Advertisment

ଅରୁଣିତାଙ୍କୁ ବିବାହ କଲେ କି ପୱନଦୀପ ? ଏହି ଫଟୋ ହେଉଛି ଭାଇରାଲ୍‌

ବାହା ହୋଇଗଲେ କି ପଓ୍ଵନଦୀପ ଓ ଅରୁଣିତା! ଇଣ୍ଡିଆନ୍‌ ଆଇଡଲ ୧୨ର ସବୁଠୁ ଚର୍ଚ୍ଚିତ ଯୋଡ଼ି ପଓ୍ଵନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

author-image
Pallipuspa Samal
pawandeep and arunita

pawandeep and arunita

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍‌ ମଧ୍ୟ ରିଲିଜ୍‌ ହୋଇଥିଲା । ହେଲେ ବର୍ତ୍ତମାନ ଦୁଇ ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକ ବିବାହ ଦମ୍ପତ୍ତି ବେଶରେ ନଜର ଆସିଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଲୁଚି ଛପି ବିବାହ କରି ନେଇଛନ୍ତି ।

Advertisment

ତେବେ ଏହି ଫଟୋ ଗୁଡ଼ିକର ବାସ୍ତବତା ଅଲଗା । କାରଣ ପୱନଦୀପ ଏବଂ ଅରୁଣିତାଙ୍କ ବ୍ରେକଅପ୍ ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିଲେ। ବୋଧହୁଏ ସେମାନଙ୍କ ଏହି ଫଟୋ ଏଡିଟ୍ କରିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି -ବ୍ରେକଅପ୍ ଖବର ଆସିବା ଦିନଠାରୁ ସେମାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ ସେମାନେ ଏକାଠି ଦେଖିବାକୁ ଚାହୁଁଛନ୍ତି। ତେବେ ଭାଇରାଲ ହେବାକୁ ଯାଉଥିବା ପୱନଦୀପ ଏବଂ ଅରୁଣିତାଙ୍କ ଫଟୋ ସେମାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଛି।

 ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଜଣେ ସେମାନଙ୍କୁ ସର୍ବୋତ୍ତମ ଦମ୍ପତି ହେବାପାଇଁ ୱିସ୍ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେୟାର କରାଯାଇଥିବା ଏହି ଫଟୋ ଗୁଡ଼ିକ ଉପରେ ପୱନଦୀପ ଏବଂ ଅରୁଣିତାଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ଫ୍ୟାନ୍‌ମାନେ ଉଭୟଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ତେଣୁ ସେମାନେ ପଓ୍ଵନଦୀପ ଓ ଅରୁଣିତାଙ୍କ ଫଟୋକୁ ବର ଓ କନ୍ୟା ଭଳି ଏଡିଟ୍‌ କରିଛନ୍ତି। କିନ୍ତୁ ପ୍ରକୃତରେ ସେମାନେ ବିବାହ କରି ନାହାନ୍ତି। ଏବେ ବି ପଓ୍ଵନଦୀପ ଓ ଅରୁଣିତା କୁଆଁରୀ ଅଛନ୍ତି। ତେବେ ଏହି ଫଟୋ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେଉଥିଲେ ମଧ୍ୟ ଏବେ ଯାଏଁ ଏ ନେଇ ପଓ୍ଵନଦୀପ କିମ୍ବା ଅରୁଣିତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Pawandeep And Arunita
Advertisment
Advertisment