Advertisment

‘ବିନା ଅନୁମତିରେ ସିଦ୍ଧାର୍ଥଙ୍କ ନାଁ ବ୍ୟବହାର କରନ୍ତୁ ନାହିଁ’, ପରିବାର ଲୋକ କଲେ ଅନୁରୋଧ...

ହୃଦ୍‌ଘାତ ଯୋଗୁ ଗତବର୍ଷ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ଅଚାନକ ଅଭିନେତାଙ୍କ ଦେହାନ୍ତ ଫ୍ୟାନ୍ସଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ଅଭିନେତାଙ୍କୁ ନେଇ ଏକ ବିବୃତି ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Siddharth Shukla

Siddharth Shukla

ହୃଦ୍‌ଘାତ ଯୋଗୁ ଗତବର୍ଷ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ଅଚାନକ ଅଭିନେତାଙ୍କ ଦେହାନ୍ତ ଫ୍ୟାନ୍ସଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। ତେବେ ମଙ୍ଗଳବାର ଦିନ ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ଅଭିନେତାଙ୍କୁ ନେଇ ଏକ ବିବୃତି ଜାରି କରାଯାଇଛି। କୌଣସି ପ୍ରୋଜେକ୍ଟରେ ସ୍ୱର୍ଗତଃ ସିଦ୍ଧାର୍ଥଙ୍କ ନାଁ ବ୍ୟବହାର କରିବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନ କରିବା ଲାଗି ଅନୁରୋଧ କରାଯାଇଛି। 

Advertisment

ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ଶେହନାଜ ଗିଲ୍‌ ସୋସିଆଲ ମିଡିଆରେ ଏହି ବିବୃତି ଶେଆର କରିଛନ୍ତି। ବିବୃତିରେ କୁହାଯାଇଛି, ‘ସିଦ୍ଧାର୍ଥ ଆଉ ନାହାନ୍ତି କି ନିଜ ପାଇଁ ସେ ଆଉ କିଛି ନିଷ୍ପତ୍ତି ନେଇପାରିବେ ନାହିଁ। କିନ୍ତୁ ସବୁବେଳେ ସେ ଆମ୍ଭମାନଙ୍କ ହୃଦୟ ଓ ମନରେ ଅଛନ୍ତି। ତେଣୁ ଆମେ ତାଙ୍କ ଇଚ୍ଛାକୁ ସମ୍ମାନ କରୁଛୁ। ଆମେ ଅନୁରୋଧ କରୁଛୁ, ଯେଉଁମାନେ ପ୍ରୋଜେକ୍ଟରେ ସିଦ୍ଧାର୍ଥଙ୍କ ନାଁ କିମ୍ବା ତାଙ୍କ ଚେହେରା ବ୍ୟବହାର କରିବାକୁ ଚାହୁଁଛନ୍ତି, ଦୟାକରି ସେମାନେ ଆମ ସହ ଯୋଗାଯୋଗ ଓ ଆଲୋଚନା କରନ୍ତୁ।’ 

Shehnaaz Gill Shares StatementShehnaaz Gill Shares Statement

‘ଆମ୍ଭେମାନେ ସିଦ୍ଧାର୍ଥଙ୍କ ପସନ୍ଦ ଜାଣିଥିଲୁ। ଆମେ ଏହା ମଧ୍ୟ ଜାଣିଥିଲୁ ସେ କ’ଣ ଚାହୁଁଛନ୍ତି ଓ ତାଙ୍କ ପାଇଁ ଆମର ଏହି ନିଷ୍ପତ୍ତି ସବୁ ମନେ ରହିବ। ଯଦି କୌଣସି ପ୍ରୋଜେକ୍ଟରେ ସେ ଖୁସି ନଥିଲେ, ତା’ହେଲେ ନିଶ୍ଚିତ ଭାବେ ସେ ଏହାକୁ ରିଲିଜ କରିବାକୁ ଚାହୁଁ ନଥିଲେ।’ ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ବିବୃତିରେ ଏହା କୁହାଯାଇଛି। 

Advertisment

୨୦୨୧ ମସିହା ସେପ୍ଟେମ୍ବର ୨ରେ ହୃଦ୍‌ଘାତ ଯୋଗୁ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ସିରିୟଲ ‘ବାଳିକା ବଧୂ’ରେ ଅଭିନୟ କରି ସେ ବେଶ୍‌ ପରିଚିତ ହୋଇପାରିଥିଲେ। ବିଗ୍‌ ବସ୍‌ ୧୩ର ବିଜେତା ହେବା ପରେ ତାଙ୍କର ପ୍ରଶଂସକ ଆହୁରି ବଢ଼ି ଯାଇଥିଲା। ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମିତ ସିଦ୍ଧାର୍ଥ ପ୍ରଥମେ ଏକ ମଡେଲ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ସେ ଟିଭିରେ ଅଭିନୟ କରିବା ପାଇଁ ଡେବ୍ୟୁ କରିଥିଲେ। ୨୦୦୮ରେ ‘Babul Ka Aangann Chootey Na’ ସିରିୟଲରେ ଅଭିନୟ କରିଥିଲେ। ହେଲେ ସେ ‘ବାଳିକା ବଧୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମିଳିବା ପରେ ୨୦୧୪ରେ ଫିଲ୍ମ ‘Humpty Sharma Ki Dulhania’ରେ ସେ ଅଭିନୟ କରିଥିଲେ।  ଚଳିତ ବର୍ଷ ‘Broken But Beautiful’ ୱେବ୍‌ ସିରିଜରେ ସେ ନଜର ଆସିଥିଲେ।

Shehnaaz Gill Siddharth Shukla
Advertisment
Advertisment