Advertisment

ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Disha Patani

Disha Patani

ନୂଆଦିଲ୍ଲୀ : ଆଜିକାଲି ବଲିଉଡ୍ ଅଭିନେତ୍ରୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

Advertisment

ଦିଶା ପାଟନୀ ଲାଇଟ୍ ଗ୍ରୀନ୍ କଲର୍‌ର ଶାଢୀରେ ନିଜକୁ ସଂପୂର୍ଣ୍ଣ ଭାବେ ପାରମ୍ପରିକ ଶୈଳୀରେ ସଜେଇଛନ୍ତି। ଫଟୋରୁ ଲାଗୁଛି ଏହା ତାଙ୍କ ଘରେ ଉଠିଛି। ତେବେ ଏହି ଫଟୋ ସୂଚାଉଛି ଯେ ଅଭିନେତ୍ରୀ ବୋଧହୁଏ କୌଣସି ପାର୍ଟୀକୁ ବାହାରିବା ନେଇ ପ୍ରସ୍ତୁତ ହେଉଛନ୍ତି। ଡିପ୍ ନେକ୍ ଆଉଟ୍‌ଫିଟ୍ ସହିତ ଅଭିନେତ୍ରୀ ପର୍ଲ ଓ ଷ୍ଟୋନ୍ ଖଚିତ କାନର ପିନ୍ଧିଛନ୍ତି। ହାଲୁକା ମେକ୍‌ଅପ୍‌ ସହିତ ମୁକୁଳା କେଶରେ ଦିଶା ବହୁତ ସୁନ୍ଦର ଦେଖାଯାଉଛନ୍ତି।

Advertisment
Disha Pataniଦିଶା ପାଟନୀ

ଦିଶାଙ୍କର ଏହି ଫଟୋକୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ପସନ୍ଦ କରୁଛନ୍ତି। ଟାଇଗର ଶ୍ରଫ୍‌ଙ୍କ ଭଉଣୀ ଆୟଶା, ଈଶା ଅଗ୍ରୱାଲ୍ ମଧ୍ୟ ଦିଶାଙ୍କର ଏହି ରୂପକୁ ପସନ୍ଦ କରିଛନ୍ତି। ଦିଶା ଓ ଟାଇଗରଙ୍କ ପ୍ରେମ ସଂପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ଅନେକ ସମୟରେ ଜିମ, ରେଷ୍ଟୁରାଣ୍ଟ୍, କଫି ହାଉସରେ ଏକତ୍ର ଦେଖାଯାଏ।

ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ କମେଣ୍ଟ କରି ଅଭିନେତ୍ରୀଙ୍କୁ ଗର୍ଜିୟସ୍, ବ୍ୟୁଟି କୁଇନ୍ କହିଛନ୍ତି। ଦିଶାଙ୍କର ଏହି ଫଟୋ ଯିଏ ବି ଦେଖିବ ତା ଆଖି ଲାଖିଯିବ।

ଦିଶା ପାଟନୀ ପୂର୍ବରୁ ଫିଲ୍ମ ‘ରାଧେ’ ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ସଲମାନ ଖାନଙ୍କ ସହିତ ଲିଡ୍ ରୋଲ୍ କରିଥିଲେ। ଏହି ଫିଲ୍ମକୁ ଦର୍ଶକ ଓ ସମାଲୋଚକଙ୍କ ତରଫରୁ ନେଗେଟିଭ୍‌ ପ୍ରତିକ୍ରିୟା ମିଳିଥିଲେ ବି ଏଥିରେ ଦିଶାଙ୍କ ଅଭିନୟକୁ ଲୋକେ ବେଶ ପସନ୍ଦ କରିଥିଲେ। ତାଙ୍କର ଆଗାମୀ ଫିଲ୍ମ ଭିତରେ ‘କେଟୀନା’ ଓ ‘ଏକ୍ ଭିଲେନ୍ ରିଟର୍ଣ୍ଣ୍ସ’ ରହିଛି।

Bollywood Disha Patani
Advertisment
Advertisment