Advertisment

Bad News ! ଶାହରୁଖଙ୍କ ପତ୍ନୀ ଗୌରୀଙ୍କ ବିରୋଧରେ FIR ରୁଜୁ...

ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କ ବିରୋଧରେ ଲକ୍ଷ୍ନୌରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ମୁମ୍ବାଇର ଜଣେ ବ୍ୟକ୍ତି ଗୌରୀଙ୍କ ବିରୋଧରେ ଏହି FIR ରୁଜୁ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIR Against Shah Rukh Khan's Wife Gauri Khan

FIR Against Shah Rukh Khan's Wife Gauri Khan

ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନ୍‌(Shah Rukh Khan)ଙ୍କ ପତ୍ନୀ ଗୌରୀ ଖାନ୍‌(Gauri Khan)ଙ୍କ ବିରୋଧରେ ଲକ୍ଷ୍ନୌରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ମୁମ୍ବାଇର ଜଣେ ବ୍ୟକ୍ତି ଗୌରୀଙ୍କ ବିରୋଧରେ ଏହି FIR ରୁଜୁ କରିଛନ୍ତି।

Advertisment

ମୁମ୍ବାଇର କୀରିଟ ଯଶୱନ୍ତ ଶାହ ନାମକ ବ୍ୟକ୍ତି ଦାବି କରିଛନ୍ତି, ତୁଲସିୟାନୀ କନଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ଡେଭଲପର୍ସ ଲିମିଟେଡ୍‌ ଲକ୍ଷ୍ନୌରେ ସେ ଏକ ଫ୍ଲାଟ୍‌ କିଣିଥିଲେ। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା କମ୍ପାନୀକୁ ସେ ୮୬ ଲକ୍ଷ ଟଙ୍କା ଦେଇସାରିଲେଣି। ହେଲେ ତାଙ୍କୁ ଫ୍ଲାଟ୍‌ ମିଳିନାହିଁ। ଏନେଇ କୀରିଟ ଗୌରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। କାରଣ ଗୌରୀ ହେଉଛନ୍ତି ଉକ୍ତ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସଡର୍‌।

ଅଧିକ ପଢ଼ନ୍ତୁ: ଶାହରୁଖଙ୍କ ସାର୍ଟଲେସ୍ ଫଟୋ ଦେଖି ଏମିତି କହିଲେ ପତ୍ନୀ ଗୌରୀ ଖାନ୍


ଜାଣନ୍ତୁ, କ’ଣ ମାମଲା...

ତୁଲସିୟାନୀ କନଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ଡେଭଲପର୍ସ ଲିମିଟେଡ୍‌ର ସିଏମ୍‌ଡ଼ି ଅନୀଲ କୁମାର ତୁଲସିୟାନୀ ଓ ଡାଇରେକ୍ଟର ମହେଶ ତୁଲସିୟାନୀଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଅନୀଲ, ମହେଶ ଓ ଗୌରୀ ୩ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସୁଶାନ୍ତ ଗୋଲ୍ଫ ସିଟି ଥାନାରୁ ଏହି ସୂଚନା ମିଳିଛି। କୀରିଟଙ୍କ କହିବା ଅନୁସାରେ, ବ୍ରାଣ୍ଡ୍‌ଆମ୍ବାସଡର୍‌ ଭାବେ ଗୌରୀଙ୍କ ପ୍ରଚାର ଓ ପ୍ରସାରରେ ପ୍ରଭାବିତ ହୋଇ ସେ ଫ୍ଲାଟ୍‌ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଏସମ୍ପର୍କରେ ଗୌରୀ ଖାନ୍‌ଙ୍କୁ ଜଣାନାହିଁ। ଯେହେତୁ ସେ କମ୍ପାନୀର ବ୍ରାଣ୍ଡ୍‌ଆମ୍ବାସଡର୍‌ ତେଣୁ ଏହି ମାମଲାରେ ତାଙ୍କ ନାଁ ବି ଆସିଛି। ସୂଚନାଥାଉ କି, ଗୌରୀ ନିଜର ‘ଗୌରୀ ଖାନ୍‌ ଡିଜାଇନ୍ସ’ ବ୍ରାଣ୍ଡ୍‌ ଚଲାଉଛନ୍ତି।  

Advertisment

Shah Rukh Khan Gauri Khan
Advertisment
Advertisment