Advertisment

OTT ଦୁନିଆରେ ପ୍ରବେଶ କଲା 'ବ୍ରହ୍ମାସ୍ତ୍ର: ଶିବା'

ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।

author-image
Pramod Behera
Brahmastra part one shiva is releasing on ott platform

Brahmastra part one shiva is releasing on ott platform

ପ୍ରେମ ଓ ଆଲୋକର ଶକ୍ତି ଏବଂ ଅନ୍ଧକାର ବିରୁଦ୍ଧରେ ସଂଗ୍ରାମ ଦେଖିବାର ଦ୍ୱିତୀୟ ସୁଯୋଗ। ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।

Advertisment

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଆକ୍କିନେନିଙ୍କ ଭଳି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କେତେକ ଶ୍ରେଷ୍ଠ ଅଭିନେତାଙ୍କୁ ଏଥିରେ ଦେଖିବାକୁ ମିଳିଥିଲା। ବହୁ ପ୍ରତୀକ୍ଷିତ ଡିଜିଟାଲ୍ ପ୍ରିମିୟର୍ ଦର୍ଶକମାନଙ୍କ ପାଇଁ ଏକ ସୁଯୋଗ ଯେଉଁମାନେ ପ୍ରଥମ ଥର ଫିଲ୍ମ ଦେଖିବାରେ ବଞ୍ଚିତ ହୋଇଛନ୍ତି।

ଡିଜ୍‌ନି ଷ୍ଟାର୍‌, ଡିଜ୍‌ନି + ହଟ୍‌ଷ୍ଟାର୍‌ ଏବଂ ଏଚ୍‌ଏସ୍‌ଏମ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ନେଟ୍‌ୱାର୍କ ହେଡ-କଣ୍ଟେଣ୍ଟ ଗୌରବ ବାନାର୍ଜୀ କହିଛନ୍ତି, “ଡିଜନି + ହଟ୍‌ଷ୍ଟାର୍‌ ସୁପରହିରୋମାନଙ୍କ ଘର ଏବଂ ଆମ ପ୍ଲାଟ୍‌ଫର୍ମରେ ଅବିଶ୍ୱାସନୀୟ ଆଷ୍ଟ୍ରାଭର୍ସକୁ ସ୍ୱାଗତ କରି ଆମେ ଆନନ୍ଦିତ।” ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ OTT ଦୁନିଆରେ ଫିଲ୍ମର ନୂଆ ଯାତ୍ରାକୁ ଶେୟାର କରି କହିଛନ୍ତି ଯେ “‘ବ୍ରହ୍ମାସ୍ତ୍ର’ର ବାସ୍ତବତାକୁ ଆଣିବାର ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଏବଂ ଆହ୍ୱାନପୂର୍ଣ୍ଣ ଥିଲା ଏବଂ ଏହାକୁ ସମର୍ଥନ କରିଥିବା ସମଗ୍ର ବିଶ୍ୱ ଦର୍ଶକଙ୍କ ପାଇଁ ମୁଁ ପ୍ରକୃତରେ କୃତଜ୍ଞ।”

Advertisment

ଅଭିନେତା ରଣବୀର କପୁର କହିଛନ୍ତି, "ବ୍ରହ୍ମାସ୍ତ୍ର ମୋ ପାଇଁ ଏକ ବିଶେଷ ଯାତ୍ରା ଏବଂ ବିଶେଷକରି ଆୟାନଙ୍କ ଭାରତର ମୂଳ ନୂଆ ସିନେମାଟିକ୍ ବ୍ରହ୍ମାଣ୍ଡକୁ ସୃଷ୍ଟି କରିବାର ଭବ୍ୟ ଦର୍ଶନ ଜୀବନବ୍ୟାପୀ ଥରେ ଅନୁଭୂତ ହୋଇଛି।” ଆଲିଆ ଭଟ୍ଟ କହିଛନ୍ତି, "ବ୍ରହ୍ମାସ୍ତ୍ର ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଚଳଚ୍ଚିତ୍ର। ଜଣେ ଅଭିନେତା ଭାବରେ, ମୁଁ ଏହାର ଅଂଶ ହୋଇଥିବାରୁ ଗୌରବାନ୍ୱିତ। ଏହା ସମଗ୍ର ବିଶ୍ୱରେ ଏକ ପର୍ବଠାରୁ କମ୍ ନୁହେଁ। ନଭେମ୍ବର ୪ ରେ ଡିଜ୍ନୀ + ହଟଷ୍ଟାରରେ OTT ରିଲିଜ୍ ସହିତ ସାରା ବିଶ୍ୱରେ ପ୍ରଶଂସକମାନେ ଏହାକୁ ଦେଖିପାରିବେ।

Ranbir Kapoor Alia Bhatt Brahmastra Bollywood
Advertisment
Advertisment