Ollywood Actor Manoj Mishra: ବର୍ଷିଲେ ମନୋଜ; କହିଲେ, ‘ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର’

ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।

ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର

ପୁଣି ବଢ଼ିଲା ଓଲିଉଡ୍ କଳି । ଗତକାଲି ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେବା ପରେ ଆଜି ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର । ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିଲେ ମନୋଜ । ସେ ପ୍ରେସମିଟ୍‌ କରି କହିଛନ୍ତି, ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ ବୋଲି କହିଛନ୍ତି ମନୋଜ ମିଶ୍ର ।

ସେହିପରି ସେ ଆହୁରି କହିଛନ୍ତି ଯେ, ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର

ଅଧିକ ପଢ଼ନ୍ତୁ: ସଲମାନଙ୍କ ପରେ ଶାହରୁଖ୍‌ଙ୍କୁ ହତ୍ୟା ଧମକ

ସୂଚନା ଅନୁସାରେ ଗତକାଲି ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦାୟାର କରିଥିଲେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ । ଓଡ଼ିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଥିଲା ।

ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ'ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଛି । ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କହିଥିଲେ ।

ତେବେ ସୋସିଆଲ୍ ମିଡ଼ିଆରେ କ’ଣ କହିଥିଲେ ଅଭିନେତା ମନୋଜ ମିଶ୍ର, ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିଭିନ୍ନ ସମୟରେ ବିଭିନ୍ନ କଥା କହିଛନ୍ତି ମନୋଜ ମିଶ୍ର । ତା ମଧ୍ୟରୁ ଗୋଟିଏ ଭିଡିଓରେ ସେ କହିଛନ୍ତି, ‘ଯେଉଁ ପ୍ରଡ୍ୟୁସର ମାନେ କିଛି ଜାଣିନାହାଁନ୍ତି, ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦେଶକ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ନେଇ ଯେଉଁ ଫିଲ୍ମ ବନାଉଛନ୍ତି । ବିଗତ ୨୦-୩୦ ବର୍ଷ ହେଲା ଏହା ଚାଲିଛି । ସେଇମାନଙ୍କ ଚକ୍କରରେ ପଡ଼ି ଆଜି ଆମର ଏଭଳି ଅବସ୍ଥା ।’

‘ନେକ୍ସଟ ଏକ୍ସପୋଜ କରିଛି, ଗୋଟିଏ ଡାଇରେକ୍ଟରଙ୍କୁ । ଯାହାର ଲାଷ୍ଟ ହିଟ୍ ଫିଲ୍ମ୍ କୋଉଟା ମୁଁ ଜାଣିନି, କିନ୍ତୁ ପ୍ରଡ଼୍ୟୁସରମାନଙ୍କଠାରୁ ସେ କୋଟି କୋଟି ଟଙ୍କା ନେଇକି ଫିଲ୍ମ କରେ । ପୁରା ହିସାବ ଦେବି । ଥରେ ଜଣେ ପ୍ରଡ଼୍ୟୁସର କାମ କଲେ ସେ ସେକେଣ୍ଡ ଟାଇମ ତା ପାଖକୁ ଆଉ କାମ କରିବାକୁ ଆସନ୍ତିନି । କିନ୍ତୁ ସେ ନିଜକୁ ବହୁତ ବଡ଼ ଡାଇରେକ୍ଟର ଭାବେ । ମୁଁ ପୁରା ମିଡିଆ ଡାକିବି । ମିଡ଼ିଆ ସାମ୍ନାରେ ଫିଲ୍ମ ବିଷୟରେ ତା ବିଷୟରେ ଡିସକସ୍ କରିବି । ତା’ର ପୂରା ସିନେମା ସବୁ ଫ୍ରେମ୍ ବାଏ ଫ୍ରେମ୍ ଯେଉଁ କପି ଅଛି ଦୁନିଆକୁ ଦେଖାଇବି । ଯଦି ତା’ର ହିମ୍ମତ ଅଛି ସେ ମୋ ପାଖକୁ ଆସୁ’ ବୋଲି ମନୋଜ କହିଥିଲେ ।

ଅନ୍ୟପଟେ କିଛି ଦିନ ପୂର୍ବରୁ ମନୋଜ ବି ନିଜେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ୍ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ମନୋଜ ମିଶ୍ର । ସୋସିଆଲ୍ ମିଡ଼ିଆ, ବିଶେଷ କରି ଏକ ୱେବ୍ ଚାନେଲ୍ ଏବଂ ନିର୍ଦ୍ଧିଷ୍ଟ କିଛି ୟୁଟ୍ୟୁବର୍ସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମନୋଜ । ଭୁବନେଶ୍ୱର ସାଇବର ଥାନାର ସେ ଦ୍ୱାରସ୍ଥ ହୋଇଥିଲେ । କେବଳ ମନୋଜ ନୁହଁନ୍ତି, କିଛିଦିନ ତଳେ ସେ ଦ୍ୱିତୀୟ ବିବାହ କରିଥିବା ପତ୍ନୀ ମଧ୍ୟ ସାଙ୍ଗରେ ପହଞ୍ଚିଥିଲେ ସାଇବର ଥାନାରେ।

ଅଧିକ ପଢ଼ନ୍ତୁ: ମିଳୁଛି ଲଗାତର ଧମକ, ଡର ନାହିଁ: ହାଇଦ୍ରାବାଦରେ 'ସିକନ୍ଦର' ପାଇଁ ସୁଟିଂ କଲେ ସଲମାନ