Advertisment

୨୦୨୧ରେ କିଏ ମିଶିଲେ, କିଏ ଛାଡିଲେ

ଚଳିତ ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। କିଏ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ପୁଣି କିଏ ବିଚ୍ଛେଦ ହୋଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Celebrities who got married and separated this year

Celebrities who got married and separated this year

ବିଦାୟ ନେଉଛି ୨୦୨୧। ଏହି ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। ୨୦୨୧ ଅନେକ ସେଲିବ୍ରିଟିଙ୍କୁ ନିକଟତର କରିଥିବା ବେଳେ ପୁଣି ଅନେକଙ୍କୁ ବିଚ୍ଛିନ୍ନ କରିଦେଇଛି। ଯଦି ଚଳିତ ବର୍ଷର ସଂପର୍କ ଓ ବିଚ୍ଛିନ୍ନ ଜୀବନକୁ ନଜର ପକେଇବା ତେବେ କ୍ୟାଟ୍ରିନା କୈଫ୍‌-ଭିକି କୌଶଲଙ୍କ ଠାରୁ ଆରମ୍ଭ କରି ରାଜକୁମାର ରାଓ-ପତ୍ରଲେଖାଙ୍କ ପର୍ଯ୍ୟନ୍ତ ଅନେକ ତାରକା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ପୁଣି କେତେକ ନିଜର ଦୀର୍ଘ ବୈବାହିକ ଜୀବନରେ ଲଗାମ ଦେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।

Advertisment

କେଉଁମାନେ କରିଛନ୍ତି ବିବାହ -

ବରୁଣ ଧୱନ୍ ଓ ନତାଶା ଦଲାଲ:

୨୦୨୧ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ବିବାହରୁ ଆରମ୍ଭ ହୋଇଥିଲା। ଜାନୁଆରୀ ୨୪ରେ ବରୁଣ ଧାୱନ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ବନ୍ଧନରେ ବାନ୍ଧିଥିଲେ।

ଦୀୟା ମିର୍ଜା ଓ ବୈଭବ ରେଖୀ:

ବଲିଉଡର ଅତି ସୁନ୍ଦରୀ ଅଭିନେତ୍ରୀ ଦୀୟା ମିର୍ଜା ବୈଭବ ରେଖୀଙ୍କୁ ବିବାହ କରିଥିଲେ। ଫେବୃଆରୀ ୧୫ରେ ଦୀୟା ମିର୍ଜା ଅତି ସରଳ ଭାବେ ବୈଭବ ରେଖୀଙ୍କ ହାତ ଧରିଥିଲେ ଓ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ତାଙ୍କ ବିବାହ ଖବର ଜଣାଇଥିଲେ।

Advertisment

ୟାମୀ ଗୌତମ ଓ ଆଦିତ୍ୟ ଧର:

ଚଳିତ ବର୍ଷ ସାତ ଜନ୍ମ ପାଇଁ ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବାନ୍ଧି ହୋଇଥିଲେ। ଜୁନ୍ ୪ରେ ୟାମୀ ଓ ଆଦିତ୍ୟ ପରସ୍ପରଙ୍କ ହୋଇଯାଇଥିଲେ। ଉଭୟ ୟାମୀ ଓ ଆଦିତ୍ୟ ନିଜ ବିବାହକୁ ଅତି ସରଳ ଭାବେ କରିଥିଲେ।

ରାଜକୁମାର ରାଓ ଓ ପତ୍ରଲେଖା:

ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଅନେକ ଚର୍ଚ୍ଚାରେ ଥିଲା। ନଭେମ୍ବର ୧୫ରେ ରାଜକୁମାର ରାଓ ପୂରା ଧୂମଧାମ୍‌ରେ ପତ୍ରଲେଖାଙ୍କୁ ବିବାହ କରିଥିଲେ। ଚଣ୍ଡିଗଡ଼ରେ ରୀତିନୀତି ଅନୁଯାୟୀ ବିବାହ କରାଯାଇଥିଲା ଏବଂ ଏହି ସୁନ୍ଦର ଦମ୍ପତି ସବୁଦିନ ପାଇଁ ଏକ ହୋଇଗଲେ।

କ୍ୟାଟ୍ରିନା କୈଫ୍ ଓ ଭିକୀ କୌଶଲ୍:

ଚଳିତ ବର୍ଷ ସବୁଠାରୁ ଚର୍ଚ୍ଚାରେ ଥିଲା କ୍ୟାଟ୍ରିନା କୈଫ୍‌ ଓ ଭିକୀ କୌଶଲ୍‌ଙ୍କ ବିବାହ। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲେ ବି ବିବାହ ତାରିଖ ବିଷୟରେ କେହି ଜାଣି ନଥିଲେ। ଚଳିତ ବର୍ଷ ଡିସେମ୍ବର ୯ରେ ରାଜସ୍ଥାନର ସାୱାଇ ମାଧୋପୁରର ଏକ ଦୁର୍ଗରେ କ୍ୟାଟ୍ରିନା କୈଫ୍‌ ଓ ଭିକୀ କୌଶଲ ସାତ ଜନ୍ମ ପାଇଁ ସାଥୀ ହୋଇଥିଲେ।

ଅଙ୍କିତା ଲୋଖଣ୍ଡେ ଓ ଭିକୀ ଜୈନ:

ଅଙ୍କିତା ଲୋଖଣ୍ଡେଙ୍କ ବିବାହ ମଧ୍ୟ ସାରାବର୍ଷ ହେଡ୍‌ଲାଇନ୍‌ରେ ଥିଲା। ଡିସେମ୍ବର ୧୪ରେ ଅଙ୍କିତା ଲୋଖଣ୍ଡେ ତାଙ୍କର ଦୀର୍ଘ ସମୟର ପ୍ରେମିକା ଭିକୀ ଜୈନ୍‌ଙ୍କୁ ବିବାହ କରିଥିଲେ। ବିବାହର ସମସ୍ତ ରୀତିନୀତି ପୂରା ଧୂମ୍‌ଧାମ୍‌ରେ ହୋଇଥିଲା।

କେଉଁମାନେ ହେଲେ ବିଚ୍ଛିନ୍ନ-

କିରଣ ରାଓ ଓ ଅମୀର୍ ଖାନ:

ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ମିଷ୍ଟର୍ ପରଫେକ୍ସନିଷ୍ଟ ବା ଅମୀର ଖାନ୍ କିରଣ ରାଓଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୧୫ ବର୍ଷ ଧରି ବିଶ୍ୱାସ କରାଯାଉଥିଲା ଯେ ଉଭୟ ନିଜ ଦାମ୍ପତ୍ୟ ଜୀବନରେ ବେଶ୍ ଖୁସି ଅଛନ୍ତି ଏବଂ ସବୁକିଛି ଠିକ୍ ଚାଲିଛି। ହଠାତ ଜୁଲାଇ ୩ରେ, ଦୁହେଁ ସୋସିଆଲ ମିଡିଆରେ ମିଳିତ ବିବୃତି ଦେଇ ସ୍ପଷ୍ଟ କରିଥିଲେ ଯେ ସେମାନେ ପରସ୍ପରଠାରୁ ଖୁସିରେ ଅଲଗା ହେବାକୁ ଚାହୁଁଛନ୍ତି।

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟ:

ଯେତେବେଳେ ଦକ୍ଷିଣର ସୁପର୍‌ଷ୍ଟାର୍‌ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ ପ୍ରଶଂସକମାନଙ୍କୁ ବଡ ଝଟ୍‌କା ଲାଗିଥିଲା। ୨୦୧୭ରେ ସାମନ୍ଥା ଓ ନାଗା ଚୈତନ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। ଉଭୟଙ୍କ ବିଚ୍ଛିନ୍ନ ଦକ୍ଷିଣ ସିନେମା ପ୍ରେମୀଙ୍କୁ ଦୁଃଖ ଦେଇଥିଲା।

ହନୀ ସିଂହ ଓ ଶାଲିନୀ ତଲ୍‌ୱାର୍:

ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ରାପର୍ ହନି ସିଂହଙ୍କ ପାଇଁ ବେଶୀ ଭଲ ନ ଥିଲା। ହନୀ ସିଂହଙ୍କ ପତ୍ନୀ ଶାଲିନୀ ତଲ୍‌ୱାର ଚଳିତ ବର୍ଷ ହନୀ ସିଂହଙ୍କ ଘରେ ଅନେକ ଝାମେଲା ସୃଷ୍ଟି କରିଥିଲେ। ହନୀ ସିଂହ ଓ ତାଙ୍କ ପରିବାର ବିରୋଧରେ ଶାଲିନୀ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ଝଗଡା ପରେ ହନୀ ସିଂହ ଓ ଶାଲିନୀ ତଲ୍‌ୱାର୍‌ ଅଲଗା ହୋଇଥିଲେ।

ନୁସରତ ଜହାଁ ଓ ନିଖିଲ୍ ଜୈନ୍:

ଖୁବ ସୁନ୍ଦରୀ ବଙ୍ଗାଳୀ ଲଳନା ନୁସ୍‌ରତ ଜହାଁ ଓ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା। ନିକଟରେ ନୁସରତ ମଧ୍ୟ ମା’ ହୋଇଥିଲେ। ଏହା ପରେ ଏହି ଖବର ଚର୍ଚ୍ଚାକୁ ଆସିଲା ଯେ ଏହି ପିଲାଟି ନିଖିଲଙ୍କର ନୁହେଁ। ନୁସରତ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ଅମାନ୍ୟ ଘୋଷଣା କରିଥିଲେ। ଚଳିତ ବର୍ଷ ନୁସରତ ଓ ନିଖିଲ ଜୈନଙ୍କ ବିବାହ ବିଚ୍ଛେଦ ପରେ ନୁରସତ ୟାଶ ଦାସ୍‌ଗୁପ୍ତାଙ୍କୁ ବିବାହ କରିଛନ୍ତି।

New Year Look Back 2021 Celebrities Who Got Married And Separated This Year
Advertisment
Advertisment