Advertisment

‘ଦିଶା କଲେ ଭଲ, ଆମେ କଲେ ଖରାପ...କାହିଁକି ଏତେ ପାତରଅନ୍ତର ?’

ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ  ଧ୍ୟାନ ଦେବା ଲାଗି ଏହି ଏସ୍‌ଓପିରେ କୁହାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Khandagiri Jatra 2023

Disha Patani did item dance during Hockey World Cup, why ban on Odia artists says Rani Priyadarshini

ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଉପରେ ଲାଗିବ ରୋକ୍‌। ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି।ଆସନ୍ତା ଖଣ୍ଡଗିରି ଯାତ୍ରା ପାଇଁ ଏହି ଏସ୍ଓପି ଜାରି ହୋଇଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ  ଧ୍ୟାନ ଦେବା ଲାଗି ଏହି ଏସ୍‌ଓପିରେ କୁହାଯାଇଛି। 

Advertisment

ଖଣ୍ଡଗିରି ଯାତ୍ରା ଗାଇଡ୍‌ଲାଇନ୍‌ ନେଇ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଇଟମ୍‌ ଡ୍ୟାନ୍ସ ଅଲଗା, ଅଶ୍ଳୀଳ ନୃତ୍ୟ ପରିବେଷଣ ଅଲଗା କଥା। ଆଇଟମ୍ ଡ୍ୟାନ୍ସକୁ ଲୋକ ପସନ୍ଦ କରନ୍ତି। ଖଣ୍ଡଗିରି ପାଇଁ ରୋକ୍ ଲାଗୁଛି, ହକି ଉଦ୍‌ଘାଟନୀରେ କାହିଁକି ରୋକ୍ ନାହିଁ ? ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ମନା, କିନ୍ତୁ ଦିଶା ପଟାନୀଙ୍କ ପାଇଁ ସବୁ ଠିକ୍। ଏଭଳି କାହିଁକି ପାତରଅନ୍ତର, ନିୟମ କାହିଁକି ଅଲଗା ଅଲଗା ବୋଲି ରାଣୀ ପ୍ରଶ୍ନ କରିଛନ୍ତି।

ସୂଚନାଥାଉ କି, ଅନେକ ସମୟରେ ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖା ଦେଇଛି। ଏପରିକି ଅଶ୍ଲୀଳ ନୃତ୍ୟକୁ ନେଇ କିଛି ସଂଗଠନ ବିରୋଧ ବି ପ୍ରଦର୍ଶନ କରିଛନ୍ତି।

Advertisment
Khandagiri Mela
Advertisment
Advertisment