Advertisment

ସଂଘର୍ଷର କାହାଣୀ “ନୂଆବୋହୂ” ରୁ “ଝିଅ ଆମର ନୂଆବୋହୂ”

ଉତ୍ତରାଧିକାରୀ ପାଇଁ ଆରମ୍ଭ ହୋଇଥିବା ଲଢେଇରେ ଚାଲିଯାଇଛି ଗୋଟେ ମା’ ସହିତ ଗୋଟେ ନିରୀହ ନିଷ୍ପାପ ଶିଶୁର ଜୀବନ। ଦୁନିଆର ଆଲୋକ ଦେଖିବା ଆଗରୁ ତାକୁ ମା’ ଗର୍ଭରେ ମାରିଦିଆଯାଇଛି। ହେଲେ କଥା ଏଇଠି ଅଟକି ଯାଇନି। ସେହି ଉତ୍ତରାଧିକାରୀ ପରମ୍ପରାକୁ ଉଠେଇବା ପାଇଁ କେତେ ଯେ ହୋଇଛି ସଂଘର୍ଷ ଆଉ ବାଜିରେ ଲାଗିଯାଇଛି କେତେ ଯେ ଜୀବନ। ସମ୍ପର୍କର ମୂଲ୍ୟବୋଧ ପାଇଁ ଲଢେଇ କରିଚାଲିଛି ରାଧିକା, ଆଉ ଶେଷରେ ତା’ ମାତୃତ୍ୱର ପରୀକ୍ଷା ଦେଇ ନିଜ ସନ୍ତାନକୁ ବଞ୍ଚେଇବା ନେଇ ଜୀବନକୁ ଦେଇଛି ଜଳାଞ୍ଜଳି

author-image
Pramod Behera
ଅଦ୍ୟତନ ହୋଇଛି
ସଂଘର୍ଷର କାହାଣୀ “ନୂଆବୋହୂ” ରୁ “ଝିଅ ଆମର ନୂଆବୋହୂ”

Jhia Amara Nuabohu

ଭୁବନେଶ୍ୱର : ଉତ୍ତରାଧିକାରୀ ପାଇଁ ଆରମ୍ଭ ହୋଇଥିବା ଲଢେଇରେ ଚାଲିଯାଇଛି ଗୋଟେ ମା’ ସହିତ ଗୋଟେ ନିରୀହ ନିଷ୍ପାପ ଶିଶୁର ଜୀବନ। ଦୁନିଆର ଆଲୋକ ଦେଖିବା ଆଗରୁ ତାକୁ ମା’ ଗର୍ଭରେ ମାରିଦିଆଯାଇଛି। ହେଲେ କଥା ଏଇଠି ଅଟକି ଯାଇନି। ସେହି ଉତ୍ତରାଧିକାରୀ ପରମ୍ପରାକୁ ଉଠେଇବା ପାଇଁ କେତେ ଯେ ହୋଇଛି ସଂଘର୍ଷ ଆଉ ବାଜିରେ ଲାଗିଯାଇଛି କେତେ ଯେ ଜୀବନ। ସମ୍ପର୍କର ମୂଲ୍ୟବୋଧ ପାଇଁ ଲଢେଇ କରିଚାଲିଛି ରାଧିକା, ଆଉ ଶେଷରେ ତା’ ମାତୃତ୍ୱର ପରୀକ୍ଷା ଦେଇ ନିଜ ସନ୍ତାନକୁ ବଞ୍ଚେଇବା ନେଇ ଜୀବନକୁ ଦେଇଛି ଜଳାଞ୍ଜଳି। ଏବେ ତା’ ଝିଅ ୧୮ ବର୍ଷର ଯୁବତୀ। ଏହା ହିଁ ହେଉଛି ତରଙ୍ଗ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ “ନୂଆବୋହୂ”ର କାହାଣୀ।

Advertisment

ଏହାରି ଭିତରେ ବିତିଯାଇଛି ଦୀର୍ଘ ୧୮ ବର୍ଷ, ଆଉ “ନୂଆବୋହୂ” ଏବେ “ଝିଅ ଆମର ନୂଆବୋହୂ”ରେ ବଦଳିଯାଇଛି। କାହାଣୀରେ ରହିଛି ଟୁଇଷ୍ଟ୍ ଆଉ ଟର୍ଣ୍ଣ। ସମୟ ବିତିବା ସହ ସବୁ ପୁରୁଣା ସମ୍ପର୍କ ବଦଳିଯାଇଛି ଆଉ ଗଢି ଉଠିଛି ନୂଆ ସମ୍ପର୍କ। ତା’ ସହ ଆରମ୍ଭ ହୋଇଛି “ଝିଅ ଆମର ନୂଆବୋହୂ” ଧାରାବାହିକ। କାରଣ ୪ ବର୍ଷର କାହାଣୀ ‘ନୂଆବୋହୂ’ ଏବେ ଅନ୍ତିମ ପର୍ଯ୍ୟାୟରେ। ଏଇ ନୂଆ ସମ୍ପର୍କରେ ଆମ ସହିତ ଯୋଡି ହେଉଛନ୍ତି ଶିବ୍ ଆଉ ପୂଜା। ନୂଆ ନାୟକ ଆଉ ନୂଆ ନାୟିକା। କାହାଣୀରେ ଏହି ଦୁ‍ଇ ଜଣଙ୍କ ଚରିତ୍ର ସଂପୂର୍ଣ୍ଣ ଅଲଗା। ତେବେ କେମିତି ହେବ ଶିବ୍ ଆଉ ପୂଜାର ପ୍ରେମ କାହାଣୀ? ତାହା ହିଁ କାହାଣୀର ଚମତ୍କାରିତା।

Advertisment
ଝିଅ ଆମର ନୂଆବୋହୂ

ତେବେ କାହାଣୀରେ ନୂଆ ଚରିତ୍ରକୁ ନେଇ ରାଧିକା ବା ମିତାଲି କୁହନ୍ତି ଯେ “ଆପଣମାନେ ଆମକୁ ଯେତିକି ଭଲ ପାଇବା ଦେଇଛନ୍ତି ଆମ ଝିଅ ପୂଜାକୁ ବି ସେତିକି ଭଲ ପାଇବା ଦେବେ। ସବୁବେଳେ ନୂଆପିଢିଙ୍କୁ ସୁଯୋଗ ଦେବା ଦରକାର।” ଏହାଛଡା ସେ ତରଙ୍ଗ ଟିଭିକୁ ପ୍ରଶଂସାକରି କହିଛନ୍ତି ଯେ “ତରଙ୍ଗ ଟିଭି ସବୁବେଳେ ଯୁବପିଢିମାନଙ୍କୁ ସୁଯୋଗ ଦେଇଥାଏ। ଆମେ ବି ଆମ ଯାତ୍ରା ଏଇ ତରଙ୍ଗ ଟିଭିରୁ ଆରମ୍ଭ କରି ଆଜି ଏ ଯାଗାରେ ପହଞ୍ଚିପାରିଛୁ।”

ଝିଅ ଆମର ନୂଆବୋହୂ

ତେବେ ସବୁଠୁ ବଡ କଥା ହେଉଛି ଏହି ଧାରାବାହିକର ନୂଆ ନାମକରଣକୁ ନେଇ। ଦର୍ଶକମାନଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ସେହି ଘରର ଝିଅ କେମିତି ହେବ ସେହି ଘରର ନୂଆବୋହୂ? ମା’ର ଲଢେଇକୁ କ’ଣ ଲଢି ଝିଅ ଜିତିପାରିବ? ବଳିୟାରସିଂହ ପରିବାର କ’ଣ ପୂଜାକୁ ଗ୍ରହଣ କରିବ? ଏ ସବୁ ପ୍ରଶ୍ନର ଉତ୍ତର ମିଳିବ ଏଇ ଅଗଷ୍ଟ ୯ ତାରିଖ ରାତି ୮ଟାରେ। ତେଣୁ ଦେଖିବାକୁ ଜମା ବି ଭୁଲିବେ ନାହିଁ ‘ଝିଅ ଆମର ନୂଆବୋହୂ’ ଅଗଷ୍ଟ ୯ ତାରିଖରୁ ପ୍ରତି ସୋମବାରରୁ ଶନିବାର ରାତି ୮ଟାରେ।

Taranga Plus Taranga Tv Odia Serial
Advertisment
Advertisment