Advertisment

‘ଶାରୀରିକ ସମ୍ପର୍କ ରଖିବା ଏକ ସୁନ୍ଦର ଓ ପ୍ରାକୃତିକ ପ୍ରକ୍ରିୟା, ଏହା କୌଣସି ଭୁଲ୍ ନୁହେଁ'

ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Celebrity think about physical relation before marriage

Celebrity think about physical relation before marriage

କିସ୍... ରୋମାନ୍ସ... ଆଫେୟାର ଏବଂ ସେକ୍ସ... ଯଦିଓ ଏହି ଶବ୍ଦଗୁଡ଼ିକୁ ଆମ ସମାଜ ସହଜେ ଗ୍ରହଣ କରିନି ତଥାପି ଏହା ଆଜିକାଲି ଅତି ସାଧାରଣ କଥା ହୋଇସାରିଛି। ଏହି ଶବ୍ଦକୁ ନେଇ ହୁଏତ ପରିବାର ସଦସ୍ୟ କିମ୍ବା ଗୁରୁଜନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିହେବ ନାହିଁ କିନ୍ତୁ ଏହା ଆମ ସମାଜରେ ଚାଲିଛି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟ୍ ଅଛନ୍ତି ଯେଉଁମାନେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି।

Advertisment

ସେମାନେ ଖାଲି ନିଜ ମତ ଦେଇ ନାହାନ୍ତି ସେମାନଙ୍କ ଜୀବନ ସହିତ ଜଡିତ ଅନେକ କଥା ମଧ୍ୟ ପ୍ରକାଶ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ନେଇ ଏହି ସେଲିବ୍ରେଟିମାନେ ଅତ୍ୟନ୍ତ ସ୍ୱତନ୍ତ୍ର ମତ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ ତାରକା ଏହି ପ୍ରସଙ୍ଗରେ କ’ଣ କହିଛନ୍ତି?

କଲ୍‌କି କେକଲାନ୍:

କଲ୍‌କି କେକଲାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ମାତ୍ର ୯ ବର୍ଷ ବୟସରେ ଶାରୀରିକ ସମ୍ପର୍କ ରଖିଥିଲେ। ଅଭିନେତ୍ରୀ କହିଥିଲେ ଯେ “ମୁଁ ୯ ବର୍ଷ ବୟସରେ ଜଣେ ବ୍ୟକ୍ତି ମୋ ନିକଟତର ହେବାର ସୁଯୋଗ ଦେଇଥିଲି। ତାଙ୍କୁ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଇଥିଲି। ସେତେବେଳେ କିନ୍ତୁ ଏ ସବୁ ବିଷୟରେ ମତେ କିଛି ଜଣା ନଥିଲା। କିନ୍ତୁ ପରେ ଏହାକୁ ନେଇ ଯେତେବେଳେ ଭାବିଲି ମତେ ଡର ଲାଗିଲା ସେ ଯଦି ମୋ ମା ଏ ବିଷୟରେ ଜାଣନ୍ତି ତେବେ କ’ଣ କରିବି।”

Advertisment

ଦୀପିକା ପାଦୁକୋନ:

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ 'ମାଇଁ ଚଏସ୍' ଶୀର୍ଷକ ଏକ ଭିଡିଓରେ କହିଥିଲେ ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା କିମ୍ବା ନ ରଖିବା ଜଣେ ବ୍ୟକ୍ତିର ଇଛା। ଯଦିବି ସେ ଏପରି କରନ୍ତି, ତେବେ ତାଙ୍କୁ ଏକ ଭୁଲ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ।

ରଣବୀର ସିଂହ:

ରଣବୀର ସିଂହ ଶାରୀରିକ ସମ୍ପର୍କକୁ ଭୁଲ ଭାବନ୍ତି ନାହିଁ। ଏକ ମିଡିଆ ଆଲୋଚନା ବେଳେ ଅଭିନେତା କହିଥିଲେ ଯେ “ଶାରୀରିକ ସମ୍ପର୍କ ରଖିବା ଏକ ସୁନ୍ଦର ଏବଂ ପ୍ରାକୃତିକ ପ୍ରକ୍ରିୟା। ଏହା କୌଣସି ପ୍ରକାର ଭୁଲ କିମ୍ବା ଖରାପ କଥା ନୁହେଁ, ତେଣୁ ଏଥିରେ ଲୁଚାଇବାର କିଛି କଥା ନାହିଁ।”

ସନୀ ଲିଓନ:

Celebrity think about physical relation before marriageବୋଲ୍ଡ ଅନ୍ଦାଜ୍‌ରେ ସନୀ ଲିଓନ୍

ଯେତେବେଳେ ଏକ ସାକ୍ଷାତକାର ବେଳେ ସନୀ ଲିଓନଙ୍କୁ ପଚରାଯାଇଥିଲା, ସେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବିଷୟରେ କ’ଣ ଭାବନ୍ତି, ସେ ଏହାର ସିଧାସଳଖ ଉତ୍ତର ନ ଦେଇ କହିଥିଲେ ଯେ ଯଦି ମୁଁ ଏ କଥା ଚିନ୍ତା କରେ ତେବେ ଭାବେ ଲୋକେ ମୋ ବିଷୟରେ କ’ଣ ଚିନ୍ତା କରନ୍ତି। ଏଯାଏ ମୁଁ ଏହାର ସମାଧାନ ପାଇନି। ତେବେ ସମସ୍ତଙ୍କୁ ତାହା କରିବା ଦରକାର ଯାହା ସେମାନଙ୍କୁ ଭଲ ଲାଗୁଛି।

ରାଧିକା ଆପ୍‌ତେ:
ରାଧିକା ଆପ୍‌ତେ କହିଛନ୍ତି ଯେ ଆଜିକାଲି ମହିଳାଙ୍କ ଠାରୁ ସତୀ ସାବିତ୍ରୀ ହେବାର ଆଶା କରାଯାଏ ନାହିଁ। ଏହା ସହିତ ରାଧିକା ଆହୁରି ମଧ୍ୟ କହିଛନ୍ତି ଯେ ଏମିତି କ’ଣ କେହି ଅଛନ୍ତି ଯିଏ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖି ନାହାନ୍ତି? ଆଜିକାଲି ଏହା ସାଧାରଣ ହୋଇଗଲାଣି।

Deepika Padukone Bollywood Ranveer Singh Radhika Apte
Advertisment
Advertisment