Advertisment

ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ ଚେହେରାକୁ ନଷ୍ଟ କରିଦେଲେ କି କ୍ୟାଟ୍ରିନା...

ନିଜ ଶରୀରକୁ ଅଧିକ ଆକର୍ଷଣୀୟ କରିବାକୁ ଅନେକ କଳାକାର ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଥିବା ଦେଖାଯାଏ। ଏହାକୁ ନେଇ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ନଜିର ରହିଛି। ଏବେ କ୍ୟାଟ୍ରିନା କୈଫ୍ ସେହି ପ୍ରକ୍ରିୟାକୁ ଆପଣେଇ ନେଲେ କି?

author-image
Pramod Behera
ଅଦ୍ୟତନ ହୋଇଛି
Fans say Katrina Kaif destroyed her beautiful face with plastic surgeries

Fans say Katrina Kaif destroyed her beautiful face with plastic surgeries

କେତେକ ଅଭିନେତା ଏବଂ ଅଭିନେତ୍ରୀ ନିଜର କୁଞ୍ଚିତ ଚର୍ମକୁ ଲୁଚାଇବା ସହ ଯୁବ ଚେହେରା ପାଇବା ନେଇ କସମେଟିକ୍ ପ୍ରଣାଳୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଛନ୍ତି। ଏମିତି ଆଉ କିଛି ଅଛନ୍ତି ଯେଉଁମାନେ ନିଜକୁ ଆକର୍ଷଣୀୟ କରିବା ପାଇଁ ବୋଟକ୍ସ ଏବଂ ଅନ୍ୟାନ୍ୟ ଇଞ୍ଜେକ୍ସନ୍ ବ୍ୟବହାର କରୁଛନ୍ତି। ଏମିତି କରି ଅନେକ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ମଧ୍ୟ ନଜିର ଆସିଛି।

Advertisment

ପୂର୍ବରୁ କୋଏନା ମିତ୍ର ସ୍ୱୀକାର କରିଥିଲେ ଯେ ନାକ ଅସ୍ତ୍ରୋପଚାର ତାଙ୍କ କାମ ପାଇଁ ବିନାଶକାରୀ ପ୍ରମାଣିତ ହୋଇଥିଲା ଏବଂ ତାଙ୍କ କ୍ୟାରିୟରରେ ବାଧା ଆଣିଥିଲା। ନିକଟରେ ଶ୍ରୁତି ହାସନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ନାକକୁ ଆକର୍ଷଣୀୟ କରିବା ପାଇଁ ସେ ଅସ୍ତ୍ରୋପଚାର କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଭାବନ୍ତି ଯେ କ୍ୟାଟ୍ରିନା କୈଫ ବୋଧେ ଏହି ଉପାୟକୁ ବାଛିଛନ୍ତି।

କ୍ୟାଟ୍ରିନା କୈଫ୍ ନିକଟରେ ସଲମାନ ଖାନଙ୍କ ଦ୍ୱାରା ହୋଷ୍ଟ୍ କରାଯାଉଥିବା ବିଗ୍ ବସ୍ ୧୬ର ସେଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫୋନ୍ ଭୁତ୍’ କୁ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନିଆଯାଇଥିବା ତାଙ୍କର ଫଟୋ ଦେଖିବା ପରେ ତାଙ୍କ ଚେହେରା ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ପ୍ୟାନ୍‌ଙ୍କ କହିବା କଥା ପ୍ଲାଷ୍ଟିକ୍ ସର୍ଜରୀ ହେତୁ କ୍ୟାଟ୍ରିନା କୈଫ ତାଙ୍କର ସୁନ୍ଦର ଚେହେରାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି।

Advertisment

କ୍ୟାଟ୍ରିନା କୈଫଙ୍କ ଫୁଲିଯାଇଥିବା ଚେହେରା ପ୍ରଶଂସକଙ୍କୁ ପସନ୍ଦ ଆସୁ ନାହିଁ। ସୋସିଆଲ ମିଡିଆରେ ତାଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, "କ୍ୟାଟ୍ କାହିଁକି ଏପରି କରୁଛନ୍ତି ମୁଁ ଜାଣେ ନାହିଁ। ମୁଁ ତାଙ୍କୁ ପ୍ରକୃତରେ ପସନ୍ଦ କରେ ଏବଂ ସତ କହିବାକୁ ଗଲେ, ଫିଲର୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିରୁଦ୍ଧରେ ମୋର କିଛି କହିବାର ନାହିଁ।

ସେ ଆହୁରି ଲେଖିଛନ୍ତି ଯେ ଏହା ଏତେ ଖରାପ ହେବା ଉଚିତ ନୁହେଁ ଯେ କୌଣସି ଜିନିଷ ଉପରେ ଧ୍ୟାନ ଦେବା କଷ୍ଟକର ହେବ। ଏହା ଅତ୍ୟନ୍ତ ବିଚଳିତ କରିବା ଭଳି। ଏଭଳି ପରିସ୍ଥିତିରେ ସେ ନିଜ ପରି ଦେଖାଯାଉ ନାହାଁନ୍ତି।" ସେହିପରି ଆଉ ଜଣେ ଲେଖିଛନ୍ତି, “ପ୍ଲାଷ୍ଟିକ୍ ସର୍ଜରୀ - ଭଗବାନ ଯାହା ଦେଇଥିଲେ ଡାକ୍ତର ତାହାକୁ ହରଣ କରିନେଲେ।”

ପ୍ରକାଶଥାଉ ଯେ ଭିକି କୌଶଲଙ୍କ ବାପା ମା’ ସ୍ନେହରେ କ୍ୟାଟ୍ରିନା କୈଫଙ୍କୁ 'କିଟୋ' ବୋଲି ଡାକନ୍ତି? ନିକଟରେ ଏକ କମେଡି ଶୋ’ରେ କ୍ୟାଟ୍ରିନା ନିଜେ ଏ କଥା କହିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ତାଙ୍କ ଶାଶୁ ବୀଣା କୌଶଲ ତାଙ୍କ ପାଇଁ ସ୍ନେହରେ କନ୍ଦମୂଳ ତିଆରି କରି ଦିଅନ୍ତି।

କ୍ୟାଟ୍ରିନା କୈଫ୍‌ଙ୍କୁ ଆଗାମୀ ଦିନରେ ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଫୋନ୍ ଭୁତ୍‌’ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ନଭେମ୍ବର ୪ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି। କ୍ୟାଟ୍ରିନା ବିଗ୍ ବସ୍ ୧୬ରେ ଫିଲ୍ମର ପ୍ରମୋସନ କରିବା ନେଇ ନଜର ଆସିବେ।

Katrina Kaif Bollywood Katrina Kaif & Vicky Kaushal
Advertisment
Advertisment