Advertisment

ଆସୁଛି PROJECT-K; ପ୍ରଭାସଙ୍କ ସହ ଆକ୍ସନ କରିବେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।

ଅଦ୍ୟତନ ହୋଇଛି
Deepika Padukone Baahubali Star Prabhas Upcoming Film Project-K

Deepika padukone baahubali star prabhas upcoming film project-k

Advertisment

ଆଜିକାଲି ଦୀପିକା ପାଦୁକୋନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ନିକଟରେ ଅଭିନେତ୍ରୀଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆ ରେ ହଇଚଇ ଖେଳାଇଛି। ସେହିପରି ତାଙ୍କ ଚଳଚ୍ଚିତ୍ର ‘ପଠାନ’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ମଧ୍ୟ ଚାରିଆଡେ ଆଲୋଚନା ହେଉଛି।

Advertisment

ଏହି ସମୟରେ, ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଭାସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; ‘ବାହୁବଲୀ’ ଫର୍ମାଟ୍‌ରେ ରିଲିଜ୍ ହେବ ‘ସାଲାର୍’

Advertisment

ମହାଶିବରାତ୍ରୀ ଅବସରରେ ଦୀପିକା ପାଦୁକୋନ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ଅଭିନେତ୍ରୀ ଫିଲ୍ମର ପୋଷ୍ଟର ନିଜ ଇନଷ୍ଟାଗ୍ରାମ ରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ ତିନି ଜଣ ଲୋକ ବନ୍ଧୁକ ଧରି ଠିଆ ହୋଇଛନ୍ତି। ଫଟୋରେ ସେମାନଙ୍କ ପଛ ପାଖ ଦେଖାଯାଉଛି। ତିନି ଜଣଙ୍କ ଉପରେ ୧୨, ୦୧ ଓ ୨୪ ବୋଲି ଲେଖାଯାଇଛି। ଏହା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ରର ପ୍ରୋଜେକ୍ଟ।

ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ଜାନୁଆରୀ ୨୦୨୪ ରେ ଦୀପିକା ପାଦୁକୋନଙ୍କର ଦୁଇଟି ଚଳଚ୍ଚିତ୍ର। ଆମେ ଜିତି ଯାଇଛୁ।” ଅନ୍ୟପକ୍ଷରେ, ଦୀପିକା ଟଲିଉଡରେ କରିଥିବାରୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଛନ୍ତି।

Advertisment

ପ୍ରକାଶଥାଉ ଯେ ଦୀପିକା ପାଦୁକୋନ୍ ଏବଂ ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ ଏକାଠି କାମ କରୁଥିବା ନଜର ଆସିଛନ୍ତି, ଯାହାର ସୁଟିଂ ନିକଟରେ ଶେଷ ହୋଇଛି। ଫିଲ୍ମ ବିଷୟରେ କହିବାକୁ ଗଲେ, 'ପ୍ରୋଜେକ୍ଟ କେ' ନାଗ୍ ଅଶ୍ୱିନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏକି ୨୦୧୮ ଜାତୀୟ ପୁରସ୍କାର ପ୍ରାପ୍ତ ବାୟୋଗ୍ରାଫିକାଲ୍ ଡ୍ରାମା 'ମହାନତି'ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା।

ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ଯୋଡି ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି।

Deepika Padukone Prabhas Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ