରେକ୍ଷାଳୟରୁ ଭିଡ଼ କମୁ ନାହିଁ। ଫିଲ୍ମଟି ବକ୍ସ ଅଫିସରେ ଏକ ବ୍ଲକ୍‌ବଷ୍ଟର ହେବା ସହ ଅନେକ ରେକର୍ଡ ଭାଙ୍ଗିସାରିଲାଣି।

Advertisment

ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।

ନୂଆ ସଂସଦ ଭବନରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଚଳଚ୍ଚିତ୍ର ହୋଇ ଏହା ଇତିହାସ ସୃଷ୍ଟି କରିଛି। ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିବା ‘ଗଦର ୨’, ଦୁଇ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ୪୧୯.୧୦ କୋଟି ଟଙ୍କା ରୋଜଗାର କରି ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଲଣ୍ଡନର ପ୍ରେକ୍ଷାଳୟରେ 'ଗଦର ୨'; ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ହଲ୍

ବର୍ତ୍ତମାନ ‘ଗଦର ୨’ ର ପ୍ରଥମ ସ୍କ୍ରିନିଂ ଆଜି ସକାଳ ୧୧ ଟାରୁ ଆରମ୍ଭ ହୋଇଛି ଆଉ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ନୂଆ ସଂସଦ ଭବନରେ ଲୋକସଭା ସଦସ୍ୟଙ୍କ ପାଇଁ ପ୍ରତିଦିନ ପାଞ୍ଚଟି ଶୋ’ ହେବ।

Advertisment

୨୦୦୧ର ହିଟ୍ ‘ଗଦର: ଏକ୍‌ ପ୍ରେମ୍‌ କଥା’ର ସିକ୍ୱେଲ୍ ‘ଗଦର ୨’ ଦର୍ଶକଙ୍କ ହୃଦୟକୁ କାବୁ କରିନେଇଛି। ତାର ସିଂହଙ୍କ ଭୂମିକାରେ ସନ୍ନି ଦେଓଲ୍ ୨୨ ବର୍ଷ ପରେ ପୁଣିଥରେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି ଏବଂ ପ୍ରଶଂସକମାନେ ଫିଲ୍ମରେ ପୁଣିଥରେ ସେହି ପୁରୁଣା ସ୍ୱର ଶୁଣିଛନ୍ତି, ଯାହା ସେମାନଙ୍କ ପୁରୁଣା ସ୍ମୃତିକୁ ଉଜାଗର କରିଦେଇଛି।

ଏହି ଚଳଚ୍ଚିତ୍ରଟି ଶାହରୁଖ ଖାନଙ୍କ ‘ପଠାନ’ ର ରୋଜଗାର ରେକର୍ଡ ଭାଙ୍ଗିଦେଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୫୨୫ କୋଟିରୁ ଅଧିକ ଆୟ କରିଛି। ଏହା ବର୍ତ୍ତମାନ 'ପଠାନ'ର ୫୪୩ କୋଟି ଟଙ୍କାର ସର୍ବକାଳୀନ ଡୋମେଷ୍ଟିକ୍ ରେକର୍ଡକୁ ଚ୍ୟାଲେଞ୍ଜ କରୁଛି।

ଏହାକୁ ନେଇ ଫିଲ୍ମରେ ପାକିସ୍ତାନୀ ଜେନେରାଲ ଭୂମିକାରେ ଅଭିନୟ କରିଥିବା ମନୀଷ ବାଧୱା କହିଛନ୍ତି, “ଆମେ ସଂଖ୍ୟାରେ ବିଶ୍ୱାସ କରୁନାହୁଁ କିନ୍ତୁ ଯାହା କିଛି ହେଉଛି ତାହା ଲୋକଙ୍କ ପ୍ରେମ ପାଇଁ। ଏହା ଈଶ୍ୱରଙ୍କ ଇଚ୍ଛା ଯେ ଫିଲ୍ମଟି ଭଲ ପ୍ରଦର୍ଶନ ଜାରି ରଖିବ, ମୋର ବିଶ୍ୱାସ ତ ଥିଲା କିନ୍ତୁ ମୁଁ ଆଶା କରି ନ ଥିଲି।"

ଅଧିକ ପଢ଼ନ୍ତୁ: ଖାଲି ‘ବାହୁବଲୀ’ ନୁହେଁ ଏହିସବୁ ଫିଲ୍ମର ରେକର୍ଡ ଭାଙ୍ଗିଲା 'ଗଦର ୨'; ୧୦ମ ଦିନର ରୋଜଗାର ଚମକେଇ ଦେବ

Bollywood Sunny Deol Gadar-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ