/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659431538.jpg)
Comedian Papu Pom Pom speaks to media after clean chit in casting couch case
ଭୁବନେଶ୍ୱରର ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଡ଼ିଆ ଅଭିନେତା ପପୁ ପମ୍ପମ୍ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ମାମଲାରେ ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ ଉଭୟଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ନିର୍ଦ୍ଦୋଷରେ ଖଲାସ ପରେ ପପୁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ମିଛ ଥିଲା। ପୋଲିସ ପ୍ରେସରରେ ଗିରଫ କରିଥିଲା। ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ ଦେଲେ। ୭ ଦିନିଆ ନୋଟିସ ସତ୍ତ୍ୱେ ମୋତେ ଦିନକ ପରେ ଗିରଫ କଲେ। ମୁଁ ଏକଥା ଡିଜିଙ୍କୁ ପଚାରିଲି ଯେ ମୋତେ କାହିଁକି ଗିରଫ କଲେ ? ଡିଜି କହିଲେ ଆମ ଉପରେ ପ୍ରେସର ଥିଲା।’
ପପୁ ଆହୁରି କହିଛନ୍ତି, ‘ମୋତେ ଖାଲିଟାରେ ୪୩ ଦିନ ଜେଲ୍ରେ ରଖାଗଲା। ମାନହାନୀ ମୋକଦ୍ଦମା କରିବି। ଝିଅର ଅଭିଯୋଗ, ଏତଲାକାରୀ, ଭୁଲ୍ ଖବରକୁ ତର୍ଜମା କରିବି। ଏହି ୩ଟି ଦିଗକୁ ତର୍ଜମା କରି ଓକିଲଙ୍କ ପରାମର୍ଶ ନେଇ କେସ୍ କରିବି। ଅଭିଯୋଗକାରିଣୀ ଝିଅ ଏତଲା ଦେଇନଥିଲା। କୋର୍ଟରେ ଝିଅ କହିଲା ମୁଁ ଏତଲା ଦେଇନି। ଝିଅ କହିଲା ଯେ ମୋତେ କେବଳ ଦସ୍ତଖତ ଦେବାକୁ କୁହାଗଲା।’
‘ଅଭିଯୋଗ ମିଛ ଥିବାରୁ ତଦନ୍ତ ଅଧିକାରୀ ବି କୋର୍ଟ ଆସିଲେନି। ବାରମ୍ବାର କୋର୍ଟ ଡାକିବା ସତ୍ତ୍ୱେ ତଦନ୍ତ ଅଧିକାରୀ ଆସିନଥିଲେ। ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଥିଲା, ମୁଁ ପୂରା ନିର୍ଦ୍ଦୋଷ ଥିଲି’ ବୋଲି ନିର୍ଦ୍ଦୋଷରେ ଖଲାସ ପରେ ପପୁ ଗଣମାଧ୍ୟମକୁ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସୂଚନାଥାଉ କି, ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା। ଫିଲ୍ମରେ ବ୍ରେକ୍ ଦେବା ନାଁରେ ଦୁଷ୍କର୍ମ ହୋଇଥିବା ଭୁବନେଶ୍ୱରର ଜନୈକ ନାବାଳିକା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପପୁ ଏବଂ ଗିଟୁଙ୍କୁ ଗିରଫ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)