Advertisment

କେମିତି ହୋଇଥିଲା ବ୍ରୁସ୍ ଲିଙ୍କ ମୃତ୍ୟୁ; କରାଯାଇଥିଲା କି ହତ୍ୟା?

ବ୍ରୁସ୍ ଲିଙ୍କ ପରି ଫାଇଟର୍ ପ୍ରାୟ ଏ ଦୁନିଆରେ ଦେଖା ଯାଆନ୍ତି ନାହିଁ। ଲୋକଙ୍କ ଦେହରେ ତାଙ୍କ ପଞ୍ଚ୍ ବାଜିବା ପୂର୍ବରୁ ହିଁ ସେମାନେ ଗଳିପଡୁଥିଲେ। ହେଲେ ହଠାତ କେମିତି ହେଲା ତାଙ୍କର ମୃତ୍ୟୁ….

author-image
Pramod Behera
Burce Lee know about the reason of death

Burce Lee know about the reason of death

ମାର୍ଶଲ ଆର୍ଟ୍ସର ମାଷ୍ଟର ଭାବରେ ଜଣାଶୁଣା ବ୍ରୁସ୍ ଲି ଏପରି ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ମାର୍ଶଲ ଆର୍ଟିଷ୍ଟ ଥିଲେ, ଯାହାଙ୍କର ପଞ୍ଚ୍ ବାଜିବା ପୂର୍ବରୁ ଲୋକେ ଗଳିପଡୁଥିଲେ। ଚାଇନାରେ ଜନ୍ମିତ ବ୍ରୁସ୍ ଲି ତାଙ୍କର ଆକ୍ସନ୍ ଫିଲ୍ମ ଏବଂ ମାର୍ଶଲ ଆର୍ଟ କୌଶଳ ପାଇଁ ବେଶ ଜଣାଶୁଣା। କିନ୍ତୁ ଏତେ ଖ୍ୟାତି ଅର୍ଜନ କରିଥିବା ବ୍ରୁସ୍ ଲିଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏତେ ନାମ କମେଇବା ପରେ ବ୍ରୁସ୍ ଲି ଜୁଲାଇ ୨୦, ୧୯୭୩ରେ ଅଳ୍ପ ବୟସରେ ଏହି ଦୁନିଆକୁ ବିଦାୟ ଦେଇଥିଲେ।

Advertisment

ଅଭିନେତା ତଥା ମାର୍ଶଲ କଳାକାର ବ୍ରୁସ୍‌ ଲି ହଲିଉଡ୍‌ରେ କେବଳ ୭ଟି ଫିଲ୍ମରେ କାମ କରିଥିଲେ, ସେଥିମଧ୍ୟରୁ ୩ଟି ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିଲା। ଲୋକେ ତାଙ୍କ କାମରେ ଏତେ ସନ୍ତୁଷ୍ଟ ଥିଲେ ଯେ ତାଙ୍କ ମୃତ୍ୟୁ ପରେ ବି ସେ ଏବେ ଏକ ଚର୍ଚ୍ଚି ଚେହେରା। ତାଙ୍କର ଶୂନ୍ୟସ୍ଥାନ ଏଯାଏ ବି ପୂରଣ ହେଇ ପାରିନି। ଆଜି ବ୍ରୁସ୍ ଲିଙ୍କ ୪୯ତମ ମୃତ୍ୟୁ ବାର୍ଷିକୀରେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର ଯାତ୍ରା ବିଷୟରେ।

କମ୍ ବୟସରେ ଡେବ୍ୟୁ କରିଥିଲେ:

ନଭେମ୍ବର ୨୭, ୧୯୪୦ରେ ସାନ ଫ୍ରାନ୍ସିସ୍କୋର ଚାଇନା-ଟାଉନ୍‌ରେ ଜନ୍ମ ହୋଇଥିବା ବ୍ରୁସ୍ ଲି ଅଳ୍ପ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ, ୨୦ ଟି ଚଳଚ୍ଚିତ୍ରରେ କାମ କରିଥିବା ବ୍ରୁସ୍ ଲିଙ୍କ ମାର୍ଶଲ ଆର୍ଟ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ସେ ଏତେ କମ ବୟସରେ ମଧ୍ୟ ମାର୍ଶଲ ଆର୍ଟରେ ଏତେ ପାରଦର୍ଶୀ ହୋଇଥିଲେ ଯେ ଦର୍ଶକ ତଥା ବଡ ବଡ ଫାଇଟର୍ସମାନେ ମଧ୍ୟ ତାଙ୍କ କଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାଙ୍କ କଳାକୁ ଏତେ ଭଲ ପାଉଥିଲେ ଯେ ସେ କୌଣସି ବି ଦିନ ନିଜ ଅଭ୍ୟାସକୁ ହାତଛଡ଼ା କରି ନଥିଲେ।

Advertisment

ମାର୍ଶଲ ଆର୍ଟ ଜଗତରେ କଳା ଦିନ:

ଫିଲ୍ମରେ ଅଭିନୟ ଏବଂ ନିର୍ଦ୍ଦେଶନା ବ୍ୟତୀତ ବ୍ରୁସ୍ ଲି ଜଣେ ମାର୍ଶଲ ଆର୍ଟ ଟ୍ରେନର ମଧ୍ୟ ଥିଲେ। ପିଲାମାନଙ୍କୁ ନିଜ ଭଳି କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଥିଲେ, କିନ୍ତୁ ଜୁଲାଇ ୨୦, ୧୯୭୩ ରେ ହଂକଂରେ ଏମିତି କିଛି ଘଟିଥିଲା ​​ଯାହା କେବଳ ଲୋକଙ୍କ ସ୍ମୃତିରେ ହିଁ ରହିଗଲା।

୪୯ ବର୍ଷ ପୂର୍ବେ ଜୁଲାଇ ୨୦ରେ ବ୍ରୁସ୍ ଲି ତାଙ୍କ ଆଗାମୀ ଫିଲ୍ମ 'ଗେମ୍ ଅଫ୍ ଡେଥ୍'ର ପ୍ରସ୍ତୁତି ସଂପର୍କରେ ଚଳଚ୍ଚିତ୍ର ନିର୍ମାତା ରେମଣ୍ଡ ଚୋଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ହଠାତ୍ ତାଙ୍କର ବହୁତ ମୁଣ୍ଡବିନ୍ଧା ହୋଇଥିଲା। ଫଳରେ ତାଙ୍କ ସାଙ୍ଗ ତାଙ୍କୁ ଆନାଲଜେସିକ୍ ଔଷଧ ଦେଇଥିଲେ। କିନ୍ତୁ ତାଙ୍କ ସାଙ୍ଗ କ’ଣ ଜାଣିଥିଲେ ଯେ ଏହି ଔଷଧ ବ୍ରୁସ ଲିଙ୍କୁ ହତ୍ୟା କରିବ!

ଏହି ଔଷଧ ପ୍ରତିକ୍ରିୟାଶୀଳ ହୋଇ ବ୍ରୁସ୍‌ ଲିଙ୍କ ମସ୍ତିଷ୍କର ସାଇଜ୍‌କୁ ୧୩ ପ୍ରତିଶତ ବଢେଇଦେଲା। ଫଳରେ ସେ ମୃତ୍ୟୁବରଣ କରିଥିଲେ। ଏହି ଦିନକୁ ମାର୍ଶଲ ଆର୍ଟ ଦୁନିଆର ଅନ୍ଧକାର ଦିନ ବୋଲି କହିବା ଭୁଲ ହେବ ନାହିଁ କାରଣ ଅନେକ ଫାଇଟର୍ ଆସିଛନ୍ତି, କିନ୍ତୁ ବ୍ରୁସ୍‌ ଲିଙ୍କ ପରି କେହି ହୋଇପାରି ନାହାନ୍ତି।

ଅଭିଶାପ ଯୋଗୁଁ ମୃତ୍ୟୁ ହେଲା କି:

ଫିଲ୍ମର ସେଟ୍ସ ଏବଂ ଫାଇଟ୍‌ରେ ସାମ୍ନାବାଲାଙ୍କୁ ଛକ୍କା ମାରୁଥିବା ବ୍ରୁସ୍ ଲିଙ୍କର ମୃତ୍ୟୁ ହଠାତ ହୋଇଥିଲା। ଏହି କାରଣରୁ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଗୁଜବ ସାରା ବିଶ୍ୱରେ ବ୍ୟାପି ଯାଇଥିଲା। ସେହି ସମୟରେ ବ୍ରୁ ଲିଙ୍କ ମୃତ୍ୟୁ ମଧ୍ୟ ଅଭିଶାପ ଯୋଗୁଁ ହୋଇଥିବା ଆଲୋଚନା ହୋଇଥିଲା। ଏହା ସହିତ କିଛି ଲୋକ ବିଶ୍ୱାସ କରୁଥିଲେ ଯେ ଏକ ଗୁପ୍ତ ଚାଇନାର ସଂଗଠନ 'ଟ୍ରିଆଡ୍' ଅଜାଣତରେ ବ୍ରୁସ୍ ଲିଙ୍କୁ ହତ୍ୟା କରିଥିଲା।

ଗୁରୁତର ରୋଗରେ ପୀଡିତ ଥିଲେ:

ଦୀର୍ଘ ଦିନ ଧରି ବ୍ରୁସ୍ ଲିଙ୍କର ମୁଣ୍ଡବିନ୍ଧା ସମସ୍ୟା ଥିଲା। ସେନେଇ ସେ ଅନେକ ସମୟରେ ଫିଲ୍ମର ସେଟ୍‌ରେ ଅଚେତ ହୋଇଯାଉଥିଲେ। ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା ଯେ ବ୍ରୁସ୍ ଲି 'ସେରେବ୍ରଲ୍ ଏଡିମା' ନାମକ ଏକ ରୋଗରେ ପୀଡିତ ଥିଲେ।

ଏହା ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଯନ୍ତ୍ରଣା ହୋଇଥାଏ। କେବଳ ଏତିକି ନୁହେଁ, ଏହି କାରଣରୁ ପୀଡ଼ିତାଙ୍କୁ ଶ୍ୱାସ ନେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଏବଂ ବେଳେବେଳେ ବ୍ୟକ୍ତି ମଧ୍ୟ ଚେତାଶୂନ୍ୟ ହୋଇଯାଏ।

Hollywood Bruce Lee
Advertisment
Advertisment