Advertisment

ଯଦି କାଷ୍ଟିଂ କାଉଚ୍‌ ସତ, ପ୍ରକୃତି ଚୁପ୍‌ ଥିଲେ କାହିଁକି ?

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Casting Couch

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଓଲିଉଡରେ ପୁଣି କମ୍ପନ। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ  ପ୍ରବର୍ତ୍ତାଉଥିଲେ ବୋଲି ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବୟାନ ପରେ ହଲଚଲ ଓଲିଉଡ୍ । ତେବେ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ସଞ୍ଜୟ । ଏହା ବିରୋଧରେ ସେ କୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ସେ ଯାହା ବି ହେଉ, ସଞ୍ଜୟଙ୍କ ବିରୋଧରେ ପ୍ରକୃତି ହଠାତ୍ କାହିଁକି କାଷ୍ଟିଂ କାଉଚ୍ କଥା ଉଠାଇଲେ ଓ ସଞ୍ଜୟଙ୍କ କାଉଣ୍ଟର ପରେ ନୀରବିଗଲେ, ତା’କୁ ନେଇ ଉଠିଛି ନାନା ପ୍ରଶ୍ନ ।

Advertisment

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । କହିଛନ୍ତି, ‘କାଷ୍ଟିଂ କାଉଚ୍ ଅଭିଯୋଗ ପୁରା ମିଛ । କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି’। 

ତଥ୍ୟ ପ୍ରମାଣ ନଥାଇ କପୋଳକଳ୍ପିତ ଅଭିଯୋଗ ଆଣିଥିବାରୁ ପ୍ରକୃତି ମିଶ୍ର, ଅନ୍ୟ ଜଣେ ଅଭିନେତ୍ରୀ ଜସ୍ମିନ ରଥ ଏବଂ ବିନା ତଥ୍ୟରେ ନ୍ୟୁଜ କରିଥିବା ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଦମା କରିବି ବୋଲି ଚେତାବନୀ ଶୁଣାଇଛନ୍ତି ସଂଜୟ ନାୟକ। ତା’ସହ କହିଛନ୍ତି, ପ୍ରକୃତି ଜାଣିନାହାନ୍ତି ମୋ ବାପା ବସନ୍ତ ନାୟକ ବୋଲି। ମୋ ବାପାଙ୍କ ଦେହାନ୍ତ ପରେ ମୁଁ ସିନେମା କରିନି ବୋଲି ଯଦି ପ୍ରକୃତି କହୁଛନ୍ତି, ତେବେ ଫିଲ୍ମ ଦେବା ଆଳରେ କେତେବେଳେ କାଷ୍ଟିଂ କାଉଚ୍ କଲି ଏବଂ ପ୍ରୋଜେକ୍ଟରୁ ବାହାର କଲି ବୋଲି ସଂଜୟ ପ୍ରଶ୍ନ କରିଛନ୍ତି । ବାବୁସାନ ବିବାଦ ବେଳେ ମନ୍ତବ୍ୟ ଦେଇଥିବାରୁ ପୁରୁଣା ରାଗ ରଖି ଏବେ ପ୍ରକୃତି ଟାର୍ଗେଟ କରୁଥିବା ସଞ୍ଜୟ କହିଛନ୍ତି ।

Advertisment

ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ବୟାନ ଦେଇ ପ୍ରକୃତି କହିଛନ୍ତି, ନୂଆ ନୂଆ ଅଭିନୟ ଜଗତକୁ ଆସୁଥିବା ଝିଅଙ୍କୁ କଂପ୍ରମାଇଜ ପାଇଁ ପ୍ରବର୍ତ୍ତାଉଥିଲେ ସଞ୍ଜୟ ନାୟକ। କେବଳ ଅଭିଯୋଗ ନୁହେଁ, ତାଙ୍କର କିଛି ହ୍ୱାଟ୍ସଆପ ଚାଟ୍ ମଧ୍ୟ ଭାଇରାଲ୍ ହେଉଛି । କେବଳ ପ୍ରକୃତି ନୁହଁନ୍ତି, ଏକ ହ୍ୱାଟ୍ସଆପ ଗ୍ରୁପରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଠାଇ ପ୍ରକୃତି କରିଥିବା ଚାଟରେ ନିଜର ସହମତି ପ୍ରକାଶ କରିଛନ୍ତି ଅଭିନେତ୍ରୀ ଯସ୍ମିନ ରଥ ଏବଂ ପୁପୁଲ ଭୂୟାଁ ।

ଏଠି ପ୍ରଶ୍ନ, ବାପା ବସନ୍ତ ନାୟକଙ୍କ ଦେହାନ୍ତ ପରଠୁ ଯଦି କୌଣସି ଫିଲ୍ମ କରିନଥିଲେ ସଞ୍ଜୟ, ତେବେ କାଷ୍ଟିଂ କାଉଚ୍ କଲେ କେମିତି ? ଯଦି କେବେ କାଷ୍ଟିଂ କାଉଚ୍ କରିଥିଲେ ପ୍ରଯୋଜକ ସଞ୍ଜୟ ନାୟକ, ସେହି ସମୟରେ କାହିଁକି ମୁହଁ ଖୋଲିନଥିଲେ ପ୍ରକୃତି ? କାହିଁକି ଆଇନର ଆଶ୍ରୟ ନେଇନଥିଲେ ସେ ? ଏବେ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ସଞ୍ଜୟ ନାୟକଙ୍କ ବିରୋଧରେ ଅଭିଯୋଗମୂଳକ ମନ୍ତବ୍ୟ ଦେବା ପଛର ଉଦ୍ଦେଶ୍ୟ କ’ଣ ? ପ୍ରକୃତି-ତୃପ୍ତି ଓ ବାବୁସାନ କଳିରେ ମୁଣ୍ଡ ପୁରାଇଲେ ବୋଲି ସଞ୍ଜୟଙ୍କ ବିରୋଧରେ ଏବେ ରାଗ ଶୁଝାଉନାହାଁନ୍ତି ତ ?

ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସିନେ ସମୀକ୍ଷକଙ୍କ ମତ, ଭଲ ଅଭିନୟ କରୁଥିବା ଅଭିନେତ୍ରୀମାନେ ଆଜି ଯାଏଁ କାଷ୍ଟିଂ କାଉଚର ଶୀକାର ହୋଇନାହାଁନ୍ତି । ତେବେ ସାମଗ୍ରିକ ଘଟଣାକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

Ollywood Casting Couch Actress Prakruti Mishra
Advertisment
Advertisment