Advertisment

ବସ୍‌ ଡ୍ରାଇଭରଙ୍କ ପୁଅ ୟଶ ଆଜି ସାରା ଦେଶରେ ପରିଚିତ

'କେଜିଏଫ୍ ୨' ଆଜି ୟଶଙ୍କୁ ଘରେ ଘରେ ପରିଚୟ କରେଇଛି। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ। ବାପା ବସ୍ ଡ୍ରାଇଭର ଥିବା ବେଳେ ପୁଅ କେମିତି ହେଲେ ବସ୍ ଅଫିସ୍ କିଙ୍ଗ ଆସନ୍ତୁ ଜାଣିବା।

author-image
Pramod Behera
Father bus driver and son king of box office

Father bus driver and son king of box office

କନ୍ନଡ ଅଭିନେତା ୟଶ ଆଜି ସାରା ଦେଶରେ ଏକ ଜଣାଶୁଣା ନାଁ। କନ୍ନଡ ସିନେମାର ଏହି ସୁପର୍‌ଷ୍ଟାରଙ୍କ ଫିଲ୍ମ 'କେଜିଏଫ୍ ୨'ର ହିନ୍ଦୀ ସଂସ୍କରଣ ୭ ଦିନ ମଧ୍ୟରେ ବକ୍ସ ଅଫିସରେ ୨୫୦ କୋଟି ଟଙ୍କା ରୋଜଗାର କରିସାରିଛି। ଖାଲି ସେତିକି ନୁହେଁ ଫିଲ୍ମଟି ଏପରି ଅନେକ ରେକର୍ଡ ସୃଷ୍ଟି କରିଛି ଯାହା ଅତୀତରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ମଧ୍ୟ ଛୁଇଁ ପାରି ନାହିଁ। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ।

Advertisment

ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ ଏବଂ କଠିନ ପରିଶ୍ରମ କରିବାକୁ ପଡିଛି। ସେ କୌଣସି ଷ୍ଟାର୍‌କିଡ୍ ନୁହଁନ୍ତି, କିନ୍ତୁ ତାଙ୍କର ଅଭିନୟ ହିଁ ତାଙ୍କର ଆଗ୍ରହକୁ ବଜାୟ ରଖିଥିଲା। ଏନେଇ ସେ ଆଜି ଏହି ସଫଳତା ହାସଲ କରିପାରିଛନ୍ତି।

ୟଶଙ୍କ ପ୍ରକୃତ ନାମ ହେଉଛି ନବୀନ କୁମାର ଗୌଡା। ସେ ଜାନୁଆରୀ ୮, ୧୯୮୬ରେ କର୍ଣ୍ଣାଟକର ହାସନ ଜିଲ୍ଲାର ବୋଭାନାହଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅରୁଣ କୁମାର ଜଣେ ବସ୍ ଡ୍ରାଇଭର ହୋଇଥିବାବେଳେ ମା’ ପୁଷ୍ପା ଜଣେ ଗୃହିଣୀ। ତାଙ୍କର ଏକ ସାନ ଭଉଣୀ ମଧ୍ୟ ଅଛି। ୟଶ ତାଙ୍କର ଅଧିକାଂଶ ସମୟ ମୈସୁରରେ ବିତାଇଥିଲେ। ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏବଂ ପରେ ସେ ବି.ଭି କାରଥଙ୍କ ଡ୍ରାମା ଟ୍ରୁପ୍‌ର ଏକ ଅଂଶ ହୋଇଥିଲେ। ସେ ଏଥିରେ ଉତ୍କୃଷ୍ଟ ଅଭିନୟ ଦକ୍ଷତା ଶିଖିବାର ସୁଯୋଗ ପାଇଲେ।

Advertisment

ୟଶ ୨୦୦୪ରେ ଟିଭି ଧାରାବାହିକ 'ନନ୍ଦା ଗୋକୁଲା' ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି। କିନ୍ତୁ ୨୦୦୮ ରେ ସେ ଫିଲ୍ମ 'ମୋଗିନା ମନସୁ'ରେ ଡେବ୍ୟୁ କରିଥିଲେ। ଏଥିରେ ସେ ଏକ ସହ କଳାକାର ଭାବେ ଅଭିନୟ କରିଥିଲେ। କିନ୍ତୁ ସେହି ବର୍ଷ ସେ ‘ରକୀ’ ଫିଲ୍ମରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ପ୍ରଶଂସକଙ୍କ ଦ୍ୱାରା ଖୁବ ପ୍ରସନ୍ଦ କରାଯାଇଥିଲା।

୨୦୧୩ ରେ ଆସିଥିବା ‘ଗୁଗ୍‌ଲି’, ସେହି ବର୍ଷର ତାଙ୍କର ସର୍ବାଧିକ ଆୟ କରିଥିବା କନ୍ନଡ ଫିଲ୍ମ ଥିଲା। କିନ୍ତୁ ୨୦୧୮ରେ ଆସିଥିବା ‘କେଜିଏଫ୍’ ତାଙ୍କୁ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ କରି ରକୀ ଭାଇକୁ ଘରେ ଘରେ ପରିଚୟ ଦେଇଦେଲା। ୟଶ ୯ ଡିସେମ୍ବର ୨୦୧୬ରେ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

KGF Chapter 2 Yash Bollywood
Advertisment
Advertisment