Advertisment

ମିଳିଗଲା କି ସୋନାକ୍ଷୀ ସିହ୍ନାଙ୍କ ଜୀବନସାଥୀ?

ନିଜର ପ୍ରେମକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ କ୍ୱିନ୍ ସୋନାକ୍ଷୀ ସିହ୍ନା। ନିକଟରେ ସଲମାନ ଖାନଙ୍କ କେହି ନିକଟତମ ବ୍ୟକ୍ତିଙ୍କ ସହ ତାଙ୍କର ସଂପର୍କ ଥିବା ନେଇ ଖବର ଆସିଥିଲା। ତେବେ ଏହି ରିପୋର୍ଟରୁ ଜାଣନ୍ତୁ କିଏ ସେଇ ବ୍ୟକ୍ତି ଯିଏ ସୋନାକ୍ଷୀଙ୍କ ମନ କିଣିଛି।

author-image
Pramod Behera
Found Sonakshi Sinha's life partner?

Found Sonakshi Sinha's life partner?

ମୁମ୍ବାଇ: ପ୍ରେମରେ ପଡିଲେ କି ବଲିଉଡ୍‌ର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା? ସୋନାକ୍ଷୀ ଯେଉଁ ସମ୍ପର୍କକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ, ସେ ବର୍ତ୍ତମାନ ସେହି ସମ୍ପର୍କକୁ ପ୍ରକାଶ କରିଛନ୍ତି କି? ସୋନାକ୍ଷୀ ସିହ୍ନା ତାଙ୍କ ଜୀବନ ସାଥୀ ପାଇଯାଇଛନ୍ତି କି? ଏହି ପ୍ରଶ୍ନ ଏଇଥି ପାଇଁ ଯେ ଗତ କିଛି ଦିନ ହେବ ସୋନାକ୍ଷୀ ସିହ୍ନା ସଲମାନ ଖାନଙ୍କ କୌଣସି ଏକ ସମ୍ପର୍କୀୟଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ସୋସିଆଲ୍ ମିଡିଆରେ ସେ ଏକ ପୋଷ୍ଟ୍‌ ସେୟାର କରିଛନ୍ତି, ଯାହା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସୋନାକ୍ଷୀ ବୋଧେ ତାଙ୍କ ପ୍ରେମକୁ ପାଇଯାଇଛନ୍ତି।

Advertisment

ସୋନାକ୍ଷୀ ସିହ୍ନା 'ନୋଟ୍‌ବୁକ୍' ଅଭିନେତା ଜହୀର ଇକ୍‌ବାଲ୍‌ଙ୍କ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ମଧ୍ୟ ଏହି ସମ୍ପର୍କକୁ ନେଇ ନୀରବ ଥିଲେ। ପ୍ରଥମ ଥର ପାଇଁ ସୋନାକ୍ଷୀ ଜାହୀର ଇକ୍‌ବାଲ୍‌ଙ୍କ ଫଟୋ ଶେୟାର କରି ଏକ ସ୍ୱତନ୍ତ୍ର ପୋଷ୍ଟରେ ଲେଖିଛନ୍ତି। ଏହା ପରେ ଲୋକମାନେ ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା କରିବା ଆରମ୍ଭ କରିଛନ୍ତି।

ପ୍ରକୃତ କଥା ହେଉଛି ଇକ୍‌ବାଲ୍‌ଙ୍କ ଜନ୍ମଦିନ ଡିସେମ୍ବରରେ ୧୦ରେ ଥିଲା। ସୋନାକ୍ଷୀ ସିହ୍ନା ଏକ ପୋଷ୍ଟ୍‌ ଶେୟାର କରି ଏହି ବିଶେଷ ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିଦେଇଛନ୍ତି। ସୋନାକ୍ଷୀ ଏହି ପୋଷ୍ଟ୍‌ରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଏକ ଫଟୋରେ ସୋନାକ୍ଷୀ ଏକ କଳା ପୋଷାକ ପିନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳୁଛି ଏବଂ ଜହୀର ତାଙ୍କ କାନ୍ଧ ଉପରେ ହାତ ରଖି ନିଜ ଚୁଟିକୁ ସଜାଡୁଛନ୍ତି। ସେହିପରି ଆଉ ଏକ ଫଟୋରେ ଦୁହେଁ ମାରଣାସ୍ତ୍ର ଧରି ପରସ୍ପର ଯୁଦ୍ଧ କରୁଥିବା ଦେଖାଯାଏ।

Advertisment
Found Sonakshi Sinha's life partner?ମିଳିଗଲା କି ସୋନାକ୍ଷୀ ସିହ୍ନାଙ୍କ ଜୀବନସାଥୀ?

ସେ ଲେଖିଛନ୍ତି ଯେ “ଦୁନିଆର ସବୁଠାରୁ ହଇରାଣ କରୁଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ମଧ୍ୟ ଦୁନିଆର ସବୁଠାରୁ ଭଲ ମଣିଷ। ଏହା କିପରି ହୋଇପାରେ? ତୁମେ ଏମିତି କେମିତି? ଜନ୍ମ ନେଇଥିବାରୁ ଧନ୍ୟବାଦ। ଜନ୍ମଦିନର ଅଭିନନ୍ଦନ। ବିଦାୟ। ଏହା ସହିତ ସୋନାକ୍ଷୀ ସିହ୍ନା #bestbestfriend #whattaguy ଲେଖି ହାସ୍‌ଟାଗ୍‌ କରିଛନ୍ତି।

Found Sonakshi Sinha's life partner?ମିଳିଗଲା କି ସୋନାକ୍ଷୀ ସିହ୍ନାଙ୍କ ଜୀବନସାଥୀ?

ସୋନାକ୍ଷୀ ସିହ୍ନାଙ୍କ ଏହି ପୋଷ୍ଟ୍‌ରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ଢେର୍‌ ସାରା କମେଣ୍ଟ କରିଛନ୍ତି। ଜହୀର ମଧ୍ୟ ସୋନାକ୍ଷୀଙ୍କ ଏହି ପୋଷ୍ଟରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ 'କିନ୍ତୁ ସେ ମୋର ସବୁଠାରୁ ଭଲ୍ ସାଙ୍ଗ'। ଏହା ସହିତ ସେ ଅନେକ ଇମୋଜି ମଧ୍ୟ ଦେଇଛନ୍ତି। ଆଉ ଏକ ଅଲଗା ମତ ରଖି ଜହୀର ଲେଖିଛନ୍ତି ଯେ “ମୁଁ ବର୍ତ୍ତମାନ ତୁମକୁ ମୋର ହିରୋଇନ୍ ବୋଲି କହି ପାରିବି କି?” ଜହୀରଙ୍କ ଏହି ମନ୍ତବ୍ୟକୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ ଉଭୟେ ନିଜ ସମ୍ପର୍କକୁ ଇନ୍‌ଷ୍ଟାରେ ଖୁଲାସା କରିଛନ୍ତି।

Bollywood Sonakshi Sinha
Advertisment
Advertisment