Advertisment

‘କୋଉ ଆକାଶର ଜହ୍ନ’ରେ ମା’-ଝିଅର ଲୁଚକାଳି ଖେଳ

ଆସୁଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌ ଅନେକ ନୂଆ ଫିଲ୍ମ ‘କୋଉ ଆକାଶର ଜହ୍ନ’। ଦର୍ଶକଙ୍କୁ ଦେବ ଭରପୂର ମନୋରଂଜନ। କ’ଣ ରହିଛି ଫିଲ୍ମର କାହାଣୀ ଆସନ୍ତୁ ଜାଣିବା।

author-image
Pramod Behera
Coming soon Kou Akashar Jahna

Coming soon Kou Akashar Jahna

ୱାର୍ଲ୍ଡ ଟିଭି ପ୍ରିମିୟର୍ ପାଇଁ ସ୍ପେଶାଲ୍ ସିନେମା ପ୍ରସ୍ତୁତି ପରଠୁ ତରଙ୍ଗ ସିନେ ପ୍ରଡକ୍‌ସନ୍‌ ଅନେକ ନୂଆ ସ୍ୱାଦର କାହାଣୀ ଭେଟି ଦେଇଛି। ପ୍ରଡକ୍‌ସନ୍‌ ‘ଲାଲ୍ ପାନ୍ ବିବିର ସ୍ମାର୍ଟ ଫାମିଲି’ ଠାରୁ ଆରମ୍ଭ କରି ‘ସମାପାଜୁର ରଘୁ’ ପର୍ଯ୍ୟନ୍ତ ଅନେକ ପରୀକ୍ଷା ନିରୀକ୍ଷାର ରିସ୍କ ନେଇଛି। ପ୍ରଡକ୍‌ସନ୍‌ ହାଉସ୍ ତରଫରୁ ଖୁବ୍ ଶୀଘ୍ର ଆଉ ଏକ ସିନେମା ୱାର୍ଲ୍ଡ ପ୍ରିମିୟର ହେବାକୁ ଯାଉଛି। ପବିତ୍ର ନାୟକଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ସିନେମାର ନାଁ ‘କୋଉ ଆକାଶର ଜହ୍ନ ତୁ’ ରହିଛି।

Advertisment

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରାଜେନ୍ଦ୍ର ମହାନ୍ତିଙ୍କ ହାତରେ ଥିବା ବେଳେ ଶରତ ନାୟକ ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର କାହାଣୀକାର ବି. ଚନ୍ଦନ କୁମାର ଥିବା ବେଳେ ସଂଳାପରେ ନିଶାନ୍ତ ମାଝିଟିଆ ଓ ଗୀତିକାର ଭାବେ ବିଜୟ ମଲ୍ଲ, ଦେବୀଗତ୍ତ ମହାନ୍ତି ଓ ଜ୍ଞାନୀ ଦେବାଶୀଷ ଅଛନ୍ତି। ସେହିପରି ଷ୍ଟାର୍‌କାଷ୍ଟ୍‌ ଭାବେ ଶୁଭାଶୀଷ(ମଣ୍ଟୁ), ଦିବ୍ୟା, ବିରଞ୍ଚି, ସରୋଜ ଦାସ, ନମିତା ଦାସ, ସୋମୁ, ପ୍ରଦୀପ ଓ ଶିଶୁ କଳାକାର ସିୟାଙ୍କୁ ଦେଖିବାକୁ ମିଳିବ।

କୁନି ଝିଅ ସିୟାର କମାଲ୍:

ସିୟା ଜନ୍ମବେଳରୁ ମା’କୁ ହରେଇଥିବା ବେଳେ ମା’ ପରି ଦିଶୁଥିବା ଜଣେ ପାଗେଳୀକୁ ନିଜ ମା’ ବୋଲି ଭାବିନିଏ। ପରେ ସତ ଜାଣି ଦୁଃଖି ହୋଇଯାଉଥିବା ବେଳେ କାହାଣୀ ନେଇଛି ନୂଆ ମୋଡ। ତା’ ସାମ୍ନାକୁ ଆସିଛି ଆଉ ଏକ ମା’, ଯିଏ ଦେଖାଯାଉଛି ଅବିକଳ ତା’ ମା’ ପରି। ଏହିସବୁ ଭୂମିକାରେ ସିୟାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିବ।

Advertisment

ତେବେ ପ୍ରଥମରୁ ନିର୍ଦ୍ଦେଶକ ସିୟାଙ୍କ ପାଇଁ ଖୁବ୍ ପରିଶ୍ରମ କରିଥିଲେ। କିନ୍ତୁ ଫିଲ୍ମ ସୁଟିଂ ସରିବା ବେଳକୁ ସିୟାଙ୍କୁ ନେଇ ସେ ଖୁବ୍ ଆଶାବାଦୀ ଅଛନ୍ତି। ପ୍ରକାଶଥାଉ ଯେ ସିୟାଙ୍କ ଜନ୍ମ ଜଣେ କଳାକାର ପରିବାରରେ ହୋଇଥିବା ବେଳେ ତାଙ୍କ ବାପା ହେଉଛନ୍ତି ସଂଜୀବ ହୋତା ଓ ପିଉସୀ ସୋମା ହୋତା।

ଦିବ୍ୟାଙ୍କ ଡବଲ ରୋଲ୍:

ଏହି ଫିଲ୍ମରେ ଦିବ୍ୟାଙ୍କ ଚରିତ୍ର ଖୁବ୍ ଆକର୍ଷଣୀୟ ରହିଛି। ତାଙ୍କୁ ଏଥିରେ ୨ଟି ଭୂମିକାରେ ଦେଖିବାକୁ ମିଳିବ। ଗୋଟିଏ ଚରିତ୍ରରେ ସେ ଶୁଭାଶୀଷଙ୍କ ପ୍ରଥମ ସ୍ତ୍ରୀ ହୋଇଥିବା ବେଳେ ଅନ୍ୟ ଚରିତ୍ରରେ ସେ ତାଙ୍କ ପ୍ରେମିକା ବା ଦ୍ୱିତୀୟ ସ୍ତ୍ରୀ ରୂପେ ଦେଖାଦେଇଛନ୍ତି।

ପବିତ୍ର ନାୟକଙ୍କ ୨ୟ ପାଦ:

ତେବେ ଭିନ୍ନ ଧରଣର କାହାଣୀକୁ ନେଇ ସିନେମା ଓ ଟେଲିସିନେମା ପ୍ରସ୍ତୁତ କରିବାକୁ ଆଗ୍ରହୀ ଥିବା ପବିତ୍ର ନାୟକ ତରଙ୍ଗ ସିନେ ପ୍ରଡକ୍ସନ ପାଇଁ ତାଙ୍କର ଦ୍ୱିତୀୟ ସିନେମା ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ସେ ‘ସୁନୟନା’ର ପ୍ରଯୋଜନା କରିଥିଲେ।

ତେବେ ଫିଲ୍ମଟି ମେ ୧୫ ରବିବାର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ପ୍ରିମିୟର ହେବ।

Taranga Plus Taranga Cine Productions Taranga Tv
Advertisment
Advertisment