/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702040594.jpg)
Fighter teaser released fans says its pure goosebumps
ସାମ୍ନାକୁ ଆସିଯାଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର୍’ର ଟିଜର, ଯେଉଁଥିରେ ଦମଦାର ଦୃଶ୍ୟ ଦେଖିବାକୁ ମିଳିଛି। ଟିଜରରେ ଆକ୍ସନ୍ ସହିତ ରୋମାନ୍ସ ମଧ୍ୟ ଅଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟ୍ୱିଟରରେ ଟିଜର ଶେୟାର କରି ହ୍ରିତିକ ରୋଶନ ଲେଖିଛନ୍ତି ଯେ ପ୍ରତ୍ୟେକ ଉଡାଣ ଦେଶ ନାମରେ।
हर उड़ान वतन के नाम! 🇮🇳
Fighter forever. #FighterTeaser Out Now - https://t.co/QCiae3kWG8pic.twitter.com/idUvDoNGfW
— Hrithik Roshan (@iHrithik) December 8, 2023
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ ଭିଡିଓ ଶେୟାର କରି ଟିଜର ରିଲିଜ ଘୋଷଣା କରିଥିଲେ ଯେଉଁଥିରେ ଡିସେମ୍ବର ୮ ରେ ଟିଜରର ଝଲକ ଦେଖାଯିବ ବୋଲି କୁହାଯାଇଥିଲା।
ଏହି ଫିଲ୍ମରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର 'ସ୍ପିରିଟ୍ ଅଫ୍ ଫାଇଟର୍' ସହିତ ଡ୍ରେନ୍ କରିବାକୁ ପ୍ରସ୍ତୁତ ଅଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭାୟାକମ୍ ୧୮ ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସର ସହଯୋଗରେ ପ୍ରସ୍ତୁତ ହୋଇଥିବା 'ଫାଇଟର୍' ହେଉଛି ଏକ ସିନେମାଟିକ୍ ଅନୁଭୂତି, ଯାହା ଆକ୍ସନ୍ ଷ୍ଟୋରୀଲିଙ୍ଗ୍ରେ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ ହୋଇଛି।
‘ଫାଇଟର୍’ ଟିଜରରେ ଚଳଚ୍ଚିତ୍ର ଜଗତ ବିଷୟରେ ଅନେକ କିଛି ଜଣାପଡିଛି ଏବଂ ଅଧିକାଂଶ ଶଟ୍ସକୁ ୟୁନିଫର୍ମରେ ତିନି ମୁଖ୍ୟ ଚରିତ୍ରର ଦୃଶ୍ୟରେ ସୀମିତ ରଖାଯାଇଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି। 'ଫାଇଟର୍'ର ଟିଜରରେ ଥିବା ଏରିଏଲ୍ ଆକ୍ସନ୍ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଥିବା କୁହାଯାଉଛି। ଟିଜରର ପ୍ରତ୍ୟେକ ସିନ୍ ଖୁବ ରୋମାଞ୍ଚକର ହୋଇଛି। ଏହାର ବ୍ୟାକ୍ଗ୍ରାଉଣ୍ଡରେ ଥିବା ଗୀତ ଏହାକୁ ଆହୁରି ସ୍ୱତନ୍ତ୍ର କରୁଛି।
ତେବେ ଏହି ଟିଜର ସିଦ୍ଧାର୍ଥ ଆନନ୍ଦଙ୍କ ପୁରୁଣା ଫିଲ୍ମକୁ ମନେ ପକାଉଛି। ଏନେଇ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମ 'ଫାଇଟର୍'ର ୧ ମିନିଟ୍ ୧୩ ସେକେଣ୍ଡର ଏହି ଟିଜର ଦେଖି ଲୋକମାନେ କହୁଛନ୍ତି ଯେ ବର୍ତ୍ତମାନ ସେମାନେ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଜଣେ ଲେଖିଛନ୍ତି – ରୋମ ଟାଙ୍କୁରି ଉଠୁଛି। ଅନ୍ୟ ଜଣେ ଲେଖିଛନ୍ତି – ହ୍ରିତିକ ରୋଶନଙ୍କୁ ଆକ୍ସନ୍ ଅବତାରରେ ଦେଖିବା ପ୍ରତ୍ୟେକ ଥର ସ୍ୱତନ୍ତ୍ର ହୋଇଥାଏ।
ଏହି ଫିଲ୍ମରେ ଦମଦାର ଆକ୍ସନ ସହିତ ଦେଶପ୍ରେମ ଉତ୍ସାହ ମଧ୍ୟ ଦେଖିବାକୁ ମିଳିବ। ୨୫୦ କୋଟି ଟଙ୍କାରେ ନିର୍ମିତ 'ଫାଇଟର୍' ୨୫ ଜାନୁୟାରୀ ୨୦୨୪ରେ ଭାରତର ୭୫ ତମ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)