congress mla bhupathi reddy says allu arjun wont let his film run in state
ଡିସେମ୍ବର ୪ ରେ 'ପୁଷ୍ପା ୨ : ଦି ରୁଲ୍'ର ପ୍ରିମିୟର୍ ସମୟରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ହୋଇଥିଲା। ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାବାଳକ ପୁତ୍ର ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ରାଜନୈତିକ ବିବାଦର ରୂପ ନେଇଛି।
ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ ନିଜାମାବାଦ(ଗ୍ରାମୀଣ)ର କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇ କହିଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଏଠାରେ ଚଲେଇବାକୁ ଦେବେ ନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଜାମାବାଦ ଜିଲ୍ଲାର ମୋପଲ ମଣ୍ଡଳ ଅନ୍ତର୍ଗତ ନ୍ୟାଲକଲ ଗ୍ରାମରେ ଏକ ସାଧାରଣ ସଭାରେ ଭୂପତି ରେଡ୍ଡୀ ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି କହିଛନ୍ତି ଯେ “କଂଗ୍ରେସ ଦଳ ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ନୁହେଁ। ଚୋରା ଚାଲାଣକାରୀଙ୍କୁ ଉତ୍ସାହିତ କରିବା ପାଇଁ ନିର୍ମିତ ଅଲ୍ଲୁଙ୍କ ଫିଲ୍ମ ହେଉଛି ଖରାପ।”
ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ
ଭୂପତିଙ୍କ ଚେତାବନୀ:
ରିପୋର୍ଟ ଅନୁଯାୟୀ, ଭୂପତି ଆହୁରି କହିଛନ୍ତି ଯେ ଅଲ୍ଲୁ ଅର୍ଜୁନ ଦଳାଚକଟା ସ୍ଥଳ ସନ୍ଧ୍ୟା ଥିଏଟରକୁ ଯାଇଥିଲେ। ତେବେ ପୋଲିସ ତାଙ୍କୁ ସ୍କ୍ରିନିଂ ପାଇଁ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ଭୂପତି ରେଡ୍ଡୀ କହିଛନ୍ତି, "ଆପଣ ଆପଣଙ୍କ କାମ କରୁଛନ୍ତି ଏବଂ ବଞ୍ଚୁଛନ୍ତି। ତେଲେଙ୍ଗାନାରେ ଆପଣଙ୍କ ଅବଦାନ କ’ଣ?"
ଭୂପତି ଏକ ଧମକପୂର୍ଣ୍ଣ ଢଙ୍ଗରେ କହିଛନ୍ତି, "ମୁଁ ଆପଣଙ୍କୁ (ଅଲ୍ଲୁ ଅର୍ଜୁନ) ଚେତାବନୀ ଦେଉଛି। ଯଦି ଆପଣ ଏପରି ଆଚରଣ ଜାରି ରଖନ୍ତି, ତେବେ ଆମେ ଆପଣଙ୍କ ଚଳଚ୍ଚିତ୍ର ତେଲେଙ୍ଗାନା ସରକାରଙ୍କ ଅଧୀନରେ ଚାଲିବାକୁ ଦେବୁ ନାହିଁ।" ସେ କହିଛନ୍ତି, ଯଦି ଆପଣ ଆପଣଙ୍କ କାମ କରିବେ ତେବେ ଏହାକୁ ସଠିକ୍ ଭାବରେ କରନ୍ତୁ, ନଚେତ୍ ଆନ୍ଧ୍ରପ୍ରଦେଶକୁ ଚାଲି ଯାଆନ୍ତୁ।
ମନୋଜ ତିୱାରୀଙ୍କ ପ୍ରତିକ୍ରିୟା:
ବିଜେପି ନେତା ମନୋଜ ତିୱାରୀ ଏହି ପ୍ରସଙ୍ଗରେ ଅଲ୍ଲୁ ଅର୍ଜୁନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ତେଲେଙ୍ଗାନା ସରକାର ଏହି ପ୍ରସଙ୍ଗରେ ଅଲ୍ଲୁ ଅର୍ଜୁନଙ୍କୁ ଅନାବଶ୍ୟକ ଭାବେ ଫସଉଛନ୍ତି।
ଅଧିକ ପଢ଼ନ୍ତୁ: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ
କଂଗ୍ରେସ ନେତାଙ୍କ ଅଭିଯୋଗ:
ଏକ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଏକ ସୁଇମିଂ ପୁଲ୍ରେ ପରିସ୍ରା କରୁଥିବା ଘଟଣାକୁ ନେଇ କଂଗ୍ରେସ ନେତା ଥୀନମାର ମଲ୍ଲନ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସିନ୍ ସମୟରେ ସେଠାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ସେ ଏହି ଦୃଶ୍ୟକୁ 'ଅପମାନଜନକ' ବୋଲି କହିବା ସହ ଏହା ଆଇନ ଶୃଙ୍ଖଳାର ଗରିମାକୁ ଅସମ୍ମାନ ଦେଉଛି ବୋଲି ଅଭିଯୋଗ କରିଛନ୍ତି।
ନିର୍ମାତାଙ୍କ ବିରୋଧରେ ଅଭିଯୋଗ:
ଅଲ୍ଲୁ ଅର୍ଜୁନଙ୍କ ସହ କଂଗ୍ରେସ ନେତା ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏବଂ ନିର୍ମାତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଫିଲ୍ମ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଥିନ୍ମାର ମଲ୍ଲନ୍ନାଙ୍କ ଅଭିଯୋଗରୁ ଅଲ୍ଲୁ ଅର୍ଜୁନଙ୍କ ସମସ୍ୟା ଆହୁରି ବଢିବାକୁ ଯାଉଛି।
ଅଲ୍ଲୁ ଅର୍ଜୁନଙ୍କ ଘରେ ପଥର ମାଡ:
ଏହି ମାମଲାକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ପଥର ମାଡ କରାଇଥିଲା, ଯାହା ପରେ ପୋଲିସ ଅଭିନେତାଙ୍କ ଘର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଘର ଉପରେ ସାଂଘାତିକ ଆକ୍ରମଣରେ ଭୟଭୀତ ହୋଇ ଅଭିନେତା ନିଜ ପିଲାମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।
‘ପୁଷ୍ପା ୨: ଦି ରୁଲ୍’ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହା ପରେ ଅଲ୍ଲୁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଯେଉଁଥିରେ ସେ କହିଥିଲେ ଯେ ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି। ତେବେ ଏହି ମାମଲାରେ ପୋଲିସ ଅଲ୍ଲୁଙ୍କୁ ପଚରାଉଚରା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735117553.jpg)