Advertisment

Odia lyricist Brundaban Jena: ଆରପାରିଲେ ନିର୍ଦ୍ଦେଶକ ବୃନ୍ଦାବନ ଜେନା

ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍‌ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Film

Film

Advertisment

ଆରପାରିଲେ ବିଶିଷ୍ଟ ଗୀତିକାର ତଥା ନିର୍ଦ୍ଦେଶକ ବୃନ୍ଦାବନ ଜେନା। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଏକାଧାରାରେ ଥିଲେ ଜଣେ ଗୀତିକାର, ସିନେମା ନିର୍ଦ୍ଦେଶକ ଓ ସଂଳାପକାର। ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍‌ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି। ସେ ‘ବନ୍ଧୁ ମହାନ୍ତି’, ‘ଅମର ପ୍ରେମ’, ‘ଘର ସଂସାର’ ଓ ‘ଧରିତ୍ରୀ’ ପରି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ତାଙ୍କ ରଚିତ ହୃଦୟ ଛୁଆଁ ସିନେମା ଗୀତ ହେଉଛି- ଏମିତି ରାତି ସେ ଯେ ଅଭୁଲା ସ୍ମୃତି..., ମୋ ପ୍ରିୟାଠାରୁ ଆଉ କିଏ ଅଧିକ ସୁନ୍ଦର... ଓ ବନ ପକ୍ଷୀ ଝୁରେରେ ପିରତୀ ତୋର...। ଯାହାକୁ ଆଜି ମଧ୍ୟ ସିନେ ପ୍ରେମୀ ହୃଦୟରେ ସାଇତି ରଖିଛନ୍ତି।

ଅଧିକ ପଢ଼ନ୍ତୁ : ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

ସ୍ୱର୍ଗତ ବୃନ୍ଦାବନ ଜେନା ଛାନ୍ଦ, ଚୌପଦୀ, ଭଜନ, ଜଣାଣ ଆଦି ବୋଲିବା ଶିଖିଛନ୍ତି। ସେ ତାଙ୍କ ଜେଜେବାପା ପରମାନନ୍ଦ ଜେନାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ଜେନା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ତେବେ ୧୯୭୨ ମସିହାରେ ‘ଧରିତ୍ରୀ’ ଚଳଚ୍ଚିତ୍ରରୁ ଗତ ଲେଖିବା ଆରମ୍ଭ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ : ସାଇକୋଲୋଜିରେ ଡିଗ୍ରୀ, ଆମେରିକାରେ ସଙ୍ଗୀତ ଅଧ୍ୟୟନ; ହେଲେ ଅଭିନୟରେ…

Odia Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ