Advertisment

ଦିଶା ପାଟନୀଙ୍କ ପୋଷାକ ବଢେଇଲା ସୋସିଆଲ୍ ମିଡିଆ ତାପମାତ୍ରା; ଟ୍ରୋଲ୍ ହେଲେ

ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।

author-image
Pramod Behera
ଅଦ୍ୟତନ ହୋଇଛି
Disha Patani trolled for her dress

Disha Patani trolled for her dress

ଦିଶା ପାଟନୀ ତାଙ୍କ ଫିଟ୍‌ନେସ୍ ସହିତ ଜବରଦସ୍ତ ଅଭିନୟ ପାଇଁ ବେଶ ଜଣାଶୁଣା। ଆଜିକାଲି ସେ ତାଙ୍କର ଆଗାମୀ ଫିଲ୍ମ 'ଏକ ଭିଲେନ୍ ରିଟର୍ନ୍ସ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଯେତେବେଳେ ସେ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ଏକ ମଲ୍‌ରେ ପହଞ୍ଚିଥିଲେ ପ୍ରଶଂସକମାନେ ତାଙ୍କ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ଏହି ଅବସରରେ ଦିଶା ଅଙ୍ଗ ପ୍ରଦର୍ଶନ ଭଳି ପୋଷାକ ପିନ୍ଧିଥିଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଦିଶାଙ୍କ ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, କିଛି ଲୋକ ଦିଶାଙ୍କ ଏଭଳି ବାର୍ବୀ ଲୁକ୍ ଦେଖି ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଦିଶା ପାଟନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ନିଜ ସିଜ୍‌ଲିନ୍ ବିକିନି ଲୁକ୍ ସହିତ ପ୍ରାୟ ସମୟ ସେ ଇଣ୍ଟର୍‌ନେଟ୍ ତାପମାତ୍ରାକୁ ବଢାନ୍ତି। ନିକଟରେ ଦିଶା ମୁମ୍ବାଇର ଏକ ମଲରେ ତାଙ୍କ ଫିଲ୍ମ ପ୍ରମୋସନ କରୁଥିବା ବେଳେ ଏକ ହଳଦିଆ କର୍ସେଟ୍‌ ପିନ୍ଧିଥିଲେ।

Advertisment

ଅଭିନେତ୍ରୀ ପୋଷାକ ସହିତ ତାଙ୍କ ହେୟାର ଷ୍ଟାଇଲକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ହେୟାର ଷ୍ଟାଇଲ ଯୋଗୁଁ ତାଙ୍କ ଚେହେରା ଏତେ ପରିବର୍ତ୍ତନ ହୋଇଯାଇଥିଲା ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ତାଙ୍କ ପୋଷାକ ଅଶ୍ଳୀଳ୍ ଥିବା ସେ ଟ୍ରୋଲ୍‌ର ଶିକାର ହେଉଛନ୍ତି।

ଦିଶାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବାର୍ବି ଡଲ୍ ବୋଲି କହିବା ଆରମ୍ଭ କରିଛନ୍ତି। କିଛି ଲୋକ ତାଙ୍କ ଲୁକ୍‌କୁ ପସନ୍ଦ କରୁଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ 'ପୂରାପୁରି ବାର୍ବୀ ଡଲ୍ ପରି ଦେଖାଯାଉଛ’।

ଅନ୍ୟ ଜଣେ ଲେଖିଛନ୍ତି ଯେ 'ସବୁବେଳ ପରି ସୁନ୍ଦର'। ଦିଶାଙ୍କୁ ଟ୍ରୋଲ କରୁଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି – “ଯଦି ସେ କିଛି ବି ପିନ୍ଧନ୍ତି ତେବେ ବାର୍ବି ଏବଂ ଉର୍ଫି ଜାଭେଦ ପିନ୍ଧିଲେ ବି ଭୁଲ। ଭାଇ କାହିଁକି?” ସେହିପରି ଆଉ ଜଣେ ଲେଖିଛନ୍ତି ଯେ “ମ୍ୟାଡମଙ୍କ୍ ପ୍ୟାଣ୍ଟକୁ କେହି ଧରିନିଅ, ଯେପରି ଗଳି ନ ପଡେ।” ଦିଶା ପାଟନୀ ଯେଉଁ ଜିନ୍ସ ପିନ୍ଧିଥିଲେ ତାହା ଅଣ୍ଟାରୁ ବହୁ ତଳେ ଥିବାରୁ ଅଭିନେତ୍ରୀ ଅଧିକ ଟ୍ରୋଲ ହୋଇଛନ୍ତି।

ପ୍ରକାଶଥାଉ ଯେ ‘ଏକ୍ ଭିଲେନ୍ ରିଟର୍ନ୍ସ’ରେ ଦିଶା ପାଟନୀଙ୍କ ସହ ଅର୍ଜୁନ କପୁର, ତାରା ସୂତାରିଆ ଏବଂ ଜନ୍ ଆବ୍ରାହମଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ମୋହିତ ସୁରୀ ଦେଇଥିବା ବେଳେ ଏହା ଚଳିତ ମାସ ଶେଷ ସୁଧା ରିଲିଜ ହେବାକୁ ଯାଉଛି। ଏହା ବ୍ୟତୀତ ଦିଶା ପାଟନୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ଯୋଦ୍ଧା' ଫିଲ୍ମରେ କାମ କରୁଛନ୍ତି।

Bollywood Disha Patani
Advertisment
Advertisment