Advertisment

ତୁଟିଲା ଷ୍ଟାର ଦମ୍ପତିଙ୍କ କଳି: ଏକାଠି ରହିବେ ଗାୟକ ହ୍ୟୁମାନ ସାଗର-ଶ୍ରୀୟା

ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି।

ଅଦ୍ୟତନ ହୋଇଛି
Fresh Twist In Singer Singer Humane Sagar Marital Discord

Fresh Twist In Singer Singer Humane Sagar Marital Discord

Advertisment

ମନମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି। ହ୍ୟୁମାନଙ୍କ ମା’ କହିଛନ୍ତି ଯେ, ଏଣିକି ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ। 

Advertisment

କିଛି ଦିନ ପରେ ଶ୍ରୀୟା ତାଙ୍କ ଶାଶୁ ଘରକୁ ଫେରିବେ। ଶ୍ରୀୟା ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ଶାଶୁ ଘରକୁ ଫେରିବେ ବୋଲି ACP କହିଛନ୍ତି। ଆଜି ମହିଳା ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରିବାର ସଦସ୍ୟଙ୍କ ସହ ହାଜର ହୋଇଥିଲେ।

ଅଧିକ ପଢ଼ନ୍ତୁ: କମ୍ପ୍ରମାଇଜ୍‌ ଚାହାଁନ୍ତି ହ୍ୟୁମାନ୍‌ ! ହେଲେ ପ୍ରେସମିଟ୍‌ କରି ପତ୍ନୀ କଥା ବିଗାଡ଼ୁଥିବା କହିଲେ . .

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଥିଲେ। ସେ କହିଥିଲେ, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’

ଶ୍ରୀୟା ଆହୁରି କହିଥିଲେ ଯେ, ‘ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା। ଝିଅ ସହ ହ୍ୟୁମାନଙ୍କ ଆଟାଚ୍‌ମେଣ୍ଟ ନଥିଲା।

Advertisment
Odia Singer Humane Sagar Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ