• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି । ଅଭିନେତା ଦିନେଶ ଫଡନିସଙ୍କ ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ମଲ୍ଟିପଲ ଅର୍ଗାନ ଫେଲୟୋର ପାଇଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ ଖବର ଦେଇଛନ୍ତି । ଦିନେଶଙ୍କର ଲିଭର, ହାର୍ଟ, କିଡନୀରେ ସମସ୍ୟା ଥିଲା ବୋଲି ଦୟାନନ୍ଦ କହିଛନ୍ତି ।

ବହୁ ଦିନ ଧରି ଦିନେଶ ଅସୁସ୍ଥ ଥିଲେ । ଗତକାଲି ବିଳମ୍ବିତ ରାତି ୧୨ଟା ୮ ମିନିଟରେ ତାଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପପୁଲାର ଟିଭି ସୋ CID ରେ ତାଙ୍କ ଅଭିନୟ ପାଇଁ ବେଶ୍ ଜଣାଶୁଣା ଥିଲେ ଦିନେଶ । ବହୁ ବର୍ଷ ଧରି CID ର ଫେଡ୍ରିକ୍ସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଅଭିନେତା ଦିନେଶଙ୍କ ମୃତ୍ୟୁ ଖବର ପରେ ପୁରା ଟିଭି ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି । ସୂଚନାଯୋଗ୍ୟ, ଗତ ୩୦ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ବେରିବଲିର ଦୌଲତନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ରାତି ୧୨.୦୮ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ଦିନେଶ CID ସହ ତାରକ ମେହେତାରେ ମଧ୍ୟ ଅଭିନୟ କରିଥିଲେ । ଏକ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା ।