Advertisment

Viral Video: AIର କମାଲ୍; ବଡ ବଡ ଷ୍ଟାର୍‌ଙ୍କୁ ବି କରିଦେଲା କୁନି କୁନି ଝିଅ

ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।

ଅଦ୍ୟତନ ହୋଇଛି
Funny video of shah rukh salman akshay ranbir kartik aaryan

Funny video of shah rukh salman akshay ranbir kartik aaryan

Advertisment

ପ୍ରତିଦିନ ସୋସିଆଲ ମିଡିଆରେ ଏମିତି କିଛି ନା କିଛି ଆସେ ଯାହାକୁ ଦେଖି ଯେ କେହି ବି ନିଜ ହସକୁ ରୋକିପାରେ ନାହିଁ। ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।

Advertisment

ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ବର୍ତ୍ତମାନ ଆପଣ ଭାବୁଥିବେ କି ଏହା କ’ଣ ଏହିସବୁ ଷ୍ଟାର୍‌ମାନଙ୍କର ପିଲାଦିନର ଭିଡିଓ? ଏହା କିନ୍ତୁ ସେମାଙ୍କର ପିଲାଦିନର ଭିଡିଓ ନୁହେଁ। ବାସ୍ତବରେ ଏହା ହେଉଛି ଏକ ପ୍ରାଥମିକ ବିଦ୍ୟାଳୟର ଝିଅମାନଙ୍କର ଏକ ଭିଡିଓ। ଏଥିରେ ଝିଅମାନେ ଗୋଟିଏ ପରେ ଗୋଟିଏ ଆସୁଛନ୍ତି ଏବଂ ଫଳ ଦେଖାଇ ସେସବୁର ବିଶେଷତା କହୁଛନ୍ତି। କିନ୍ତୁ ଇଣ୍ଟର୍‌ନେଟ୍‌ ବ୍ୟବହାର କରୁଥିବା କିଛି ଟେକ୍ନିକାଲ୍ ମୁଣ୍ଡ ଏହାକୁ ଏତେ ମଜାଦାର କରିଦେଇଛି ଯେ ଦର୍ଶକମାନେ ଏହାକୁ ଖୁବ ଉପଭୋଗ କରୁଛନ୍ତି।

ଅଧିକ ପଢ଼ନ୍ତୁ: ସିଲଭର୍ ସ୍କ୍ରିନ୍‌ରେ ଅମିତାଭ୍‌ଙ୍କ ୫୫ ବର୍ଷ... ଆକ୍ସନ୍, କମେଡି, ଟ୍ରାଜେଡି...ସବୁଥିରେ ସେ ହିଟ୍ ଓ ଫିଟ୍

Advertisment

ଏହି ଭାଇରାଲ୍ ଭିଡିଓରେ AI ସହାୟତାରେ, ଫିଲ୍ମ ଷ୍ଟାରମାନଙ୍କ ଚେହେରା ପିଲାମାନଙ୍କ ମୁଣ୍ଡରେ ଲଗାଯାଇଛି। ଏଥିରେ ପ୍ରଥମେ ଶାହରୁଖ ଖାନ ଆସି ତାଙ୍କ ହାତରେ ଏକ ସେଓ ଦେଖାଇ ଏହାର ରଙ୍ଗ କହୁଛନ୍ତି। ଏହାପରେ ସଲମାନ ଖାନ କଦଳୀର ବିଶେଷତା ବର୍ଣ୍ଣନା କରୁଛନ୍ତି। ଏହା ପରେ ଅକ୍ଷୟ କୁମାର ମୌସୁମୀ ଦେଖଉଛନ୍ତି।

ପରେ ଅକ୍ଷୟ ଆଉ ତା’ ପରେ ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟ ମଧ୍ୟ ଆସୁଛନ୍ତି। ଏହି ଭିଡିଓର ମୁଖ୍ୟ ଆକର୍ଷଣ ହେଉଛି ପିଲାମାନଙ୍କର କ୍ୟୁଟ୍‌ନେସ୍ ଏବଂ ସେମାନଙ୍କର ଷ୍ଟାଇଲ୍ ଯେଉଁଭଳି ଭାବେ ସେମାନେ ଜଣଙ୍କ ପରେ ଜଣେ ଆଗକୁ ଆସୁଛନ୍ତି ଆଉ କିଛି କହୁଛନ୍ତି। କିନ୍ତୁ ଯେତେବେଳେ ଷ୍ଟାର୍‌ମାନଙ୍କର ଚେହେରା ଏଥିରେ ଲଗେଇ ଦିଆଯାଏ, ଏହା ମନୋରଞ୍ଜନର ତଡ୍‌କା ଲଗାଏ।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ବହୁତ ପସନ୍ଦ ମଧ୍ୟ କରାଯାଉଛି। ଜଣେ ଲେଖିଛନ୍ତି, ରଣବୀର କପୁର ବହୁତ ମଜାଳିଆ ଦେଖାଯାଉଛନ୍ତି। ଆଉ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଭିଡିଓ ଏଡିଟର୍‌ଙ୍କୁ ଖୁବ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ସୃଜନଶୀଳ ଦିମାଗ ପାଇଁ ତାଳି ମାରିଛନ୍ତି।

Salman Khan Bollywood Akshay Kumar Ranbir Kapoor Viral Video Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ